ପୋଲିସକୁ ମିଳିଲା ବଡ଼ ସଫଳତା: ୩୦ ଚୋରା ବାଇକ୍‌ ଜବତ

ଟେନସା,୬।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡା ଏବଂ କେ ବଲାଙ୍ଗ ଥାନା ଅଞ୍ଚଳରୁ ପୋଲିସ ୩୦ ଚୋରା ବାଇକ୍‌ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ଏନେଇ କୋଇଡା ଏବଂ କେ.ବଲାଙ୍ଗ ଥାନାରେ ପୃଥକ ପୃଥକ ୨ଟି ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ତଳେ କେ ବଲାଙ୍ଗ ଥାନାରେ ଏକ ବାଇକ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ କେ.ବଲାଙ୍ଗ ଥାନା ଅଧିକାରୀ ସ୍ମୃତିରଞ୍ଜନ ନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ପୋଲିସ କୌଣସି ସୂତ୍ରରୁ ଖବର ପାଇ କେନ୍ଦୁଝର ଜିଲାର ବଲାଣି ଥାନା ଅଞ୍ଚଳରେ ଚଢାଉ କରି ଏକ ଚୋରି ବାଇକ୍‌ ଜବତ କରି ଥିଲା। ଏପରିକି ପୋଲିସ ବାଇକ୍‌ ଚୋରି ଘଟଣାରେ ସମ୍ପୃକ୍ତ ଥିବା ସେନାପତି ମୁଣ୍ଡା ନାମକ ଜଣେ ଯୁବକଙ୍କୁ ଆଣି ପଚରାଉଚରା କରିଥିଲା।

ପଚରାଉଚରା ବେଳେ ସେନାପତି ପୋଲିସକୁ ବାଇକ୍‌ ଚୋରି ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହାକୁ ଆଧାର କରି କେ.ବଲାଙ୍ଗ ପୋଲିସ ଚଢାଉ କରି କେନ୍ଦୁଝର ଜିଲାର ବଲାଣୀ ଅଞ୍ଚଳରୁ ତ୍ରିବନ ମୁଣ୍ଡା(୨୭), ନଟ ମୁଣ୍ଡା(୨୪), ସେନାପତି ମୁଣ୍ଡା(୩୦), ସୁରେଶ ଲୁହାର(୩୫), ରୁଗୁଡି ଥାନା ଅଞ୍ଚଳରୁ ଶୁଶାନ୍ତ ଲୁହାର(୨୮)ଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କ ନିକଟରୁ ୨୧ଟି ଚୋରା ବାଇକ୍‌ ଜବତ କରିଥିଲା।

ସେହିପରି ଢଂଗରେ ଚଢାଉ କୋଇଡ଼ା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ଚଢାଉ କରିଥିଲେ। ଚଢାଉ ବେଳେ ୯ଟି ବାଇକ୍‌ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲେ । ସେମାନେ ହେଲେ ଅମରୁ ଖାନ୍‌(୩୦),ସଫଦାର ଖାନ(୩୨)। ଏନେଇ କୋଇଡ଼ା ଥାନାରେ ଏକ ମାମଲା(ନଂ.୧୧୩/୨୦୨୪) ରୁଜୁ ହୋଇଛି। ସେହିପରି କେ.ବଲାଙ୍ଗ ଥାନାରେ ଏକ ମାମଲା
(ନଂ.୭୧/୨୦୨୪) ରୁଜୁ ହୋଇଛି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜବତି ୩୦ଟି ବାଇକକୁ ଲୁଟେରାମାନେ କୋଇଡା, ଯୋଡ଼ା, କେ ବଲାଙ୍ଗ, ବଡବିଲ, ବଲାଣୀ, ରୁଗୁଡି, କିରିବୁରୁ ସମେତ ପଡୋଶୀ ଝାଡ଼ଖଣ୍ଡ ଅଞ୍ଚଳରୁ ଚୋରି କରିଥିବା ଜଣାପଡ଼ିଛି।

ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଜିଲା ତଥା ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରହିଛି ବୋଲି ପଶ୍ଚିମା ଅଞ୍ଚଳ ଡିଆଇଜି ବ୍ରିଜଶ କୁମାର ରାୟ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ଆଡିକନାଲ ଏସ୍‌ପି ପ୍ରଭାଶଙ୍କର ନାୟକ, ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସୋରାଜ ଦେବତା, କୋଇଡ଼ା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର, କେ ବଲାଙ୍ଗ ଥାନା ଅଧିକାରୀ ସ୍ମୃତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବାଇକ ଚୋରି ହେଇଥିବା ୪ଜଣ ବାଇକ୍‌ ମାଲିକ ଆସି ନିଜ ନିଜ କାଗଜ ପତ୍ର ଦେଖାଇ ବାଇକ୍‌ ନେଇଥିଲେ। ଚୋରି ବାଇକ୍‌ ଧରିବାରେ ସହଯୋଗ କରିଥିବା ଯୁବକଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି ରାୟ ପୁରସ୍କୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରକର ଚକା ଫାଟି ଲାଗିଗଲା ନିଆଁ, ତାପରେ…

ପଟ୍ଟାଙ୍ଗି,୩୦।୧(ଶରତ କୁମାର ଧଳ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଦେଇ ପଡୋଶୀ ଆନ୍ଧ୍ରକୁ ସଂଯୋଗ କରିଥିବା ୨୬ନଂ ଜାତୀୟ ରାଜପଥ ଘାଟି ରାସ୍ତାରେ ଚଳନ୍ତା ଟ୍ରକର ଚକା…

ଶେଖ ହାସିନାଙ୍କ ଭାଷଣକୁ ନେଇ ନିଆଁବାଣ ହେଲା ବାଂଲାଦେଶ, ଭାରତ ବିରୋଧରେ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ଢାକା,୩୦।୧: ବାଂଲାଦେଶ ଚଟ୍ଟୋଗ୍ରାମର ମିରସରାଇରେ ଭାରତୀୟ ଅର୍ଥନୈତିକ କ୍ଷେତ୍ର ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବାତିଲ କରିଛି। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ ଅର୍ଥନୈତିକ କ୍ଷେତ୍ର…

ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭବାନୀପାଟଣା,୩୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଣ ଦାବିରେ ଗୁରୁବାର ଭବାନୀପାଟଣାରେ ଜିଲାପାଳଙ୍କ ଅଫିସ ଘେରାଉ କରିଛି ସିପିଆଇ। ଏହା…

T20 ବିଶ୍ୱକପରୁ ପାକିସ୍ତାନ ଆଉଟ…, ପାକିସ୍ତାନର ମଜା ଉଡାଇଲା ଏହି ଦେଶ

ନୂଆଦିଲ୍ଲୀ,୩୦।୧: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ ପାଇଁ ତାର ଦଳ ଘୋଷଣା କରିଛି, କିନ୍ତୁ ପିସିବି ଅଧ୍ୟକ୍ଷଙ୍କ ପୋଷ୍ଟ ପରେ ସେମାନଙ୍କ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଜାରି…

ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ? ମୋଦି ନା ଇନ୍ଦିରା, ଚମକାଇଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୩୦।୧: ଜନତା ପ୍ରାୟତଃ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳର ତୁଳନା କରନ୍ତି। ଇଣ୍ଡିଆ ଟୁଡେ-ସି ଭୋଟରଙ୍କ ‘ମୁଡ ଅଫ…

୧୨ ଟିକିଆ ହାତୀପଲଙ୍କ ତାଣ୍ଡବ, ଘର ଭାଙ୍ଗି ଧାନ…

ବଣାଇଁ, ୩୦।୧(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୧୨ ଟିକିଆ ହାତୀ ପଲଙ୍କ ଉତ୍ପାତ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଛନ୍ତି ୬ଟି ଗ୍ରାମର ଗ୍ରାମବାସୀ ।…

ଖଣ୍ଡଗିରି ମେଳାରେ ୫ଗୁଣା ପାର୍କିଂ ଫି’, ଲିଜ୍‌ଧାରୀଙ୍କୁ ସୋ’କଜ…

ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ଖଣ୍ଡଗିରି କୁମ୍ଭମେଳାରେ ପାର୍କିଂ ଫି’ ନାମରେ ଲୋକଙ୍କୁ ଶୋଷଣ କରାଯାଉଛି। ଲିଜ୍‌ଧାରୀମାନେ ଧାର୍ଯ୍ୟ ଦରଠାରୁ ୫ଗୁଣା ଅଧିକ ନେଇ ଯାତ୍ରୀଙ୍କୁ ଲୁଟୁଛନ୍ତି। ଖଣ୍ଡଗିରି…

ସପ୍ତାହକରେ ୪ ଡିଗ୍ରୀ ବଢ଼ିଲା ତାପମାତ୍ରା, ଝାରସୁଗୁଡାରେ ସର୍ବୋଚ୍ଚ…

ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ରାଜ୍ୟରେ ଶୀତ ପ୍ରକୋପ କମିଛି। ସର୍ବନିମ୍ନ ରାତି ତାପମାତ୍ରା ଓ ସର୍ବୋଚ୍ଚ ଦିନ ତାପମାତ୍ରାରେ କ୍ରମଶଃ ବୃଦ୍ଧି ହେବାରେ ଲାଗିଛି। ଗୁରୁବାର ଝାରସୁଗୁଡାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri