Posted inଫୁରସତ

୩୦୦ ବର୍ଷ ପରେ ଚର୍ଚ୍ଚାରେ ଔରଙ୍ଗଜେବ

ମୋଗଲ ସାମ୍ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ବାଦ୍‌ଶାହ ଥିଲେ ମୁହି ଅଲ୍‌-ଦିନ ମହମ୍ମଦ, ଯେକି ଔରଙ୍ଗଜେବ ଭାବେ ପରିଚିତ। ସେ ଥିଲେ ମୋଗଲ ସାମ୍ରାଜ୍ୟର ଷଷ୍ଠତମ ସମ୍ରାଟ। ଆକବରଙ୍କ ପରେ ଔରଙ୍ଗଜେବଙ୍କୁ ମୋଗଲ ସାମ୍ରାଜ୍ୟର ସବୁଠୁ ଶକ୍ତିଶାଳୀ ସମ୍ରାଟଭାବେ ଗଣନା କରାଯାଏ। ଦୀର୍ଘ ୫୦ ବର୍ଷ(୧୬୫୮ରୁ ୧୭୦୭ ମସିହା)ପର୍ଯ୍ୟନ୍ତ ସେ ଶାସନ କରିଥିଲେ। ତାଙ୍କ ଶାସନକାଳରେ ହିଁ ମୋଗଲ ସାମ୍ରାଜ୍ୟର ସବୁଠାରୁ ଅଧିକ ବିସ୍ତାର ଘଟିଥିଲା। ତା’ସହ ସେ ଅନେକ ବଡ଼ ବଡ଼ ପରିବର୍ତ୍ତନ ବି ଆଣିଥିଲେ। ହେଲେ କିଛି କାରଣ ପାଇଁ ଔରଙ୍ଗଜେବ ବିବାଦରେ ମଧ୍ୟ ରହୁଥିଲେ। ପ୍ରଥମତଃ ନିଜ ବାପାଙ୍କୁ କାରାଗାରକୁ ପଠାଇ ଓ ବଡ଼ ଭାଇଙ୍କୁ ହତ୍ୟା କରି ସେ ସିଂହାସନ ଅକ୍ତିଆର କରିଥିଲେ। ଅପରପକ୍ଷେ ଯେଉଁଠି ମୋଗଲ ସମ୍ରାଟ ଆକବର ଜଣେ ଧର୍ମନିରପେକ୍ଷ ସମ୍ରାଟ ଓ ଜାହାଙ୍ଗୀର କଳା ଓ ସ୍ଥାପତ୍ୟ ପ୍ରତି ରୁଚି ରଖୁଥିବା ଶାସକଭାବେ ପରିଚିତ ଥିଲେ ଔରଙ୍ଗଜେବ କିନ୍ତୁ ଜଣେ ଧର୍ମନିଷ୍ଠ ମୁସଲମାନ ଓ ନିଷ୍ଠୁର ଶାସକଭାବେ ପରିଚିତ ଥିଲେ। ସେ କଠୋର ଶରିୟା ଆଇନ ପ୍ରଚଳନ କରିବା ସହ ଅଣମୁସଲମାନମାନଙ୍କ ଉପରେ ଜଜିୟା କର ପୁନଃ ପ୍ରଚଳନ କରିଥିଲେ, ଯାହାକୁ ହିନ୍ଦୁମାନେ ସୁରକ୍ଷା ପାଇବା ବଦଳରେ ପ୍ରଦାନ କରୁଥିଲେ। ଇତିହାସରେ ତାଙ୍କୁ ଜଣେ କଳା ଓ ସଙ୍ଗୀତକୁ ଘୃଣା କରୁଥିବା ବ୍ୟକ୍ତିଭାବେ ମଧ୍ୟ ବର୍ଣ୍ଣନା କରାଯାଇଛି। ସେ ଅନେକ ହିନ୍ଦୁ ମନ୍ଦିର ନଷ୍ଟ କରିବାକୁ ଆଦେଶ ଦେଇଥିଲେ। ଏସବୁ ସେ ଶହ ଶହ ବର୍ଷ ପୂର୍ବେ କରିଥିଲେ। କିନ୍ତୁ ଏଇ କିଛିଦିନ ହେବ ସେ ପୁନଃ ଘୃଣାର ଶିକାର ହେଉଛନ୍ତି। ଆଉ ଏହା ସେତେବେଳେ ଉପୁଜିଲା ଯେତେବେଳେ ବାରାଣସୀରେ ଥିବା ଜ୍ଞାନବାପି ମସ୍‌ଜିଦ୍‌ ଉପରେ ବିବାଦ ଘନେଇଲା। ଉକ୍ତ ମସ୍‌ଜିଦ୍‌ଟି ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ବିଶ୍ୱନାଥ ମନ୍ଦିରର ଭଗ୍ନାବଶେଷ ଉପରେ ନିର୍ମିତ। ଆଉ ଏହି ମନ୍ଦିରକୁ ଔରଙ୍ଗଜେବଙ୍କ ଆଦେଶାନୁସାରେ ୧୬୬୯ରେ ଭଙ୍ଗା ଯାଇଥିବା କୁହାଯାଏ। ତେଣୁ ତାଙ୍କ ନାଁରେ ବିଭିନ୍ନ ନିନ୍ଦନୀୟ ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। କୋର୍ଟ ଫାଇଲରେ ବି ତାଙ୍କ ନାଁ ଦେଖିବାକୁ ମିଳୁଛି। ତା’ସହ ଏବେକାର ଅନେକ ରାଷ୍ଟ୍ରବାଦ ଶାସକ ତାଙ୍କୁ ଆବାହନ କରି ରାଜନୀତି ମଧ୍ୟ ଚଳାଇଛନ୍ତି।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଗସ୍ତରେ ଯାଇଥିବାବେଳେ ଔରଙ୍ଗଜେବଙ୍କ ସମ୍ପର୍କରେ କହିଥିଲେ ଯେ, ‘ଖଣ୍ଡାର ଆତଙ୍କ ଦେଖାଇ ଔରଙ୍ଗଜେବ ସଭ୍ୟତାକୁ ବଦଳାଇବାକୁ ପ୍ରୟାସ କରିଥିଲେ। ଆଉ ଉଦ୍ଭଟତା ମାଧ୍ୟମରେ ସଂସ୍କୃତିକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ।’ ସେହିଭଳି ଇସ୍‌ଲାମ ଧର୍ମ ଗ୍ରହଣ କରିବାକୁ ମନା କରିଦେବାରୁ ମୁଣ୍ଡକାଟ କରାଯାଇଥିବା ଶିଖ୍‌ଗୁରୁ ତେଗ୍‌ ବାହାଦୁରଙ୍କ ୪୦୦ତମ ଜନ୍ମ ବାର୍ଷିକୀ ଅବସରରେ ମୋଦି କହିଥିଲେ, ‘ଔରଙ୍ଗଜେବ ଅନେକ ମୁଣ୍ଡକାଟ କରିଥିଲେ, ତଥାପି ଆମର ବିଶ୍ୱାସକୁ ଦୋହଲାଇ ପାରି ନ ଥିଲେ।

ଏହାବାଦ ଏକ ସିରିଜ ଟୁଇଟ ମାଧ୍ୟମରେ ଐତିହାସିକ ଅଡ୍ରି ଟ୍ରୁଶ୍ଚସ୍କି କହିଛନ୍ତି ଯେ, ‘ହିନ୍ଦୁ ରାଷ୍ଟ୍ରବାଦୀମାନେ ବିଶ୍ୱାସ କରନ୍ତି ଯେ, ଶହ ଶହ ବର୍ଷ ଧରି ମୁସଲମାନମାନେ ହିନ୍ଦୁଙ୍କ ଉପରେ ଅତ୍ୟାଚାର କରିଥିଲେ। ତେଣୁ ପ୍ରତିଫଳସ୍ବରୂପ ଏବେ ସେମାନେ ଅତ୍ୟାଚାରିତ ହେବା ଯୋଗ୍ୟ।’ ଅର୍ଥାତ୍‌ ଔରଙ୍ଗଜେବଙ୍କ ନାମ ନିଆଯାଇ ଏହା କୁହାଯାଉଛି ଯେ, ଇତିହାସରେ ଘଟିଥିବା କାରଣ ପାଇଁ ଆଜିକାର ମୁସଲମାନଙ୍କୁ ଘୃଣା କରିବା ଓ ତାଙ୍କ ଉପରେ ଅତ୍ୟାଚାର କରାଯିବାର ଯଥାର୍ଥତା ରହିଛି।’
ଏହି ଟୁଇଟର୍‌ ଡିସ୍‌କସନ୍‌ ହେବାପରଠାରୁ ଔରଙ୍ଗଜେବଙ୍କ ଉପରେ ଘୃଣାର ପାହାଡ ଗଦା ହୋଇଯାଇଛି। ଆଗ୍ରାର ମେୟର ତ ଔରଙ୍ଗଜେବଙ୍କୁ କଂସେଇ ସମ୍ବୋଧନ କରି ସର୍ବସାଧାରଣ ସ୍ଥାନରୁ ତାଙ୍କର ସମସ୍ତ ଚିହ୍ନ ଲିଭାଇ ଦିଆଯିବା ଉଚିତ ବୋଲି କହିଛନ୍ତି। ଟୁଇଟରରେ ଏହି ମୋଗଲ ସମ୍ରାଟଙ୍କୁ ଜଣେ ଆକ୍ରମଣକାରୀ ବୋଲି କୁହାଯାଉଛି ଯେକି, ହିନ୍ଦୁଙ୍କୁ ସମୂଳେ ନାଶ କରିବାକୁ ଚାହୁଁଥିଲେ। ତେଣୁ ଜଣେ ଟୁଇଟର ବ୍ୟବହାରକାରୀ ପରାମର୍ଶ ଦେଇ କହିଛନ୍ତି, ‘ହିନ୍ଦୁଙ୍କ ପୂଜାସ୍ଥଳ ଉପରେ ମୋଗଲମାନେ ଯେଉଁସବୁ କୀର୍ତ୍ତିରାଜି ଗଢିଛନ୍ତି ସେ ସବୁ ଉପରେ ବୁଲ୍‌ଡୋଜର୍‌ ଚଢାଇ ଦେବା ଉଚିତ।’

ତେବେ ଅଲିଗଡ ମୁସ୍‌ଲିମ୍‌ ୟୁନିଭର୍ସିଟିରେ ମଧ୍ୟଯୁଗୀୟ ଇତିହାସର ପ୍ରଫେସର ଓ ଲେଖକଭାବେ କାମ କରୁଥିବା ଐତିହାସିକ ନଦିମ ରେଜାଭି କହନ୍ତି, ‘ଔରଙ୍ଗଜେବ ଏକ ସହଜ ନାମ ହୋଇଯାଇଛି, ଯାହା ମାଧ୍ୟମରେ କିଛିବର୍ଷ ହେବ କେତେକ ବିଶୃଙ୍ଖଳିତ ହିନ୍ଦୁ ଜନତା ଦଳିତ ମୁସଲମାନଙ୍କ ଉପରେ ଆକ୍ରମଣ କରିଆସୁଛନ୍ତି। ତା’ସହ ସେ ଆହୁରି ମଧ୍ୟ କୁହନ୍ତି, ‘ଯଦିଓ ଔରଙ୍ଗଜେବ ଅନେକ ହିନ୍ଦୁ ମନ୍ଦିରକୁ ଧ୍ୱଂସ କରିଥିଲେ ଓ ହିନ୍ଦୁଙ୍କ ଉପରେ ପକ୍ଷପାତି ଟିକସ ଲାଗୁ କରିଥିଲେ, ତଥାପି ସେ ସମ୍ପୂର୍ଣ୍ଣଭାବେ ଖରାପ ନ ଥିଲେ। ସେ ଅନେକ ହିନ୍ଦୁ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଅନୁଦାନ ପ୍ରଦାନ କରିଥିଲେ। ଆଉ ତାଙ୍କ ରକ୍ତରେ ଦୁଇ ତୃତୀୟାଂଶ ଭାଗ ହିନ୍ଦୁ ଅଂଶ ଥିଲା। କାରଣ ଆକବର ଓ ତାଙ୍କ ଅଣ ଜେଜେବାପା ହିନ୍ଦୁ ରାଜପୁତଙ୍କୁ ବିବାହ କରିଥିଲେ। ତା’ଛଡା ଅନ୍ୟ ମୋଗଲ ଶାସନ କାଳ ଅପେକ୍ଷା ତାଙ୍କ ଶାସନ କାଳରେ ଉଚ୍ଚ ସୋପାନରେ ଅଧିକ ହିନ୍ଦୁ ରାଜପୁତ ଥିଲେ। ଆଉ ନିଜ ବ୍ୟକ୍ତିଗତ ଜୀବନରେ ସେ ଆଦୌ ମୌଳବାଦୀ ନ ଥିଲେ ବୋଲି ରେଜାଭି କୁହନ୍ତି। ସେ ସୁରା ପାନ କରିବାକୁ ପସନ୍ଦ କରୁଥିଲେ ତା’ସହ ହିନ୍ଦୁ ଦେବୀଙ୍କ ପ୍ରିୟ ବାଦ୍ୟ ବୀଣା ବଜାଇବାକୁ ବି ପସନ୍ଦ କରୁଥିଲେ। ଅନ୍ୟ ମୋଗଲ ସମ୍ରାଟଙ୍କ ଶାସନ କାଳ ଅପେକ୍ଷା ତାଙ୍କ ସମୟରେ ସେ ଅଧିକ ସଙ୍ଗୀତ ପୁସ୍ତକ ଲେଖାଇଥିଲେ। ରେଜାଭି ଆହୁରି ମଧ୍ୟ କୁହନ୍ତି, ସେ ତାଙ୍କ ରାଜନୈତିକ ବିଫଳତାକୁ ଘୋଡାଇବା ଓ ନିଜ ପ୍ରାଧିକାରକୁ ମଜଭୁତ କରିବା ଲାଗି ଧର୍ମର ସାହାରା ନେଇଥିଲେ। ଯେମିତିକି ଆଜିକାର ରାଜନୈତିକ ନେତା କରୁଛନ୍ତି।’

ଏସବୁ ପରେ ରେଜାଭି ପ୍ରଶ୍ନ କରିଛନ୍ତି ଯେ, ଯଦି ଔରଙ୍ଗଜେବ ଜଣେ କ୍ରୂର, ସାମ୍ପ୍ରଦାୟିକ ବ୍ୟକ୍ତି ଓ ମୌଳବାଦୀ ଥିଲେ, ଯେକି ହିନ୍ଦୁ ମନ୍ଦିରଗୁଡିକୁ ନଷ୍ଟ କରିଦେଇଥିଲେ। ସେହିଭଳି ବ୍ୟକ୍ତିଙ୍କୁ ଏବେ ଆମେ ଅନୁକରଣ କରିବା ଉଚିତ କି?

୩୦୦ ବର୍ଷ ପୂର୍ବେ ସେ ଜଣେ ସ୍ବେଚ୍ଛାଚାରୀ ନିଷ୍ଠୁର ଶାସକ ଥିଲେ। କାରଣ ସେତେବେଳେ ଆଜିର ଆଧୁନିକ ଗଣତନ୍ତ୍ର ନ ଥିଲା କି ତାଙ୍କୁ ପଥ ଦେଖାଇବା ଲାଗି କୌଣସି ସମ୍ବିଧାନ ନ ଥିଲା। ହେଲେ ଏବେ ଆମେ ଭାରତୀୟ ସମ୍ବିଧାନ ଓ ସଂସଦର ନିୟମ ଦ୍ୱାରା ପରିଚାଳିତ। ତେଣୁ ଆମେ କେମିତି ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ କରାଯାଇଥିବା କୁକର୍ମକୁ ଅନୁକରଣ କରିବା? ତେଣୁ ଯଦି କେହି ସେ ସମୟର ରାଜନୀତିକୁ ଏବେ ପ୍ରଶ୍ରୟ ଦେଉଛନ୍ତି, ତେବେ ସେ ସପ୍ତଦଶ ଶତାବ୍ଦୀରେ ଔରଙ୍ଗଜେବ କରିଥିବା ଅପରାଧଠାରୁ ବହୁଗୁଣରେ ବଡ଼ ଅପରାଧ କରୁଛନ୍ତି ବୋଲି ଧରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

ମୋଦିଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ବିଜୟ

ଚେନ୍ନାଇ,୧୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଅକ୍ଟୋବର ୧୧) ଚେନ୍ନାଇରେ ପହଞ୍ଚିଛନ୍ତି। ସେଠାରେ ସେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…

CJP ବର୍ତ୍ତମାନ ବିକ୍ଷୋଭ ପ୍ରଦର୍ଶନ କରିବ କି ନାହିଁ? ଅପଡେଟ ଦେଲେ ସୌରଭ ଦାସ

ନୂଆଦିଲ୍ଲୀ,୧୧।୧୦: ସିଜେପି (CJP) ମୁଖପାତ୍ର ସୌରଭ ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ‘ଏକ୍ସ’ (X) ରେ ଲେଖି ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?