ପୋଲିସକୁ ମିଳିଲା ବଡ଼ ସଫଳତା: ୩୦ ଚୋରା ବାଇକ୍‌ ଜବତ

ଟେନସା,୬।୯(ସମୀର କୁମାର ପାଢୀ): ସୁନ୍ଦରଗଡ଼ ଜିଲା କୋଇଡା ଏବଂ କେ ବଲାଙ୍ଗ ଥାନା ଅଞ୍ଚଳରୁ ପୋଲିସ ୩୦ ଚୋରା ବାଇକ୍‌ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି। ଏନେଇ କୋଇଡା ଏବଂ କେ.ବଲାଙ୍ଗ ଥାନାରେ ପୃଥକ ପୃଥକ ୨ଟି ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ତଳେ କେ ବଲାଙ୍ଗ ଥାନାରେ ଏକ ବାଇକ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ କେ.ବଲାଙ୍ଗ ଥାନା ଅଧିକାରୀ ସ୍ମୃତିରଞ୍ଜନ ନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।

ପୋଲିସ କୌଣସି ସୂତ୍ରରୁ ଖବର ପାଇ କେନ୍ଦୁଝର ଜିଲାର ବଲାଣି ଥାନା ଅଞ୍ଚଳରେ ଚଢାଉ କରି ଏକ ଚୋରି ବାଇକ୍‌ ଜବତ କରି ଥିଲା। ଏପରିକି ପୋଲିସ ବାଇକ୍‌ ଚୋରି ଘଟଣାରେ ସମ୍ପୃକ୍ତ ଥିବା ସେନାପତି ମୁଣ୍ଡା ନାମକ ଜଣେ ଯୁବକଙ୍କୁ ଆଣି ପଚରାଉଚରା କରିଥିଲା।

ପଚରାଉଚରା ବେଳେ ସେନାପତି ପୋଲିସକୁ ବାଇକ୍‌ ଚୋରି ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହାକୁ ଆଧାର କରି କେ.ବଲାଙ୍ଗ ପୋଲିସ ଚଢାଉ କରି କେନ୍ଦୁଝର ଜିଲାର ବଲାଣୀ ଅଞ୍ଚଳରୁ ତ୍ରିବନ ମୁଣ୍ଡା(୨୭), ନଟ ମୁଣ୍ଡା(୨୪), ସେନାପତି ମୁଣ୍ଡା(୩୦), ସୁରେଶ ଲୁହାର(୩୫), ରୁଗୁଡି ଥାନା ଅଞ୍ଚଳରୁ ଶୁଶାନ୍ତ ଲୁହାର(୨୮)ଙ୍କୁ ଗିରଫ କରିଥିଲା। ପୋଲିସ ସେମାନଙ୍କ ନିକଟରୁ ୨୧ଟି ଚୋରା ବାଇକ୍‌ ଜବତ କରିଥିଲା।

ସେହିପରି ଢଂଗରେ ଚଢାଉ କୋଇଡ଼ା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ଚଢାଉ କରିଥିଲେ। ଚଢାଉ ବେଳେ ୯ଟି ବାଇକ୍‌ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲେ । ସେମାନେ ହେଲେ ଅମରୁ ଖାନ୍‌(୩୦),ସଫଦାର ଖାନ(୩୨)। ଏନେଇ କୋଇଡ଼ା ଥାନାରେ ଏକ ମାମଲା(ନଂ.୧୧୩/୨୦୨୪) ରୁଜୁ ହୋଇଛି। ସେହିପରି କେ.ବଲାଙ୍ଗ ଥାନାରେ ଏକ ମାମଲା
(ନଂ.୭୧/୨୦୨୪) ରୁଜୁ ହୋଇଛି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜବତି ୩୦ଟି ବାଇକକୁ ଲୁଟେରାମାନେ କୋଇଡା, ଯୋଡ଼ା, କେ ବଲାଙ୍ଗ, ବଡବିଲ, ବଲାଣୀ, ରୁଗୁଡି, କିରିବୁରୁ ସମେତ ପଡୋଶୀ ଝାଡ଼ଖଣ୍ଡ ଅଞ୍ଚଳରୁ ଚୋରି କରିଥିବା ଜଣାପଡ଼ିଛି।

ଗିରଫ ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଜିଲା ତଥା ଝାଡ଼ଖଣ୍ଡ ରାଜ୍ୟର ବିଭିନ୍ନ ଥାନାରେ ମାମଲା ରହିଛି ବୋଲି ପଶ୍ଚିମା ଅଞ୍ଚଳ ଡିଆଇଜି ବ୍ରିଜଶ କୁମାର ରାୟ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ଆଡିକନାଲ ଏସ୍‌ପି ପ୍ରଭାଶଙ୍କର ନାୟକ, ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ସୋରାଜ ଦେବତା, କୋଇଡ଼ା ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର, କେ ବଲାଙ୍ଗ ଥାନା ଅଧିକାରୀ ସ୍ମୃତିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବାଇକ ଚୋରି ହେଇଥିବା ୪ଜଣ ବାଇକ୍‌ ମାଲିକ ଆସି ନିଜ ନିଜ କାଗଜ ପତ୍ର ଦେଖାଇ ବାଇକ୍‌ ନେଇଥିଲେ। ଚୋରି ବାଇକ୍‌ ଧରିବାରେ ସହଯୋଗ କରିଥିବା ଯୁବକଙ୍କୁ ପଶ୍ଚିମାଞ୍ଚଳ ଡିଆଇଜି ରାୟ ପୁରସ୍କୃତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

ଉପାସନାଙ୍କ ଭୋଟ୍‌ ନେଇ ରାଗିଗଲେ ନବୀନ, ଅଭିଯୋଗ ଆଣି କହିଲେ…

ଭୁବନେଶ୍ୱର,୧୬ା୩: ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି…

ବ୍ଲକ୍‌ରେ ନାହିଁ ଶିଶୁଉଦ୍ୟାନ, ଖେଳପଡ଼ିଆ, ପଠାଗାର ଶିଶୁ, ଯୁବଗୋଷ୍ଠୀଙ୍କ ମାନସିକ ଓ ଶାରିରୀକ ବିକାଶରେ ବାଧା

ନନ୍ଦପୁର,୧୬ା୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୩ ପଞ୍ଚାୟତବାସୀ, ଶିଶୁ, କିଶୋର, ମହିଳା, ଯୁବଗୋଷ୍ଠୀ ଓ ବୃଦ୍ଧାବୃଦ୍ଧଙ୍କ ପାଇଁ କୌଣସି ଚିତ୍ତ ବିନୋଦନର…

ଗୋଟିଏ ରାତିରେ ଏକାଧିକ ଚୋରି, ପୋଲିସର ତନାଘନା

ନନ୍ଦପୁର,୧୬ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନାରେ ରବିବାର ରାତ୍ରରେ ଥାନା ଅଧୀନ ଗୁଣ୍ଠାପୁଟ, ପିତାଗୁଡ଼ା, ସୁବାଇ ଗ୍ରାମରୁ ଏକାଧିକ ଚୋରି ଘଟଣାର ଅଭିଯୋଗ ହୋଇଛି।…

ଶେଷ ହେଲା ଯୁଦ୍ଧ! ପ୍ରଥମଥର ପାଇଁ ଇରାନ ନେଇଛି ଏହି ପ୍ରମୁଖ ପଦକ୍ଷେପ… ଅକାମୀ ହୋଇଗଲାଣି ଇସ୍ରାଏଲର ପ୍ରତିରକ୍ଷା ବ୍ୟବସ୍ଥା…

ଜେରୁଜେଲମ,୧୬।୩: ଇରାନ-ଇସ୍ରାଏଲ ବିବାଦ ଆରମ୍ଭ ହେବାର ୧୫ ଦିନରୁ ଅଧିକ ସମୟ ବିତିଗଲାଣି। ଏହା ମଧ୍ୟରେ, ରିପୋର୍ଟ ଆସିଛି ଯେ ଇରାନର IRGC (ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri