ଓଡ଼ିଶାରେ ଏବେ ବି ୩୨% ଗରିବ ଅଛନ୍ତି; ୨୦୧୧ ପରଠାରୁ ଗରିବ ଆକଳନ ହୋଇନାହିଁ: ପଦ୍ମନାଭ ବେହେରା

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଗରିବ ବଢ଼ିଛି ନା କମିଛି। ଗରିବ ମାପିବାର ମାନଦଣ୍ଡ କ’ଣ। ଏହାକୁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ସ୍ଥିର କରନ୍ତି। ଏବେ ରାଜ୍ୟରେ କେତେ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ଦାରିଦ୍ର୍ୟ ଦୂର କରିବାକୁ ରାଜ୍ୟରେ କେଉଁ କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି ଏଭଳି ଅନେକ ପ୍ରଶ୍ନରେ ଯୋଜନା ଓ ସଂଯୋଞ୍ଜନା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଉଭୟ ଶାସକ ଓ ବିରୋଧୀ ଦଳ ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପଚାରିଥିଲେ। ଭାଜପା ସଦସ୍ୟ ମୋହନ ଚରଣ ମାଝି ପଚାରିଥିଲେ ଯେ, ରାଜ୍ୟରେ ଗରିବ କିଏ? ତା’ର ମାପକାଠି କ’ଣ? କେଉଁ ମାପଦଣ୍ଡ ଆଧାରରେ ଗରିବଙ୍କୁ ଚିହ୍ନଟ କରାଯାଇଛି। ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କର କେଉଁ ଯୋଜନା କେବେଠାରୁ ଚାଲିଛି। କେଉଁ ତଥ୍ୟ ଆଧାରରେ ଏହା କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ପ୍ରଚଳିତ ସର୍ବନିମ୍ନ ଆୟ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଗତ ୧୦ ବର୍ଷ ମଧ୍ୟରେ କେତେ ବଢ଼ିଛି ଓ କମିଛି ବୋଲି ପଚାରିଥିଲେ। ମନ୍ତ୍ରୀ ଉତ୍ତରରେ କହିଥିଲେ ଯେ, ନୀତି ଆୟୋଗଙ୍କର ତେନ୍ଦୁଲକର କମିଟି ରିପୋର୍ଟ ଅନୁଯାୟୀ, ମାସିକ ମୁଣ୍ଡପିଛା ଖର୍ଚ୍ଚକୁ ଦାରିଦ୍ର୍ୟ ସୀମାରେଖା ମାପଦଣ୍ଡ ହିସାବରେ ନିଆଯାଇଥାଏ। ଏହି ଆଧାରରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କୁ ଗରିବ ଭାବେ ଚିହ୍ନଟ କରାଯାଇଥାଏ। ରାଜ୍ୟ ସରକାର ଗରିବଙ୍କ ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଯୋଜନାଗୁଡିକର ମାର୍ଗଦର୍ଶିକା ଅନୁଯାୟୀ ସମ୍ପୃକ୍ତ ବିଭାଗ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରିଥାନ୍ତି। ୨୦୦୪-୦୫ରେ ହୋଇଥିବା ସର୍ଭେ ଅନୁଯାୟୀ ରାଜ୍ୟରେ ୫୭.୨୦ ପ୍ରତିଶତ ଅର୍ଥାତ୍‌ ୨୨୧.୬୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିଲେ। ୨୦୧୧-୧୨ରେ ହୋଇଥିବା ସର୍ଭେ ଅନୁଯାୟୀ, ଦାରିଦ୍ର୍ୟ ସୀମାରେଖା ତଳେ ୧୩୮.୫୩ ଲକ୍ଷ ତଥା ୩୨. ୬୮% ଲୋକ ଥିବା ଆକଳନ କରାଯାଇଥିଲା। ଉକ୍ତ ସର୍ଭେ ଅନୁଯାୟୀ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୨୬.୬୧ ପ୍ରତିଶତକୁ ହ୍ରାସ ପାଇଛି। ବିଜେଡି ସଭ୍ୟ ପ୍ରଶାନ୍ତ ମୁଦୁଲି, ପ୍ରତାପ ଦେବ, ଭାଜପା ସଭ୍ୟ ମୁକେଶ ମହାଲିଙ୍ଗମ ଅତିରିକ୍ତ ପ୍ରଶ୍ନରେ ଗରିବ ରାଜ୍ୟ ନା କେନ୍ଦ୍ର ସରକାର ନିର୍ଦ୍ଧାରଣ କରନ୍ତି। ଗରିବୀ ହଟାଇବା ପାଇଁ ଗତ ୫ ବର୍ଷରେ କେନ୍ଦ୍ର ସରକାର କି କି ଯୋଜନା କରିଛନ୍ତି। ରାଜ୍ୟରେ ସର୍ବନିମ୍ନ ଆୟ କେଉଁ ବର୍ଷ କମିଛି କିମ୍ବା ବଢ଼ିଛି। ବଲାଙ୍ଗୀର ଜିଲାରେ ଏହା କମିଛି ନା ବଢ଼ିଛି ବୋଲି ପଚାରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ତତ୍‌କାଳୀନ ଯୋଜନା କମିଶନ ଏବଂ ଏବେର ନୀତି ଆୟୋଗ ଦାରିଦ୍ର୍ୟ ନିର୍ଦ୍ଧାରଣ କରିଥାନ୍ତି। ୨୦୧୯-୨୦ରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ବଜେଟ୍‌ରେ ବ୍ୟୟବରାଦ କରାଯିବ। ଦାରିଦ୍ର୍ୟ ହ୍ରାସ କରିବାକୁ ୧୧ଟା ଯୋଜନା କାର୍ଯ୍ୟକାରୀ ହେଉଛି। ଗରିବଙ୍କ ମୁଣ୍ଡପିଛା ଖର୍ଚ୍ଚକୁ ଧରି ଦାରିଦ୍ର୍ୟ ନିର୍ଦ୍ଧାରଣ କରାଯାଉଛି। ୨୦୦୪-୦୫ରେ ଗ୍ରାମାଞ୍ଚଳରେ ମୁଣ୍ଡପିଛା ଖର୍ଚ୍ଚ ୪୦୭.୭୮ ଟଙ୍କା ଥିବା ବେଳେ ୨୦୧୧-୧୨ରେ ୬୯୫ ଟଙ୍କା ଥିଲା। ସେହିପରି ୨୦୦୪-୦୫ରେ ସହରାଞ୍ଚଳରେ ମୁଣ୍ଡପିଛା ଖଚ୍ଚର୍ର୍ ୪୯୭.୩୧ ଥିବାବେଳେ ୨୦୧୧-୧୨ରେ ୮୬୧ ଟଙ୍କା ହୋଇଛି। ୨୦୧୧-୧୨ ପରେ ଆଉ ଗରିବ ଚିହ୍ନଟ ହୋଇ ନାହିଁ। ୨୦୧୧ ସୁଦ୍ଧା ରାଜ୍ୟରେ ୨୬.୬୧ ପ୍ରତିଶତ ଗରିବୀ କମିଛି। ଏହାପରେ କୌଣସି ଆକଳନ ହୋଇନାହିଁ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri