Categories: ଜାତୀୟ

ଟଳିନି ବିପଦ: ୟୁପି ଓ ଅନ୍ୟ ରାଜ୍ୟରେ ଲୁଚି ରହିଥାଇ ପାରନ୍ତି ତିନିରୁ ଚାରି ଆତଙ୍କବାଦୀ

ନୂଆଦିଲ୍ଲୀ,୧୭ ।୯: ଦେଶରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାରେ ଫେରାର ଥିବା ଆତଙ୍କବାଦୀଙ୍କୁ ନେଇ ଏବେ ଚେତାବନୀ ଦିଆଯାଇଛି । ଏମାନେ ଉତ୍ତର ପ୍ରଦେଶ ବା ଅନ୍ୟ ରାଜ୍ୟରେ ଲୁଛିରହି ଆକ୍ରମଣ ଯୋଜନା କରୁଥାଇପାରନ୍ତି ବୋଲି ଦିଲ୍ଲୀ ପୋଲିସ ଅନୁମାନ କରିଛି । ଗିରଫ ହୋଇଥିବା ସନ୍ଦିଗ୍ଧ ଓସାମାଙ୍କ ଚାଚା ହୁମୈଦ ଉର ରହମାନ ନିଜର କେତେଜଣ ସାଥିଙ୍କ ସହ ଫେରାର ହୋଇଯାଇଛନ୍ତି । ତେଣୁ ଅନୁମାନ କରାଯାଉଛି କି ୟୁପି ଓ ଅନ୍ୟ ରାଜ୍ୟରେ ୩-୪ ଆତଙ୍କବାଦୀ ଲୁଚିରହିଥାଇ ପାରନ୍ତି । ଅନ୍ୟପଟେ ଦିଲ୍ଲୀ ପୋଲିସ ହୁମୈଦଙ୍କ ବିରୋଧରେ ଏଲ୍‌ଓସି ଜାରି କରିଛି । ଏହାସହ ତାଙ୍କ ବିରୋଧରେ ରେଡ କରିଡର ନୋଟିସ ଜାରି କରିବାକୁ ସିବିଆଇକୁ ଗୁରୁବାର ପତ୍ର ଲେଖାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଓସାମ ଓରଫ ସମିଙ୍କୁ ପଚରାଉଚରା ସମୟରେ ଜଣାପଡିଥିଲା କି ବିସ୍ଫୋରକ ଓ ମାରଣାସ୍ତ୍ର ତାଙ୍କ ଚାଚା ହୁମୈଦଙ୍କ ନିକଟରେ ରହିଛି । ଏହାପରେ ପୋଲିସ ଏସବୁ ସାମଗ୍ରୀ ଗଙ୍ଗୋତ୍ରି ନଗର, ନୈନି, ପ୍ରୟାଗରାଜ, ଉତ୍ତର ପ୍ରେଦେଶରୁ ଜବତ କରିଥିଲା । ସ୍ପେଶାଲ ସେଲ୍‌ର ଅଧିକାରୀ କହିଛନ୍ତି ହୁମୈଦ ତା’ର କତେଜଣ ସାଥିଙ୍କ ସହ ଏବେ ଫେରାର ହୋଇଯାଇଛି । ତେଣୁ ଦେଶରେ ଆତଙ୍କବାଦୀ ଆକ୍ରମଣକୁ ଏଡାଇ ଦିଆଯାଇ ନ ପାରେ ।

Share