ଚାଷୀଙ୍କ ପାଇଁ ୩୦୦ କୋଟିର ପ୍ୟାକେଜ

ଭୁବନେଶ୍ୱର,୧୨। ୯(ବ୍ୟୁରୋ): ଚଳିତ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦ କୋଟି ଟଙ୍କର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଗତ ଅଗଷ୍ଟ ଶେଷ ସପ୍ତାହରେ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ଯୋଗୁ ବହୁ ଶସ୍ୟହାନି ହୋଇଛି।
ଘୋଷଣା ଅନୁଯାୟୀ ୩୩ ପ୍ରତିଶତ ଶସ୍ୟହାନି ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଣଜଳସେଚିତ ଜମି ପାଇଁ ପ୍ରତି ହେକ୍ଟରକୁ ୬ ହଜାର ୮୦୦ ଟଙ୍କା ଇନପୁଟ ସବ୍‌ସିଡ୍‌ ଯୋଗାଇ ଦିଆଯିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛିା ୧୩ ହଜାର ୫୦୦ ଟଙ୍କା ଏବଂ ଆମ୍ବ, କାଜୁ, ନଡିଆ ପାନ ଆଦି ସବୁଦିନିଆ ଫସଲପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ପ୍ରଦାନ କରାଯିବ। ଇନପୁଟ୍‌ ସବ୍‌ସିଡ୍‌ ସର୍ବନିମ୍ନ ସବୁଦିନିଆ ଫସଲ ପାଇଁ ୨ ହଜାର ଏବଂ ଅନ୍ୟାନ୍ୟ ଫସଲ ପାଇଁ ୧ ହଜାର ଟଙ୍କାରୁ କମ୍‌ ଦିଆଯିବ ନାହିଁ।
ବନ୍ୟା ପ୍ରଭାବିତ ଚାଷୀଙ୍କୁ ୨୦୨୦ ଖରିଫ ପାଇଁ ୨୦ ହଜାର ଡାଲିଜାତୀୟ କୀଟ ଯୋଗାଇ ଦିଆଯିବ। ସେହିପରି ରବିଫସଲ ପାଇଁ ୬୦ ହଜାର ଏକରରେ ବିିଭିନ୍ନ ପ୍ରକାର ଫସଲ ଲାଗି ପ୍ରଦର୍ଶନ କାର୍ଯ୍ୟକ୍ରମ କରାଯିବ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୨ ହଜାର ପମ୍ପ ସେଟ ୫୦ ପ୍ରତିଶତ ରିହାତିରେ ଯୋଗାଇ ଦିଆଯିବ। ସର୍ବାଧିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯିବ।
ସେହିପରି ପ୍ରଭାବିତ ଚାଷୀମାନଙ୍କୁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩ ହଜାର ଟଙ୍କା ପର୍ଯ୍ୟନ୍ତ ୫ ହଜାର ସିଞ୍ଚନ ମେଶିନ ପ୍ରଦାନ କରାଯିବ। ହାତ ଓ ବ୍ୟାଟେରି ଚାଳିତ ସିଞ୍ଚନ ମେଶିନ ପାଇଁ ୬୦୦ ଟଙ୍କା ପ୍ରଦାନ କରାଯିବ। ରବି ଫସଲ ପାଇଁ ୧ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ କାର୍ଯ୍ୟକ୍ରମରେ ସାମିଲ କରାଯିବ। ସେମାନଙ୍କୁ ୧ଲକ୍ଷ ଏକର ଜମି ପାଇଁ ମାଗଣାରେ ରାସାୟନିକ ବିହନ ବିଶୋଧନ କିମ୍ବା ଜୈବିକ ବିହନ ବିଶୋଧନ ସୁବିଧା ଯୋଗାଇ ଦିଆଯିବ। ରବି ଋତୁ ପାଇଁ ତୁରନ୍ତ ଉନ୍ନତ ମାନର ପ୍ରାମାଣିକ ବିହନ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବ। ସ୍ବତନ୍ତ୍ର ପ୍ୟାକେଜରେ ପ୍ରମାଣିକ ବିହନ ପାଇଁ ସ୍ବତନ୍ତ୍ର ଭାବେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଯୋଗାଇ ଦିଆଯିବ। ବନ୍ୟା ପ୍ରଭାବିତ ଜିଲାଗୁଡିକରେ ୧୦ କୋଟି ଟଙ୍କାର ଫାର୍ମ ମେକାନାଇଜେଶନ ସବ୍‌ସିଡ୍‌ ଯୋଗାଇ ଦିଆଯିବ। ଏଥିସହିତ ଶସ୍ୟହାନିର ଶୀଘ୍ର ଆକଳନ କରାଯିବା ସହ ଶସ୍ୟର ମଧ୍ୟ ଭାଗରେ ଶସ୍ୟବୀମା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ। ୧ ଲକ୍ଷ ଚାଷୀଙ୍କୁ ପାଳଙ୍ଗ, ବିନ୍ସ, ଟମାଟୋ, ଲଙ୍କା, ମୂଳା ଇତ୍ୟାଦି ପାଇଁ ପନିପରିବା ମଞ୍ଜି କିଟ୍‌ ୧୩୦ ଟଙ୍କାରେ ଯୋଗାଇ ଦିଆଯିବ। ୭୫ ହଜାର ଚାଷୀଙ୍କୁ ୧୬୦ ଟଙ୍କା ମୂଲ୍ୟରେ ଅମୃତଭଣ୍ଡା, କଳଦୀ ଓ ସଜନା ଗଛ ଇତ୍ୟାଦି ୧୦ ପ୍ରକାର ଶୀଘ୍ର ବଢୁଥିବା ଫଳ ପାଇଁ କୀଟ ପିଛା ୧୬୦ ଟଙ୍କା ଦରରେ ଯୋଗାଇ ଦିଆଯିବ। ଜୀବନ ଜୀବିକା ପାଇଁ ୧୦ ହଜାର ଛତୁ ଚାଷ ୟୁନିଟ୍‌ ଲାଗି ୫୦୦ ୟୁନିଟ୍‌ ଶେଡ୍‌ ନେଟ ଯୋଗାଇ ଦିଆଯିବ।
୩୩ ପ୍ରତିଶତ ବନ୍ୟା ପ୍ରଭାବିତ ଅଞ୍ଚଳରେ ଖରିଫ ପାଇଁ ଦିଆଯାଇଥିବା କ୍ଷୁଦ୍ର ମିଆଦି ଋଣକୁ
ଚାଷୀଙ୍କ ପାଇଁ ୩୦୦ କୋଟିର …
ମଧ୍ୟମ ମିଆଦୀ ଋଣରେ ପରିବର୍ତ୍ତନ କରାଯିବ। ପ୍ରଭାବିତ ଅଞ୍ଚଳରେ କ୍ଷୁଦ୍ର ମିଆଦୀ ଖରିଫ ଋଣ ବର୍ଷକ ପାଇଁ ଅର୍ଥାତ୍‌ ୨୦୨୨ ପର୍ଯ୍ୟନ୍ତ ଏହାକୁ ମଧ୍ୟମ ଅବଧିକୁ ବୃଦ୍ଧି କରାଯିବ। ୨୦୨୦ ଅକ୍ଟୋବର ପହିଲାରୁ ଚାଷୀଙ୍କୁ ରବି ଫସଲ ପାଇଁ ଋଣ ଯୋଗାଇ ଦିଆଯିବ।
ସେହିପରି ବନ୍ୟାରେ ମୃତ୍ୟୁ ହୋଇଥିବା ଗୃହପାଳିତ ପ୍ରାଣୀଙ୍କ ପାଇଁ ୩୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ୩ ଦୁହାଁଳିଆ ଗାଈ ଏବଂ ମଇଁଷି ପାଇଁ ୨୫ ହଜାର ଟଙ୍କା ଏବଂ କ୍ଷୀର ଦେଉ ନ ଥିବା ଗାଈ ଓ ମଇଁଷି ପାଇଁ ୨୫ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବ। ସେହିପରି ୬ ବାଛୁରି ପାଇଁ ପ୍ରତ୍ୟେକ ପିଛା ୧୬ ହଜାର ଟଙ୍କା, ଛେଳିଙ୍କ ପାଇଁ ୩ ହଜାର ସର୍ବାଧିକ ୩୦ଟି ଛେଳି ପାଇଁ ସହାୟତା ରାଶି ପ୍ରଦାନ କରାଯିବ। ୫ ହଜାର କୁକୁଡ଼ା ପାଇଁ ପ୍ରତି କୁକୁଡା ପିଛା ୫୦ ଟଙ୍କା ଲେଖାଏ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।
ସେହିପରି ମାଛ ପୋଖରୀ କ୍ଷୟକ୍ଷତି ପାଇଁ ଚାଷୀଙ୍କୁ ପ୍ରତି ହେକ୍ଟରକୁ ୧୨ ହଜାର ୨୦୦ ଟଙ୍କା ପ୍ରଦାନ କରାଯିବ। ମାଛ ପୋଖରୀକୁ ପୁନରୁଦ୍ଧାର କରିବା ପାଇଁ ପ୍ରତି ହେକ୍ଟରକୁ ୮ହଜାର ୨୦୦ ଟଙ୍କାର ଇନପୁଟ୍‌ ସବ୍‌ସିଡ୍‌ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ବୁଣାକାର ଓ ହସ୍ତଶିଳ୍ପୀ କାରିଗରଙ୍କ ପାଇଁ ଏହି ସ୍ବତନ୍ତ୍ର ପ୍ୟାକେଜରେ ସହାୟତା ଘୋଷଣା କରାଯାଇଛି। ପ୍ରତ୍ୟେକ ବୁଣାକାରଙ୍କୁ ଯନ୍ତ୍ରପାତି କ୍ରୟ କରିବାକୁ ୪ ହଜାର ୧୦୦ ଟଙ୍କା ଏବଂ ୪୧୦୦ ଟଙ୍କା କଞ୍ଚାମାଲ କ୍ଷତିପୂରଣ ବାବଦରେ ଆର୍ଥିକ ସହାୟତା ପ୍ରଦାନ କରାଯିବ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମପଞ୍ଚାୟତ ରାସ୍ତା, ଖେଳପଡିଆ, କେନାଲ, ପୋଖରୀ, ଗୁହାଳ ଇତ୍ୟାଦି ମରାମତି କ୍ଷେତ୍ରକୁ ସାମିଲ କରାଯିବାକୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri