Categories: ଖେଳ

ଗୋଟିଏ ଦିନରେ ୩୦୯ ରନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ଙ୍କ ରେକର୍ଡ

ବ୍ରିସ୍‌ବେନ୍‌,୨୭।୮: ଭାରତୀୟ କ୍ରିକେଟ ଟିମ୍‌ ବିପକ୍ଷରେ ଅଷ୍ଟ୍ରେଲିୟ ଦଳ ସଂଘର୍ଷ କରିବା ଭଳି ଘଟଣା ବହୁତ୍‌ କମ୍‌ ଦେଖିବାକୁ ମିଳିଛି। ଉଭୟ ଦଳର ମ୍ୟାଚ୍‌ ଭିତରେ ଅନେକ ରେକର୍ଡ କରି ଚର୍ଚ୍ଚାକୁ ଆସିଛନ୍ତି। ସେଭଳି ଜଣେ ହେଲେ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌। ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ୧୦୦% ହାରରେ ରନ୍‌ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ୧୯୩୦ ଜୁଲାଇ ୧୧ରେ ଇଂଲଣ୍ଡ ବିପକ୍ଷରେ ବ୍ରାଡମ୍ୟାନ୍‌ ଗୋଟିଏ ଦିନରେ ସବୁଠାରୁ ଅଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ଭାବେ ରେକର୍ଡ କରିଥିଲେ।

ଲଡ୍ସରେ ଖେଳାଯାଉଥିବା ସିରିଜର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ବ୍ରାଡମ୍ୟାନ ତ୍ରିଶତକ କରିଥିଲେ। ଦିନର ତିନୋଟି ସତ୍ରରେ ସେ ଏହା କରିଥିଲେ। ଏଣୁ ଦିନର ଖେଳ ଶେଷ ସୁଦ୍ଧା ସେ ୩୦୯ ରନ୍‌ କରି ଅପରାଜିତ ଥିଲେ। ତାଙ୍କର ଏଭଳି ପାଳି ଯୋଗୁ ଦଳୀୟ ସ୍କୋର ୪୫୮/୩ ଥିଲା।

ସେତେବେଳେ ବ୍ରାଡମ୍ୟାନ୍‌ଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। ସେ ନିଜର ସପ୍ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିଲେ। ମ୍ୟାଚ୍‌ରେ ୧୧ ବଲ୍‌ ପଡ଼ିବା ପରେ ସେ ପଡ଼ିଆକୁ ଆସିଥିଲେ। ଲଞ୍ଚ ପୂର୍ବରୁ ସେ ନିଜର ଶତକ ପୂରଣ କରିଥିଲେ। ଏପରିକି ଟି-ବ୍ରେକ୍‌ ପୂର୍ବରୁ ନିଜର ଦ୍ୱିଶତକ ପୂରଣ କରିଥିଲେ। ଦିନର ଖେଳ ଶେଷ ସୁଦ୍ଧା ସେ ୪୪୮ ବଲ୍‌ ଖେଳି ୩୦୯ କରିପାରିଥିଲେ। ବ୍ରାଡ୍‌ମ୍ୟାନ୍‌ଙ୍କ ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟାଟ୍ସମ୍ୟାନ୍‌ ଭାଙ୍ଗିପାରିନାହାନ୍ତି। ତେବେ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବ୍ରାଡମ୍ୟାନ୍‌ ୩୩୪ ରନ୍‌ କରି ଆଉଟ୍‌ ହୋଇଥିଲେ, ଯାହାକି ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଲଟିଥିଲା। ୯୦ ବର୍ଷ ଧରି ତାଙ୍କର ରେକର୍ଡ ପୂର୍ବବତ୍‌ ରହିଛି।

Share