ସାମାଜିକ କାର୍ଯ୍ୟକ୍ରମରେ ୩ଶହ ଲୋକଙ୍କୁ ଅନୁମତି ମିଳୁ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ବିବାହ, ବ୍ରତ, ଶୁଦ୍ଧିଘର ଆଦି ସାମାଜିକ କାର୍ଯ୍ୟକ୍ରମରେ ୨୫ ବଦଳରେ ୩ଶହ ଲୋକଙ୍କୁ ଅନୁମତି ଦାବି କରି ଅଲ୍‌ ଓଡ଼ିଶା ଟେଣ୍ଟ, କ୍ୟାଟରର, ଫ୍ଲାଓ୍ବାର, ଲାଇଟ୍‌ସ ଆଣ୍ଡ ସାଉଣ୍ଡ୍‌ ଆସୋସିଏଶନ ପକ୍ଷରୁ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି। ରାସ୍ତା ଉପରେ ଗ୍ୟାସ୍‌ ଚୁଲା, କଢ଼େଇ, ହାଣ୍ଡି ଆଦି ବିଭିନ୍ନ କ୍ୟାଟରିଂ ସାମଗ୍ରୀ ରଖି ଅଭିନବ ପ୍ରତିବାଦ କରିଛନ୍ତି। ସଂଘ ସଭାପତି ବିନୟ ଭୂଷଣ ପଟ୍ଟନାୟକ କହିଛନ୍ତି, କ୍ୟାଟରିଂ ସଂସ୍ଥା ଚଳାଉଥିବା ମାଲିକ ଓ କର୍ମଚାରୀ ଦୁଇବର୍ଷ ହେବ ରୋଜଗାର ହରାଇଛନ୍ତି। ଏହା ଉପରେ ରାଜ୍ୟର ୨୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରୁଥିବାବେଳେ ମାତ୍ରାଧିକ କଟକଣା ଯୋଗୁ ସେମାନଙ୍କ ପରିବାର ନାନା ଦୁର୍ଦ୍ଦିନରେ ଗତି କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଛି। ଦ୍ୱାରିକାନାଥ ପଣ୍ଡା, ପ୍ରବୋଧ ଦାଶ, ଦେବୀ ରଥ, ପ୍ରଦୀପ ଭଟ୍ଟ, ଜଗନ ଜେନା, ବିଭୂତି ଭୂଷଣ ସ୍ବାଇଁ, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ।