ନିଶା ବେପାରୀଙ୍କୁ ୩୦ କି.ମି. ଗୋଡ଼ାଇ ଧରିଲା ପୋଲିସ

ଭୁବନେଶ୍ୱର,୧୩।୨(ସୂର୍ଯ୍ୟକାନ୍ତ ବେହେରା):ଦାମୀ କାର୍‌ରେ ଗଞ୍ଜେଇ ଚାଲାଣବେଳେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ୩୦ କି.ମି ପିଛା କରି ୩ ଆନ୍ତଃରାଜ୍ୟ ନିଶାବେପାରୀଙ୍କୁ ଭୁବନେଶ୍ୱର ଉପକଣ୍ଠ ପାହାଳରୁ କାବୁ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରବି ଶଙ୍କର ଦାସ, ରାଜେଶ କିଶୋର ଦାସ, ଲବ କିଶୋର ପ୍ରସାଦ ସହଦେବ। ସେମାନଙ୍କ ଘର ଝାଡଖଣ୍ଡର ପଶ୍ଟିମ ସିଂହଭୂମ ଅଞ୍ଚଳରେ। ସେମାନଙ୍କଠାରୁ ୩୦୦ କେଜି ଗଞ୍ଜେଇ, ୨ କାର୍‌, ୩ ମୋବାଇଲ ଫୋନ, ୧୪ ହଜାର ଟଙ୍କା ଏବଂ ଭିନ୍ନ ଭିନ୍ନ ଗାଡ଼ି ନମ୍ବର ପ୍ଲେଟ୍‌ ଜବତ ହୋଇଛି। ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ହେବ। ଅଭିଯୁକ୍ତମାନେ ଧରା ନ ପଡ଼ିବା ଲାଗି ଗାଡ଼ିରେ ପ୍ରେସ୍‌ ଲେଖିବା ସହ ନମ୍ବର ପ୍ଲେଟ୍‌ ବଦଳାଇ ମାଲକାନଗିରି ଚିତ୍ରକୋଣ୍ଡାରୁ ଭୁବନେଶ୍ୱର ଦେଇ କୋଲକାତାକୁ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଆନ୍ତଃରାଜ୍ୟ ନିଶା କାରବାରର ଚେର କେଉଁଆଡେ ଲମ୍ବିଛି ତାହା ଜାଣିବା ପାଇଁ ପୋଲିସ ଅଭିଯୁକ୍ତମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି। ଅଭିଯୁକ୍ତ ରବି ଜଣେ ପେସାଦାର ନିଶାବେପାରୀ। ତାଙ୍କର ଅନେକ ଦାମୀ ଗାଡ଼ି ରହିଛି। ଏପରି କି ସେ ପୂର୍ବରୁ ଝାଡଖଣ୍ଡ ପୋଲିସ ଦ୍ୱାରା ଗିରଫ ହୋଇଥିଲେ।
ଅଭିଯୁକ୍ତମାନେ ଚିତ୍ରାକୋଣ୍ଡାରୁ ଗଞ୍ଜେଇ ଆଣି ମାଲକାନଗିରି, ଭାଇଜାଗ, ଭୁବନେଶ୍ୱର ହୋଇ ପଶ୍ଚିମବଙ୍ଗ ଯାଉଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଗଞ୍ଜେଇ ଚାଲାଣକାରୀମାନେ ନମ୍ବରପ୍ଲେଟ୍‌ ବଦଳାଉଥିବାରୁ ସେମାନଙ୍କୁ ଚିହ୍ନଟ କରିବା ମୁସ୍କିଲ ଥିଲା। ହେଲେ ଅଭିଯୁକ୍ତମାନଙ୍କ ଗାଡ଼ିର କମ୍ପ୍ରେସର ଖରାପ ଯୋଗୁ ବାଟରେ ଅଧିକ ବେଗରେ ସାଉଣ୍ଡ କରୁଥିବାରୁ ଚିହ୍ନିବା ସହଜ ହେଲା। ପୋଲିସ ପିତାପଲ୍ଲୀରୁ ପାହାଳ ପର୍ଯ୍ୟନ୍ତ ଗଞ୍ଜେଇ ଚାଲାଣକାରୀଙ୍କ ଗାଡିକୁ ପିଛା କରି ଶେଷରେ ଧରିଥିଲା। ଏହାପରେ ଯାଞ୍ଚ ବେଳେ ଗାଡ଼ିର ସିଟ୍‌ ଓ ପଛରେ ଥିବା ସିକ୍ରେଟ ଚାମ୍ବରରେ ଗଞ୍ଜେଇ ପ୍ୟାକେଟ୍‌ ରହିଥିବା ଜଣାପଡ଼ିଥିଲା। ୩ଟି ରାଜ୍ୟ ଅତିକ୍ରମ କରିବା ପାଇଁ ସେମାନେ ଭିନ୍ନ ଭିନ୍ନ ପ୍ରାଇଭେଟ ନମ୍ବର ପ୍ଲେଟ ବ୍ୟବହାର କରିଥିଲେ। ସେହିପରି ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଏସ୍‌କର୍ଟ ଦେବା ପାଇଁ ଆଗରେ ଆଉ ଏକ କାର୍‌ ଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri