୩୦ ଓଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ୱର,୧୨।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ(ଏସ୍‌ଏଜି)ଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେଥିମଧ୍ୟରୁ ୨୮ଜଣ ଅଧିକାରୀଙ୍କୁ ନିଜ ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ସନ୍ତୋଷ କୁମାର ନାୟକଙ୍କୁ ପଦୋନ୍ନତି ପରେ ମାର୍କଫେଡ୍‌ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ପଦୋନ୍ନତି ପରେ ଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।
ଏହାବାଦ୍‌ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଜ୍ୟୋତିର୍ମୟୀ ପ୍ରଧାନ, ମଧୁମିତା ନାୟକ, କାହ୍ନୁଚରଣ ଧୀର, ହରିଶ ଚନ୍ଦ୍ର ନାୟକ, ଅମ୍ବର କୁମାର କର, ବବିତା ମହାନ୍ତି, ପ୍ରଶାନ୍ତ କିଶୋର ମହାପାତ୍ର, ଶିବୋ ନାରାୟଣ ସାହୁ, ଅନୁଜ କୁମାର ଦାସ ପଟ୍ଟନାୟକ,ଏସ୍‌ କେ. ଜମିରୁଦ୍ଦିନ, ସୁରେନ୍ଦ୍ର କୁମାର ପଣ୍ଡା, ରାଜଶ୍ରୀ ସିଂହ, ଶୁଭ୍ରା ମହାନ୍ତି, ମନୋଜ କୁମାର ପାଢ଼ୀ, ସଂଘମିତ୍ରା ଶତପଥୀ, ବଳରାମ ମଲ୍ଲିକ, ହିମାଂଶୁ ଶେଖର ବେହେରା, ଲକ୍ଷ୍ମୀକାନ୍ତ ସେଠୀ, ଅକ୍ଷୟ କୁମାର ମଲ୍ଲିକ, ଦେବଦତ୍ତ ସୁରଞ୍ଜିତା ଜେନା, ଉଷାରାଣୀ ଦାସ, ଅଗସ୍ତୀ ପ୍ରଧାନ, ବୀରସେନ ପ୍ରଧାନ, ମିର୍ଦ୍ଧା ଟପୋ, ଘାସିରାମ ମୁର୍ମୁ, ସୁଧାକର ଶବରୋ, ଅସିତ କୁମାର ପଣ୍ଡା ଓ ସୁକାନ୍ତ କୁମାର ବେହେରାଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ପରେ ପୁନଃ ଅବସ୍ଥାପିତ କରାଯାଇଛି।
ସେହିପରି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶୁକ୍ରବାର ୨୯ ଜଣ ଯୁଗ୍ମସଚିବ ପାହ୍ୟାର ଓଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ସଚିବ(ଏସଏଜି) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେଥିମଧ୍ୟରେ ପର୍ଯ୍ୟଟନ ବିଭାଗ ଯୁଗ୍ମସଚିବ ରୁଦ୍ରନାରାୟଣ ଦାସ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିଲ୍ଲୀପ କୁମାର ମହାପାତ୍ର ଏବଂ ସିଡ଼ିଏ ସଚିବ ଡ. ଶ୍ୱେତ କୁମାର ଦାଶ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ମରିବି ପଛେ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri