ଏହି ମହାଦେଶରେ ୩ ମାସ ମଧ୍ୟରେ ୩୦୦୦୦ ଥର ହୋଇଛି ଭୂକମ୍ପ

ଆମ ପୃଥିବୀରେ ୭ଟି ମହାଦେଶ ରହିଛି। ଏଥିମଧ୍ୟରୁ ଗୋଟିଏ ମହାଦେଶରେ ଗତ ତିନି ମାସ ମଧ୍ୟରେ ୩୦ ହଜାରରୁ ଅଧିକ ଭୂକମ୍ପ ହୋଇଥିବା ଚିଲିର ବୈଜ୍ଞାନିକମାନେ କହିଛନ୍ତି। ଅଗଷ୍ଟ ଶେଷରୁ ଏହି ମହାଦେଶରେ ହଜାର ହଜାର ଭୂକମ୍ପ ଘଟିଛି। ଏଥିମଧ୍ୟରୁ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ପଏଣ୍ଟ ଥିଲା।

ତେବେ ୩ ମାସ ମଧ୍ୟରେ ୩୦୦୦୦ରୁ ଅଧିକ ଥର ଭୂକମ୍ପ ଘଟିଥିବା ମହାଦେଶର ନାମ ହେଉଛି ଆଣ୍ଟାର୍କଟିକା। ଚିଲି ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନୀମାନେ ଅଧ୍ୟୟନ କରି ଏହା ପ୍ରକାଶ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ଉପସ୍ଥିତ ଥିବା ଜାତୀୟ ଭୂକମ୍ପ କେନ୍ଦ୍ରର ବୈଜ୍ଞାନିକମାନେ କହିଛନ୍ତି ଯେ, ଆଣ୍ଟାର୍କଟିକାର ବ୍ରାନ୍ସଫିଲ୍ଡ ଷ୍ଟେଟ୍‌ରେ ମଧ୍ୟ ୬ ମାଗ୍ନିଚ୍ୟୁଡର ଶକ୍ତିଶାଳୀ ଭୂକମ୍ପ ହୋଇଛି।

Share