Categories: ଜାତୀୟ

ଜଣଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ୩ ସାଙ୍ଗ

ବିଦିଶା,୧୨।୯: ପିକ୍‌ନିକ୍‌ ସ୍ପଟ୍‌ରେ ଥିବା ଝରଣାରେ ଗାଧାଉଥିବା ବେଳେ ୩ ଯୁବକ ବୁଡ଼ି ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ବିଦିଶା ଜିଲାର ହଲାଲି ଡ୍ୟାମ ନିକଟରେ।

ଭୋପାଳାସ୍ଥିତ ଅଶୋକ ନଗରରେ ରହୁଥିବା ୩ ସାଙ୍ଗ ଅମିତ ପଟେଲ (୧୭), ମୋହିତ ଶର୍ମା (୧୮) ଓ ଅଭୟ ଶର୍ମା (୧୯) ରବିବାର ପିକ୍‌ନିକ୍‌ ପାଇଁ ବିଦିଶା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩୦ କିମି ଦୂରକୁ ଭୋଜି କରିବାକୁ ଯାଇଥିଲେ। ଝରଣା ଗାଧାଉଥିବା ବେଳେ ଜଣେ ସାଙ୍ଗ ବୁଡ଼ି ଯିବାରୁ ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିଲେ ୨ ସାଙ୍ଗ। ଏହି ପ୍ରକ୍ରିୟାରେ ୩ ସାଙ୍ଗ ବୁଡି ଯାଇଥିଲେ ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ଅରୁଣା ସିଂ କହିଛନ୍ତି। ମୃତଦେହକୁ ପାଣିରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Share