ବାହାଘର ଭୋଜି ଖାଇ ୩୦ରୁ ଊର୍ଦ୍ଧ୍ୱ ଗୁରୁତର, ଜଣେ ମୃତ

ଓଡଗାଁ,୧।୫(ସ୍ବ.ପ୍ର.)- କରୋନା ମହାମାରୀ କାରଣରୁ ବାହାଘର ନିମନ୍ତେ କଟକଣା ରହିଛି। ହେଲେ ଏନେଇ କୌଣସି ପ୍ରଶାସନିକ ଲଗାମ ନାହିଁ। ଫଳରେ ଲୋକେ ବେଧଡକ ଭୋଜିଭାତରେ ସମାଗମ କରୁଥିବା ଦେଖିବାକୁ ମିକିଛ। ଏହିପରି ଏକ ଘଟଣାକ୍ରମରେ ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରୁମେ ବାଙ୍କତରା ଗ୍ରାମରେ ବାହାଘର ମଙ୍ଗନ ଭୋଜି ଖାଇ ୩୦ରୁ ଊର୍ଦ୍ଧ ମହିଳା, ପୁରୁଷ ଓ ପିଲା ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ପ୍ରାୟ ୧୨ ଜଣ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି। ଗୁରୁତର ଅବସ୍ଥାରେ ମାଟିଆଣି ବାରିକ (୫୫)ଙ୍କୁ ନୟାଗଡ଼ ମେଡିକାଲକୁ ରେଫର କରାଯାଇଥିଲା, ହେଲେ ସେଠାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛ। ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ଥିବା ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ଡାକ୍ତର ବଳରାମ ପ୍ରଧାନ ସୂଚନା ଦେଇଛନ୍ତି। ହେଲେ ଅନ୍ୟତ୍ର ଚିକିତ୍ସା ହେଉଥିବା ପୀଡିତଙ୍କ ବିଷୟରେ କେହି କିଛି ସୂଚନା ଦେଉନାହାନ୍ତି। ଡାକ୍ତରୀ ଟିମ୍‌ ସେହି ଗାଁକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରି ଫେରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାତୀୟ ଡେଙ୍ଗୁ ଦିବସ : ଫନୀ ପରେ ସତର୍କ ରହିବାକୁ ପରାମର୍ଶ

ତିହିଡ଼ି,୧୬ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଡା.ଦେବସ୍ମିତା...

ସେସୁ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ: ଜାତୀୟ ଷ୍ଟକ୍‌ ଏକ୍ସଚେଞ୍ଜରେ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜମା

କଟକ ଅଫିସ, ୩।୭: ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ପାରାଦୀପ ଡିଭିଜନ ଦାୟିତ୍ୱରେ ଥିବା କନିଷ୍ଠ ପରିଚାଳକ (ଅର୍ଥ) ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ଯାଞ୍ଚ...

ଜିଲା ଏଡ୍‌ସ ନିବାରଣ ଓ ନିୟନ୍ତ୍ରଣ କମିଟି ବୈଠକ : ୨୦୧୮-୧୯ରେ ଗଲାଣି ୪ ଜୀବନ

ଅନୁଗୋଳ ଅଫିସ, ୮।୬ – ଜିଲା ଏଡ୍‌ସ ନିବାରଣ ଓ ନିୟନ୍ତ୍ରଣ କମିଟି ବୈଠକ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।...

କରୋନାରେ ଆକ୍ରାନ୍ତ ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି/ଏମ୍‌ଭି୭୯,୧୩।୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପରେ ଗୁରୁବାର କରୋନାରେ ଆକ୍ରାନ୍ତ ହୋଇ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ...

୬ ହଜାର ତଣ୍ଡ ଗଣିଲେ ବାଇକ୍‌ ଚାଳକ

ଭଦ୍ରକ ଅଫିସ, ୪।୩- ବାଇକ୍‌ ଚଲାଉଥିବା ବେଳେ ମୋବାଇଲରେ କଥା ହେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ଜରିମାନା ଦେବାକୁ ପଡ଼ିଛି। ବୁଧବାର...

ଆଭ୍ୟନ୍ତରୀଣ ଜିଲାରେ ତାତି, ଉପକୂଳରେ ଆଶ୍ୱସ୍ତି

ଭୁବନେଶ୍ୱର,୩।୪(ବ୍ୟୁରୋ): ଗତ କିଛିଦିନ ଧରି ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ଦାଉରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ତ୍ରାହି ମିଳିଛି। ଘୂର୍ଣ୍ଣିଝଡ଼ ଯୋଗୁ ପାରଦ ତଳକୁ ଖସିଛି। ମାତ୍ର...

ଚାଷୀଙ୍କୁ କ୍ଷତିପୂରଣ ଦାବିକଲା କଂଗ୍ରେସ

ବରଗଡ଼ ଅଫିସ୍‌,୨୭।୪: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତଥା କରାମାଡ଼ ଯୋଗୁ ବ୍ୟାପକ ଫସଲକ୍ଷତି ହୋଇଛି। ଏଥିରେ ବରଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସୀମା,...

ବିପଦ ମୁହଁରେ ୨୫ ଗାଁ

ଲଙ୍ଗଳେଶ୍ୱର, ୧୮।୩ (ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବାତ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ତଟକ୍ଷୟ ହେବାରେ ଲାଗିଛି। ବାଲେଶ୍ୱର ଜିଲା ବାଲିଆପାଳବାସୀଙ୍କ ପାଇଁ ଏହାର ଦୁଃଖର...

Advertisement


Archives

Model This Week

Why Dharitri