ନିଶା ବେପାରୀଙ୍କୁ ୩୦ କି.ମି. ଗୋଡ଼ାଇ ଧରିଲା ପୋଲିସ

ଭୁବନେଶ୍ୱର,୧୩।୨(ସୂର୍ଯ୍ୟକାନ୍ତ ବେହେରା):ଦାମୀ କାର୍‌ରେ ଗଞ୍ଜେଇ ଚାଲାଣବେଳେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ୩୦ କି.ମି ପିଛା କରି ୩ ଆନ୍ତଃରାଜ୍ୟ ନିଶାବେପାରୀଙ୍କୁ ଭୁବନେଶ୍ୱର ଉପକଣ୍ଠ ପାହାଳରୁ କାବୁ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରବି ଶଙ୍କର ଦାସ, ରାଜେଶ କିଶୋର ଦାସ, ଲବ କିଶୋର ପ୍ରସାଦ ସହଦେବ। ସେମାନଙ୍କ ଘର ଝାଡଖଣ୍ଡର ପଶ୍ଟିମ ସିଂହଭୂମ ଅଞ୍ଚଳରେ। ସେମାନଙ୍କଠାରୁ ୩୦୦ କେଜି ଗଞ୍ଜେଇ, ୨ କାର୍‌, ୩ ମୋବାଇଲ ଫୋନ, ୧୪ ହଜାର ଟଙ୍କା ଏବଂ ଭିନ୍ନ ଭିନ୍ନ ଗାଡ଼ି ନମ୍ବର ପ୍ଲେଟ୍‌ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ହେବ। ଅଭିଯୁକ୍ତମାନେ ଧରା ନ ପଡ଼ିବା ଲାଗି ଗାଡ଼ିରେ ପ୍ରେସ୍‌ ଲେଖିବା ସହ ନମ୍ବର ପ୍ଲେଟ୍‌ ବଦଳାଇ ମାଲକାନଗିରି ଚିତ୍ରକୋଣ୍ଡାରୁ ଭୁବନେଶ୍ୱର ଦେଇ କୋଲକାତାକୁ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଆନ୍ତଃରାଜ୍ୟ ନିଶା କାରବାରର ଚେର କେଉଁଆଡେ ଲମ୍ବିଛି ତାହା ଜାଣିବା ପାଇଁ ପୋଲିସ ଅଭିଯୁକ୍ତମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି। ଅଭିଯୁକ୍ତ ରବି ଜଣେ ପେସାଦାର ନିଶାବେପାରୀ। ତାଙ୍କର ଅନେକ ଦାମୀ ଗାଡ଼ି ରହିଛି। ଏପରି କି ସେ ପୂର୍ବରୁ ଝାଡଖଣ୍ଡ ପୋଲିସ ଦ୍ୱାରା ଗିରଫ ହୋଇଥିଲେ।
ଅଭିଯୁକ୍ତମାନେ ଚିତ୍ରାକୋଣ୍ଡାରୁ ଗଞ୍ଜେଇ ଆଣି ମାଲକାନଗିରି, ଭାଇଜାଗ, ଭୁବନେଶ୍ୱର ହୋଇ ପଶ୍ଚିମବଙ୍ଗ ଯାଉଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଗଞ୍ଜେଇ ଚାଲାଣକାରୀମାନେ ନମ୍ବରପ୍ଲେଟ୍‌ ବଦଳାଉଥିବାରୁ ସେମାନଙ୍କୁ ଚିହ୍ନଟ କରିବା ମୁସ୍କିଲ ଥିଲା। ହେଲେ ଅଭିଯୁକ୍ତମାନଙ୍କ ଗାଡ଼ିର କମ୍ପ୍ରେସର ଖରାପ ଯୋଗୁ ବାଟରେ ଅଧିକ ବେଗରେ ସାଉଣ୍ଡ କରୁଥିବାରୁ ଚିହ୍ନିବା ସହଜ ହେଲା। ପୋଲିସ ପିତାପଲ୍ଲୀରୁ ପାହାଳ ପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣକାରୀଙ୍କ ଗାଡିକୁ ପିଛା କରି ଶେଷରେ ଧରିଥିଲା। ଏହାପରେ ଯାଞ୍ଚ ବେଳେ ଗାଡ଼ିର ସିଟ୍‌ ଓ ପଛରେ ଥିବା ସିକ୍ରେଟ ଚାମ୍ବରରେ ଗଞ୍ଜେଇ ପ୍ୟାକେଟ୍‌ ରହିଥିବା ଜଣାପଡ଼ିଥିଲା। ୩ଟି ରାଜ୍ୟ ଅତିକ୍ରମ କରିବା ପାଇଁ ସେମାନେ ଭିନ୍ନ ଭିନ୍ନ ପ୍ରାଇଭେଟ ନମ୍ବର ପ୍ଲେଟ ବ୍ୟବହାର କରିଥିଲେ। ସେହିପରି ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଏସ୍‌କର୍ଟ ଦେବା ପାଇଁ ଆଗରେ ଆଉ ଏକ କାର୍‌ ଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri