Categories: ଜାତୀୟ

୩୦୦ ଟଙ୍କା ଉଜ୍ଜ୍ୱଳା ସବ୍‌ସିଡି ଆଉ ବର୍ଷେ ବଢ଼ିଲା

ନୂଆଦିଲ୍ଲୀ,୮।୩ : ଉଜ୍ଜ୍ୱଳା ଯୋଜନା ହିତାଧିକାରୀମାନଙ୍କୁ ମିଳୁଥିବା ରନ୍ଧନ ଗ୍ୟାସ (ଏଲ୍‌ପିଜି) ସିଲିଣ୍ଡର ପିଛା ସବ୍‌ସିଡିକୁ କେନ୍ଦ୍ର ସରକାର ଗୁରୁବାର ୩୦୦ ଟଙ୍କା ବଢ଼ାଇଛନ୍ତି। ଏପ୍ରିଲ ୧ରୁ ଆରମ୍ଭ ହେଉଥିବା ନୂତନ ଆର୍ଥତ୍କ ବର୍ଷରେ ଏହି ସବ୍‌ସିଡି ସୁବିଧା ମିଳିବ। ଗତ ଅକ୍ଟୋବରରେ ସରକାର ସିଲିଣ୍ଡର ଉପରେ ସବ୍‌ସିଡି ପରିମାଣ ୨୦୦ରୁ ୩୦୦ ଟଙ୍କାକୁ ବଢ଼ାଇଥିଲେ। ଏହା ଚଳିତ ଆର୍ଥତ୍କ ବର୍ଷ ଅର୍ଥାତ୍‌ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଉଦ୍ଦିଷ୍ଟ ଥିଲା। ଆର୍ଥତ୍କ ବ୍ୟାପାର କ୍ୟାବିନେଟ କମିଟି ଏହାକୁ ଆଉ ଗୋଟିଏ ବର୍ଷ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିବା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଗଣମାଧ୍ୟମକୁ କହିଛନ୍ତି। ଫଳରେ ପ୍ରାୟ ୧୦ କୋଟି ଉଜ୍ଜ୍ୱଳା ହିତାଧିକାରୀ ପରିବାର ଏହାଦ୍ୱାରା ଉପକୃତ ହେବେ ଏବଂ ସରକାରଙ୍କୁ ଏ ବାବଦରେ ଅତିରିକ୍ତ ୧୨,୦୦୦ କୋଟି ଟଙ୍କାର ବ୍ୟୟଭାର ବହନ କରିବାକୁ ପଡ଼ିବ।

Share