Posted inଜାତୀୟ

୧୫ ଅଗଷ୍ଟରେ ୩ ପ୍ରକାର ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୨୮।୭ : ସ୍ବାଧୀନତା ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଗୁପ୍ତଚର ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥର ତିନି ପ୍ରକାରର ଗୁପ୍ତଚର ଆଲର୍ଟ ଅଛି। ଏହା ଆଧାରରେ ସୁରକ୍ଷା ଏଜେନ୍ସିମାନେ ସଜାଗ ରହିଛନ୍ତି। ଅଗଷ୍ଟ ୧୫ ଅବସରରେ ବିଭିନ୍ନ ପ୍ରକାରର ସମ୍ଭାବ୍ୟ ବିପଦ ବିଷୟରେ ସୁରକ୍ଷା ଏଜେନ୍ସିମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏଥିରେ ଟେକ୍ନୋଲୋଜିର ବ୍ୟବହାରଠାରୁ ଆରମ୍ଭ କରି ଲଞ୍ଚ ପ୍ୟାଡ ସକ୍ରିୟ ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ପର୍ଯ୍ୟନ୍ତ ଗୁପ୍ତତଥ୍ୟ ସାମ୍ନାକୁ ଆସିଛି।

ପ୍ରଥମ ସତର୍କତା ହେଉଛି ଡ୍ରୋନ ଆକ୍ରମଣ ଦ୍ୱାରା ବିପଦ ସୃଷ୍ଟି କରିବା। ଗୁପ୍ତଚର ଆଲର୍ଟ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ ଆତଙ୍କବାଦୀମାନେ ଏଥିପାଇଁ ପାକ୍‌ ଅଧିକୃତ କଶ୍ମୀରରେ ଡ୍ରୋନର ବ୍ୟବହାର ଦ୍ୱାରା ଆକ୍ରମଣ ଲାଗି ଅଭ୍ୟାସ କରୁଛନ୍ତି।

ଦ୍ୱିତୀୟ ସତର୍କତା ହେଉଛି ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ପାଇଁ ଅତ୍ୟାଧୁନିକ ଆଇଇଡ଼ି ବ୍ୟବହାର କରିବାର ଷଡ଼ଯନ୍ତ୍ର ରଚିଛନ୍ତି।

ତୃତୀୟ ଆଲର୍ଟରେ ପାକ୍‌ ଅଧିକୃତ କଶ୍ମୀରର କୋଟିଲ (କେଓଟିଆଇଏଲ) ନାମକ ଏକ ଲଞ୍ଚ ପ୍ୟାଡରୁ ଆତଙ୍କବାଦୀ ଅନୁପ୍ରବେଶ ଯୋଜନା କରିଛନ୍ତି। ସେହିପରି ଦିଲ୍ଲୀରେ ପହଞ୍ଚିବା ପାଇଁ ପାକ୍‌ ଅଧିକୃତ କଶ୍ମୀରର ଡାଟୋଟେ ନାମକ ଏକ ଲଞ୍ଚ ପ୍ୟାଡରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରାଯାଉଥିବା ଗୁପ୍ତ ସୂଚନା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଗୁପ୍ତଚର ଆଲର୍ଟରେ ସୁରକ୍ଷା ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦି କୌଣସି ସନ୍ଦେହଜନକ ଜିନିଷ ମିଳେ ତେବେ ଏହାକୁ ଅତି ଯତ୍ନର ସହ ଅନୁସନ୍ଧାନ କର। ଯଦି ଏକ ବୋମା ଅଛି, ତେବେ ଏହାକୁ ନିଷ୍କ୍ରିୟ କରିବା ଲାଗି ଅତିରିକ୍ତ ସତର୍କ ରୁହନ୍ତୁ । କାରଣ ଅତ୍ୟାଧୁନିକ ଆଇଇଡ଼ି ଗୁଡିକ ଧାତୁ ଡିଟେକ୍ଟରଗୁଡ଼ିକୁ ମଧ୍ୟ ଅକାମୀ କରିପାରେ। ତେଣୁ, ଧାତବ ଡିଟେକ୍ଟର ସହିତ ମୁତୟନ ହୋଇଥିବା ପୋଲିସ କର୍ମଚାରୀମାନେ ମଧ୍ୟ ବିଶେଷ ଯତ୍ନ ଏହାୀ ସଠିକ ଯାଞ୍ଚ କରିବା ଜରୁରୀ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

ଯୁଦ୍ଧ ଭିତରେ ବଡ଼ ଡିଲ୍‌ କରିଦେଲେ ମୋଦି-ପୁଟିନ୍‌, ଭାରତୀୟ ଯୁବପିଢ଼ିଙ୍କୁ ମିଳିବ ବଡ଼ ଫାଇଦା!

ନୂଆଦିଲ୍ଲୀ,୩୦।୩: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଆଉ କେବଳ ଅସ୍ତ୍ରଶସ୍ତ୍ର କିଣା ବିକ୍ରୟ ପର୍ଯ୍ୟନ୍ତ ସୀମିତ ନାହିଁ। ଦୁଇ ଦେଶ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ମିଳିତ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri