Categories: ଜାତୀୟ

ମାର୍ଚ୍ଚ ସୁଦ୍ଧା ଆସିବ ବନ୍ଦେ ଭାରତ ଟ୍ରେନ୍‌ର ତୃତୀୟ ଭର୍ସନ: ରେଳମନ୍ତ୍ରୀ

ଡେରାଡୁନ୍‌, ୨୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ପତାକା ଦେଖାଇ ଚଳାଚଳ ଶୁଭାରମ୍ଭ କରିଛନ୍ତି। ଆସନ୍ତାବର୍ଷ ଫେବୃୟାରୀ-ମାର୍ଚ୍ଚ ସୁଦ୍ଧା ଏହି ସେମି ସ୍ପିଡ୍‌ ଟ୍ରେନ୍‌ର ୩ ଭର୍ସନ ଆସିବ ବୋଲି ଗୁରୁବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଚେନ୍ନାଇର କୋଚ୍‌ ଫ୍ୟାକ୍ଟ୍ରିରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଶତାବ୍ଦୀ, ରାଜଧାନୀ ଓ ଅନ୍ୟ ଟ୍ରେନ୍‌ର ସ୍ଥାନ ନେବାକୁ ଯାଉଛି। ଏହାର ୩ଟି ଭର୍ସନ ବନ୍ଦେ ଚେୟାର କାର୍‌, ବନ୍ଦେ ମେଟ୍ରୋ ଏବଂ ବନ୍ଦେ ସ୍ଲିପର ଉପଲବ୍ଧ ହେବାକୁ ଯାଉଛି। ୧୬୦ କିଲୋମିଟର ବେଗରେ ଗତି କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ପାଇଁ ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ରେଳ ଟ୍ରାକ୍‌ଗୁଡ଼ିକୁ ବିକଶିତ କରାଯିବ। ବନ୍ଦେ ମେଟ୍ରୋ ୧୦୦ କିଲୋମିଟରରୁ କମ୍‌ ବେଗରେ ଯାତ୍ରା କରିବାକୁ ଥିବାବେଳେ ବନ୍ଦେ ଚେୟାର କାରର ବେଗ ୧୦୦ରୁ ୫୫୦ କିଲୋମିଟର ଏବଂ ବନ୍ଦେ ସ୍ଲିପରର ବେଗ ୫୫୦ କିଲୋମିଟରରୁ ଅଧିକ ରହିବ ବୋଲି ରେଳମନ୍ତ୍ରୀ  ପ୍ରକାଶ କରିଛନ୍ତି।

Share