୩ ବର୍ଷ ବିତିଲା, ଚାଷୀଙ୍କୁ ମିଳିନି ଧାନ ବିକ୍ରି ଟଙ୍କା

ବେହେରା,୨।୩(ଡି.ଏନ.ଏ.):୩ ବର୍ଷ ପରେ ବି ଧାନ ବିକ୍ରି ଟଙ୍କା ଚାଷୀଙ୍କୁ ମିଳିନି। ଏଭଳି ଘଟଣା ସମ୍‌ାନକୁ ଆସିଛି କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରା ପାକ୍ସ ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମରେ। ଗ୍ରାମର ଚାଷୀ ଯୁଗେଶ୍ୱର ଚନ୍ଦନ ଫାର୍ମର କାର୍ଡ ନ-ଏଫ ୧୫୦୨୦୦୦୩୭୮୧ କ୍ରମିକ ନ-୪୧୪ ଅନୁଯାୟୀ ୧୦।୧।୨୦୨୧ ବେହେରା ପାକ୍ସରେ ଧାନ ବିକ୍ରୟ କରିଥିଲେ। ମୋଟ ୨୯ କୁଇଟାଲ ୧୦ କେଜି ଧାନ ବିକ୍ରି ହୋଇଥିଲେ ମଧ୍ୟ ଆଜି ଯାଏ ଟଙ୍କା ପାଇନ ଥିବା ଅଭିଯୋଗ ହେଉଛି। ଏ ନେଇ ପାକ୍ସ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲା ଯୋଗାଣ ଅଧିକାରୀ ଧର୍ମଗଡ ଉପନିବନ୍ଧକଙ୍କୁ ଜଣାଇଥିଲେ ହିଁ ତାଙ୍କ ଜମା ଖାତାରେ ଟଙ୍କା ଜମା ହୋଇନାହିଁ। ଶେଷରେ ଜିଲାପାଳଙ୍କ ନିକଟରେ ୨ ଥର ଫେରାଦ ହୋଇ ନିରାଶ ହୋଇପଡିଛନ୍ତି। ବର୍ଷସାରା ପରିଶ୍ରମ ସହ ଟଙ୍କା ଖର୍ଚ୍ଚ କରି ଜମିରେ ହଲ କରିବାଠାରୁ ରୁଆ ବେଉସା କରି ଧାନ ଉପାର୍ଜନ କରିଥିଲେ। ଧାନ ମଣ୍ଡିରେ ବିକ୍ରି କରି ଦି ପଇସା ପାଇ ପରିବାର ପ୍ରତିପୋଷଣ କରିବା ଆଶାବାନ୍ଧି ଥିବା ଚାଷୀଙ୍କ ଟଙ୍କା ନ ପଡିବା ଘଟଣା ପାକ୍ସ କର୍ମଚାରୀଙ୍କ ଅବହେଳା ବା ତ୍ରୁଟିପୂର୍ଣ୍ଣତା ଯୋଗୁ ଏଭଳି ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ମଣ୍ଡିର ଅବ୍ୟବସ୍ଥା, ୫ରୁ ୭ କେଜି କଟନୀ, ମିଲର୍ସ, ଏଜେଣ୍ଟଙ୍କ ମନମୁଖୀ ଭିତରେ ଛନ୍ଦିପଡେ ଚାଷୀ। ଏସବୁ ସମସ୍ୟାରେ ବି ଉପାର୍ଜନ ଧାନ ମଣ୍ଡିରେ ବିକ୍ରି କରି ବର୍ଷ ବର୍ଷ ଧରି ଟଙ୍କା ନ ମିଳିବା ଦୁଃଖରେ ଭାଙ୍ଗିପଡିଛନ୍ତି ଯୁଗେଶ୍ୱର। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯୁଦ୍ଧକାଳୀନ ସ୍ଥିତିରେ ଟଙ୍କା ଜମା ନ ହେଲେ ପରିବାର ସହ ପାକ୍ସ କାର୍ଯ୍ୟାଳୟଠାରେ ଅନଶନରେ ବସିବାକୁ ପରିବାର ଲୋକେ ଚେତାବନୀ ଦେଇଛନ୍ତି। ଏ ନେଇ ଧର୍ମଗଡ ଉପନିବନ୍ଧକ ଅଧିକାରୀ ମିତ୍ର ଭାନୁ ବିଶ୍ୱାଳଙ୍କୁ ପଚାରିବାରୁ ନୂତନ ଭାବେ ଯୋଗଦେଇଥିବାରୁ ଦେଖିବାକୁ ପଡିବ। ଯଦି ଏଭଳି ହୋଇଛି, ତୁରନ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri