୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା ଅପରିହାର୍ଯ୍ୟ, କାରଣ ଏହା ୨୦୪୭ ସୁଦ୍ଧା ବିକଶିତ ଦେଶ ହେବାର ଲକ୍ଷ୍ୟ ରଖିଛି। ଏବେ ଏହି ଲକ୍ଷ୍ୟ ପୂରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ମାର୍ଗ ସମ୍ପର୍କରେ ମତ ରଖିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ। କଲମ୍ବିଆ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍‌ ଇଣ୍ଟରନ୍ୟାଶନାଲ ଆଣ୍ଡ୍‌ ପବ୍ଲିକ ଆଫେୟାର୍ସରେ ୧୯ ଏପ୍ରିଲରେ ଆୟୋଜିତ କଲମ୍ବିଆ ଇଣ୍ଡିଆ ସମ୍ମିଳନୀକୁ ସମ୍ବୋଧନ କରିବା ଅବସରରେ ନାଗେଶ୍ୱରନ କହିଛନ୍ତି ଯେ, ବିକଶିତ ଲକ୍ଷ୍ୟ ହାସଲ ପାଇଁ ଭାରତକୁ ଆଗାମୀ ୧୦-୧୨ ବର୍ଷ ନିଯୁକ୍ତି ଉପରେ ଗୁରୁତ୍ୱ ଦେବା ସହ ପ୍ରତିବର୍ଷ ୮୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାକୁ ହେବ ।
ଏହାସହ ଜିଡିପିରେ ଉତ୍ପାଦନର ଅଂଶ ବୃଦ୍ଧି ଜରୁରୀ ବୋଲି ଦର୍ଶାଇଛନ୍ତି। ଏ କଥା କହିଲାବେଳେ ସେ ମଧ୍ୟ ସତର୍କ କରିଦେଇଛନ୍ତି ଯେ, ଆଗାମୀ ୧୦-୨୦ ବର୍ଷ ବାହ୍ୟ ପରିବେଶ ଏସବୁ ପାଇଁ ଏତେଟା ସହାୟକ ହେବନାହିଁ। ଆଉ ମଧ୍ୟ ସୂଚାଇ ଦେଇଛନ୍ତି, ୩୦ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୯୦ରୁ ଏହା ଆରମ୍ଭ କରିବାର ଥିଲା ଯେତେବେଳେ ଏହା ପାଇଁ ସୁଯୋଗ ରହିଥିଲା। ନାଗେଶ୍ୱରନ ୨୮ ଜାନୁଆରୀ ୨୦୨୨ରେ ସିଇଏ ଭାବେ ନିଯୁକ୍ତ ହୋଇଥିଲେ। ଏହାର ୩ ବର୍ଷ ପରେ ସେ ଏଭଳି କହିଛନ୍ତି। ଆଗରୁ ଜଣେ ଅର୍ଥନୀତିଜ୍ଞ ଭାବେ ତାଙ୍କ ମତ ରଖି ନ ଥିଲେ। ଏଥିସହିତ ତାଙ୍କୁ ଯେଉଁ ରାଜନୈତିକ ଦଳର ସରକାର ବିଶେଷକରି ଭାଜପା ସରକାର ନିଯୁକ୍ତି ଦେଇଛନ୍ତି, ସେହି ସରକାର ୧୧ ବର୍ଷ ଶାସନରେ ରହିଲେଣି। ନିଜର ଦାୟିତ୍ୱ ସମ୍ପର୍କରେ କେହି କୌଣସି ସମୟରେ ଉଲ୍ଲେଖ କରନ୍ତି ନାହିଁ। ଏବକାର ଢାଞ୍ଚାରେ ସବୁ ବିଷୟକୁ ଇତିହାସ ଉପରେ ଦୋଷ ଦେଇ ଖସିଯିବାର ଆଭିମୁଖ୍ୟ ସ୍ପଷ୍ଟ ବୁଝାପଡ଼ୁଛି।
ନାଗେଶ୍ୱରନଙ୍କ ଏହି କେତୋଟି ପରାମର୍ଶ ଭାରତୀୟ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧିରେ ନିଯୁକ୍ତି ଓ ଉତ୍ପାଦନର ମହତ୍ତ୍ୱପୂର୍ଣ୍ଣ ଦିଗକୁ ସୂଚିତ କରୁଛି। ଏହାସହ ଭାରତ ବିକଶିତ ହେବା ପଥରେ ଜଟିଳତା ରହିଥିବା ମଧ୍ୟ ପରୋକ୍ଷରେ ସ୍ପଷ୍ଟ କରୁଛି। ଅର୍ଥାତ୍‌ ଯେଉଁ ହାରରେ ନିଯୁକ୍ତି ଓ ଉତ୍ପାଦନ ବୃଦ୍ଧି ହେବା କଥା ତାହା ସମ୍ଭବ ହୋଇପାରିନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିସେମ୍ବର ୨୦୨୪ରେ ଘୋଷଣା କରାଯାଇଥିଲା ଯେ, ୨୦୨୨ରୁ ଆରମ୍ଭ ହୋଇଥିବା ନିଯୁକ୍ତିମେଳା ମାଧ୍ୟମରେ ଦେଢ଼ ବର୍ଷରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକରେ ୧୦ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯାଇଛି। କିନ୍ତୁ ଭାରତରେ ବେସରକାରୀ କ୍ଷେତ୍ରରେ କେତେ ପରିମାଣର ନିଯୁକ୍ତି ସୃଷ୍ଟି କରାଯାଇଛି କିମ୍ବା କରାଯିବା ପାଇଁ ଯୋଜନା ହେଉଛି ତାହା ଜାଣିବା କଷ୍ଟକର। ୨୦୧୬ରେ ଆରମ୍ଭ କରାଯାଇଥିବା ଷ୍ଟାର୍ଟଅର୍ପ ଇଣ୍ଡିଆ ଯୋଜନା ଏବଂ ମେ ୨୦୨୦ରୁ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଅଭିଯାନର ଅଗ୍ରଗତି ସମ୍ପର୍କିତ ପ୍ରଚାରରେ ନିଯୁକ୍ତି ସଂଖ୍ୟା ଜାଣିବା କଷ୍ଟକର। ଯଦି ଅନ୍ତର୍ଜାତୀୟ ଶ୍ରମ ସଂଘର ୨୦୨୪ ରିପୋର୍ଟକୁ ଦେଖିବା ତେବେ ଏଥିରେ ପ୍ରକାଶ କରାଯାଇଥିଲା ଯେ, ଭାରତରେ ଚାକିରି ନ ଥିବା ମୋଟ ଲୋକଙ୍କ ମଧ୍ୟରେ ୮୦ ପ୍ରତିଶତରୁ ଅଧିକ ହେଉଛନ୍ତି ଯୁବକ। ଭାରତରେ ଚାକିରି ପାଇ ନ ଥିବା, ଶିକ୍ଷା ପ୍ରାପ୍ତ କରି ନ ଥିବା କିମ୍ବା ପ୍ରଶିକ୍ଷଣ ନେଇ ନ ଥିବା ଯୁବକଙ୍କ ପ୍ରତିଶତ ଦକ୍ଷିଣ ଏସିଆରେ ସର୍ବାଧିକ ବୋଲି ଦର୍ଶାଇଥିଲା। ଭାରତରେ କୁଶଳୀ ଶ୍ରମଶକ୍ତିର ଅଭାବ ରହିଆସିଛି। ଏହା ବ୍ୟତୀତ ଶ୍ରମଶକ୍ତି ଭାଗୀଦାରି ହାର ଅନ୍ୟସବୁ ବିକାଶଶୀଳ ଦେଶ ଏପରିକି ଇଣ୍ଡୋନେସିଆ ଓ ଭିଏଟ୍‌ନାମଠାରୁ କମ୍‌ ରହିଛି। ତେବେ ଅନ୍ତର୍ଜାତୀୟ ସ୍ତରର ରିପୋର୍ଟ ଯାହା ଦର୍ଶାଉଛି ତାହାକୁ ଚ୍ୟାଲେଞ୍ଜ କରି ଏକ ଯୁକ୍ତିଯୁକ୍ତ ରିପୋର୍ଟ ପ୍ରକାଶ କରିବା ଭାରତ ପାଇଁ ସମ୍ଭବପର ନୁହେଁ। ଯଦି କୌଣସି ରିପୋର୍ଟ ପ୍ରସ୍ତୁତ କରାଯାଉଛି ସେଥିରେ ଛବିକୁ ଆକର୍ଷଣୀୟ ଭାବେ ଦେଖାଯାଉଛି, ତାହାର ଏକମାତ୍ର ଉପାୟ ଭାବରେ ତଥ୍ୟକୁ ସମ୍ପୂର୍ଣ୍ଣ ମନଗଢା କରିଦିଆଗଲାଣି। ଯେଉଁଥିପାଇଁ ନିୟମିତ ସମୟରେ ଜନଗଣନା ମଧ୍ୟ କରାଯାଉନାହିଁ। ଏବେ ଯେଉଁ ଜନଗଣନା ସମ୍ପର୍କରେ ଆଲୋଚନା କିମ୍ବା କାର୍ଯ୍ୟ ଆରମ୍ଭ କରାଯାଉଛି ତାହା କେତେଦୂର ବାସ୍ତବ ହେବ ସେ ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ନାଗେଶ୍ୱରନ ଜିଡିପିରେ ମାନୁଫାକ୍‌ଚରିଂ ବା ଉତ୍ପାଦନ ହାର ବୃଦ୍ଧି କଥା ଯାହା କହିଛନ୍ତି ତାହା ଏକ ବିକଶିତ ଦେଶର ଚାବିକାଠି। ଏହା ଚାଇନା ପ୍ରମାଣ କରି ଦେଖାଇଛି। ଏବେ ଚାଇନା ବିଶ୍ୱର ଏକ ନମ୍ବର ଅର୍ଥ ବ୍ୟବସ୍ଥା ହେବା ପଥରେ ଅଗ୍ରସର। ଦେଖିବାକୁ ଗଲେ ୧୯୯୦ ବେଳକୁ ଚାଇନା ଓ ଭାରତର ଅଭିବୃଦ୍ଧି ହାର ପ୍ରାୟ ସମାନ ଥିଲା। କିନ୍ତୁ ସେହି ଦେଶ ତାହାର କୁଶଳୀ ଶ୍ରମଶକ୍ତି ବିନିଯୋଗ କରି ବିଶ୍ୱର ଏକ ନମ୍ବର ଉତ୍ପାଦନକାରୀ ଦେଶ ହୋଇଗଲାଣି। ଏଥିରୁ ବୁଝିବାକୁ ହେବ ଯେ, ଭାରତର ଅର୍ଥନୈତିକ ପଥ ଆଜି ମଧ୍ୟ ଅସ୍ପଷ୍ଟ। ବିଗତ ବର୍ଷମାନଙ୍କରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିଥିବା ରାଜନୈତିକ ବ୍ୟବସ୍ଥାକୁ ଭାରତୀୟ ଭୋଟର ବାରମ୍ବାର ନାକଚ କରି ଫିଙ୍ଗି ଦେଲେଣି। ଅନ୍ୟପଟେ ଆଜିର ପରିସ୍ଥିତିରେ ମଧ୍ୟ ସୁଧାର ଆସୁଥିବା ଭଳି କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ବିଶେଷକରି ଦେଶର ମାନସିକ ସ୍ତରରେ ହିନ୍ଦୀଭାଷା ଲଦି ଦେବା, ହିନ୍ଦୁ ମୁସଲମାନ ଆଲୋଚନାକୁ ଗୁରୁତ୍ୱ ଦେବା, ଜନସଂଖ୍ୟା ଅନୁଯାୟୀ ଲୋକ ସଭା ଆସନ ନିର୍ଦ୍ଧାରଣ କରିବା ଭଳି ଅନେକ ଅବାଞ୍ଛିତ କଥାରେ ଦେଶର ଶକ୍ତିକୁ ଜାଣିଶୁଣି ବିନିଯୋଗ କରାଯାଉଥିବା ହେତୁ ଦକ୍ଷତା ବୃଦ୍ଧି ଭଳି ଅର୍ଥନୈତିକ ଲକ୍ଷ୍ୟ ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଆଜିଠାରୁ ୩୦ ବର୍ଷ ପରେ ମଧ୍ୟ ଯେଉଁ ବ୍ୟକ୍ତି ନାଗେଶ୍ୱରନଙ୍କ ଆସନରେ ବସିବେ ସେତେବେଳେ ମଧ୍ୟ ଏହି ବାକ୍ୟଗୁଡ଼ିକୁ ପୁନରାବୃତ୍ତି କରିବାକୁ ବାଧ୍ୟ ହେବେ ବୋଲି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri