ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି

ହାଇଦ୍ରାବାଦ: ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତା କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। କାରଣଟି ହେଲା ତାଙ୍କ ଶାଢ଼ି ପିନ୍ଧା ଲୁକ୍‌। ନିକଟରେ ଶ୍ରୁତି ନିଜର ସୋସିଆଲ ଆକାଉଣ୍ଟରେ ଏକ ସବୁଜ ରଙ୍ଗର ଶାଢ଼ି ପିନ୍ଧି ଫଟୋ ଶେୟାର କରିଛନ୍ତି। ଏହାକୁ ଦେଖି କେବଳ ତାଙ୍କ ପ୍ରଶଂସକ ନୁହଁନ୍ତି ବରଂ ତାଙ୍କର ଜଣେ ମହିଳା ବନ୍ଧୁ ମଧ୍ୟ ପ୍ରେମରେ ପଡ଼ି ଯାଇଛନ୍ତି। ସେ ସର୍ବସାଧାରଣରେ ତାଙ୍କୁ ସହ ବିବାହ ପ୍ରସ୍ତାବ ଦେଇଛନ୍ତି।
ଫଟୋ ଶେୟାର କରି ଶ୍ରୁତି କ୍ୟାପସନ ଲେଖିଛନ୍ତି, ‘ଇନ ସାରି … ହରମନ କେରଙ୍କ ଷ୍ଟାଇଲ।’ ମାତ୍ର ଏକ ଘଣ୍ଟା ମଧ୍ୟରେ ପ୍ରାୟ ଏକ ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି। ସେମାନଙ୍କ ମଧ୍ୟରେ ଶ୍ରୁତିଙ୍କ ମହିଳା ବନ୍ଧୁ, ଓକିଲ ତଥା ସ୍କ୍ରିନ ରାଇଟର୍‌ ପ୍ରିୟଙ୍କା ଖୀମାନି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ପ୍ରିୟଙ୍କା ସର୍ବସାଧାରଣରେ କମେଣ୍ଟ ବକ୍ସରେ ଲେଖିଛନ୍ତି, ‘ମୁଁ ତୁମକୁ ବିବାହ କରିବାକୁ ଚାହୁଁଛି।’ ଏହା ପରେ ଅଭିନେତ୍ରୀ ମଧ୍ୟ ଏକ ମଜାଳିଆ ଢ଼ଙ୍ଗରେ ଉତ୍ତର ଦେଇ ଲେଖିଛନ୍ତି, ‘ହାହାହାହାହା! ସର୍ବୋତ୍ତମ ଦମ୍ପତି’। ତେବେ ଶ୍ରୁତିଙ୍କ ପ୍ରଶଂସକ କିନ୍ତୁ ଏହାକୁ ଗ୍ରହଣ କରିପାରିନାହାନ୍ତି। କେହି କେହି ତାଙ୍କୁ କଟୁ କଥା କହୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri