ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ୩୦ ମୃତ,୧୫ ଆହତ

ପେଶାଓ୍ବାର,୮।୨: ପାକିସ୍ତାନର ଖାଇବର ପାଖ୍ଟନଖୱାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ଗଭୀର ଉପତ୍ୟକାକୁ ଖସିପଡିଛି। ଫଳରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳାରେ ପହଞ୍ଚି ମୃତଦେହକୁ ଜବତ କରି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁର୍ଘଟଣାସ୍ଥଳରେ ଅନ୍ଧକାର ଯୋଗୁ ଉଦ୍ଧାରକାରୀଟିମ୍‌ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଯାତ୍ରୀବାହୀ ବସ୍‌ ଗିଲଗିଟରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବାବେଳେ ଶିଟିଆଲ ଅଞ୍ଚଳରେ ବିପରୀତ ପାର୍ଶ୍ୱରୁ ଆସୁଥିବା କାର ସହିତ ମୁହାଁମୁହିଁ ଧକ୍କା ହୋଇଥିବା ପୋଲିସ କହିଛି।

 

Share