ଥୁଆମୂଳ ରାମପୁର,୨୯ା୪ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୂଆମୂଳ ରାମପୁର ବିଜେ ମା’ ମାଣିକେଶ୍ବରୀ, ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାଦେବ ଶ୍ରୀ ରାମେଶ୍ବରଙ୍କ ଭବ୍ୟ ମନ୍ଦିରର ୩୦ରେ ହେବାକୁ ଥିବା ରତ୍ନ ମୁଦ ଉତ୍ସବ ପାଇଁ ବୁଧବାର କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି। ଗ୍ରାମର ଶତାଧିକ ମହିଳାପୁରୁଷ, ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରି ଦେଓ ଓ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଉପସ୍ଥିତିରେ ଶଙ୍ଖ, ଘଣ୍ଟ, ଘୁମୁରା, ସଂକୀର୍ତ୍ତନ ବାଦ୍ୟ ସହ କଳସ ଶୋଭାଯାତ୍ରା ହୋଇଥିଲା।


