Categories: ଜାତୀୟ

୨୦୨୨ରେ ୩୧ ହଜାର ମହିଳା ବିରୋଧୀ ଅପରାଧ

ନୂଆଦିଲ୍ଲୀ,୨।୧(ପି.ଟି.): ୨୦୨୨ରେ ଜାତୀୟ ମହିଳା କମିଶନ(ଏନ୍‌ସିଡବ୍ଲ୍ୟୁ)କୁ ପାଖାପାଖି ୩୧,୦୦୦ ମହିଳା ବିରୋଧୀ ଅପରାଧ ଅଭିଯୋଗ ମିଳିଛି। ୨୦୧୪ରୁ ଏପର୍ଯ୍ୟନ୍ତ ଏହା ସର୍ବାଧିକ ହିଂସା ଅଭିଯୋଗ। ୨୦୨୧ରେ ମହିଳା ବିରୋଧୀ ହିଂସା ଅଭିଯୋଗ ସଂଖ୍ୟା ୩୦,୮୬୪ ଥିବାବେଳେ ୨୦୨୨ରେ ୩୦,୯୫୭ ଅଭିଯୋଗ ଦାଏର ହୋଇଛି।

ଏନ୍‌ସିଡବ୍ଲ୍ୟୁ ତଥ୍ୟ ଅନୁଯାୟୀ ମହିଳାମାନଙ୍କର ମର୍ଯ୍ୟାଦାର ସହ ବଞ୍ଚତ୍ବା ଅଧିକାର କ୍ଷୁଣ୍ଣ ଓ ଭାବାତ୍ମକ ଶୋଷଣ ନେଇ ସର୍ବାଧିକ ୯,୭୧୦ ଅଭିଯୋଗ ରହିଛି। ଏହା ପଛକୁ ରହିଛି ୬,୯୭୦ ଘରୋଇ ହିଂସା ଏବଂ ୪,୬୦୦ ଯୌତୁକ ନିର୍ଯାତନା ଅଭିଯୋଗ। ଅସଦାଚରଣ ନେଇ ୨,୫୨୩ ଅଭିଯୋଗ ଆସିଥିବାବେଳେ ୧,୭୦୧ଟି ବଳାତ୍କାର ଓ ବଳାତ୍କାର ଉଦ୍ୟମ ଅଭିଯୋଗ ରହିଛି। ସେହିପରି ପୋଲିସ ଅବହେଳାକୁ ନେଇ ୧,୬୨୩ ଅଭିଯୋଗ ଥିବାବେଳେ ୯୨୪ଟି ସାଇବର ଅପରାଧ ଅଭିଯୋଗ ରହିଛି।

ମୋଟ ଅଭିଯୋଗ ମଧ୍ୟରୁ ୫୪.୫ ପ୍ରତିଶତ ବା ୧୬,୮୭୨ଟି ଅଭିଯୋଗ କେବଳ ଉତ୍ତରପ୍ରଦେଶରୁ ଆସିଛି। ଦିଲ୍ଲୀରୁ ୩,୦୦୪ଟି ଅଭିଯୋଗ ମିଳିଥିବାବେଳେ ମହାରାଷ୍ଟ୍ରରୁ ୧,୩୮୧, ବିହାରରୁ ୧,୩୬୮ ଏବଂ ହରିୟାଣାରୁ ୧,୩୬୨ ଅଭିଯୋଗ ମିଳିଛି। ୨୦୧୪ରେ ଦେଶରେ ମହିଳା ବିରୋଧୀ ଅପରାଧ ନେଇ ସର୍ବାଧିକ ୩୩,୯୦୬ଟି ଅଭିଯୋଗ ଜାତୀୟ ମହିଳା କମିଶନଙ୍କ ହସ୍ତଗତ ହୋଇଥିଲା।

Share