Categories: ଜାତୀୟ

୩୦ କୋଟି ଲୋକଙ୍କୁ ପ୍ରଥମେ ଦିଆଯିବ ଟିକା: ପୋଲିଂ ବୁଥ୍‌ ଭଳି ସ୍ଥାପନ ହେବ ଟିକା ବୁଥ୍‌

ନୂଆଦିଲ୍ଲୀ,୨୫।୧୧: ବର୍ତ୍ତମାନ ସୁଦ୍ଧା ଭାରତରେ କୌଣସି କରୋନା ଟିକାକୁ ଦିଆଯିବା ଲାଗି ସ୍ବୀକୃତି ମିଳି ନାହିଁ। ତେବେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବା ଲାଗି ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଏସବୁ ଲୋକଙ୍କୁ ପ୍ରାଥମିକତା ଆଧାରରେ ଟିକା ଦିଆଯିବ। ଟିକା ଦିଆଯିବା ଲାଗି ପୋଲିଂ ବୁଥ୍‌ ଭଳି ଟିକା ବୁଥ୍‌ ସ୍ଥାପନ କରାଯିବ। ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ କେରଳ ଆଦି ୪ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ସରକାରଙ୍କୁ ବେଶ୍‌ ଚିନ୍ତିତ କରିଛି। ଶୀଘ୍ର ଟିକାକରଣ ପାଇଁ ଟିକା ବୁଥ୍‌ ସ୍ଥାପନ ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ଅନ୍ୟ ଲୋକଙ୍କୁ ଟକା ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି।

Share