ସରପଞ୍ଚ ପଦବୀ ପାଇଁ ୩ ପୁରୁଷଙ୍କୁ ଭାରି ପଡ଼ିଛନ୍ତି ୩ ମହିଳା ପ୍ରାର୍ଥିନୀ

କର୍ଲାମୁଣ୍ଡା,୯ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ପଞ୍ଚାୟତରେ ନିର୍ବାଚନ ପ୍ରଚାର ପ୍ରସାର ସରଗରମ ଥିବା ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ଅଣସଂରକ୍ଷିତ ରହିଛି। ୧୯୫୫ରେ ଗଠିତ ହୋଇଥିବା ଏହି ପଞ୍ଚାୟତରେ ୧୨ଟି ଓ୍ବାର୍ଡରେ ମୋଟ୍‌ ୩୨୮୨ ଭୋଟର ଅଛନ୍ତି। ତେବେ ବର୍ତ୍ତମାନ ୧୨ଟି ଓ୍ବାର୍ଡରୁ ୮ଟି ଓ୍ବାର୍ଡରେ ପ୍ରତିଦ୍ୱନ୍ଦ୍ୱୀ ରହିଥିବା ବେଳେ ୪ଟି ଓ୍ବାର୍ଡରେ ଅପ୍ରତିଦ୍ୱନ୍ଦ୍ୱୀ ରହିଛି। ଅନ୍ୟ ପଟେ ସରପଞ୍ଚ ପଦବୀ ପାଇଁ ତିନି ମହିଳା ପ୍ରାର୍ଥିନୀଙ୍କ ମଧ୍ୟରେ ଖବରଦାତା ସ୍ବର୍ଗତ ରାଜୀବଲୋଚନ ରଣାଙ୍କ ପୁତ୍ରବଧୂ ପୂଣ୍ୟପ୍ରଭା ରଣା, କଣ୍ଟାମାଳ ବିଧାୟକଙ୍କ ଝିଅ ସେବତୀ ରଣା, ପୂର୍ବତନ ସରପଞ୍ଚ ଯୁଗଳ କିଶୋର ରଣାଙ୍କ ସ୍ତ୍ରୀ ସୁଶାନ୍ତି ରଣା ବୁଲିବୁଲି ଭୋଟ୍‌ ଭିକ୍ଷା କରୁଥିବାବେଳେ ଅନ୍ୟ ୩ ପୁରୁଷ ପ୍ରାର୍ଥୀ ବରିଷ୍ଠ କଂଗ୍ରେସ ନେତା ରାଜକିଶୋର ଜୈନ, ନାଏବ ସରପଞ୍ଚ କୈଳାସ ପାତ୍ର, ଓ ଅନୁ ରଣା ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ୁଥିବା ଜଣାପଡ଼ିଛି। ତେବେ ପୁରୁଷ ପ୍ରାର୍ଥୀଙ୍କଠାରୁ ତିନି ମହିଳା ପ୍ରାର୍ଥିନୀ ପ୍ରଚାର ପ୍ରସାରରେ ଆଗରେ ଥିବା ସୂଚନା ମିଳିଛି। ଠିକ୍‌ ସେହିପରି ଏହି ପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀ ଆଶୁତୋଷ ଦାଶ, କୃଷ୍ଣଚନ୍ଦ୍ର ସାହୁ, ବିଶ୍ୱ ଦୀପକ ପାତ୍ର, ମାର୍କଣ୍ଡ ସାହୁ, ନିମାଇଁ ଚରଣ ବେହେରା ପ୍ରମୁଖ ୫ ପ୍ରାର୍ଥୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri