ବ୍ରାଉନସୁଗାର ବେପାରରେ ୩ ଛାତ୍ର

ଜୟପୁର,୨୦ା୯(ନି.ପ୍ର.): ଗେଟଗୁଡ଼ା ନିକଟସ୍ଥ ଆମ୍ବତୋଟାରେ ସୋମବାର ଜୟପୁର ଟାଉନ ଥାନା ପୋଲିସ ଚଢ଼ାଉକରି ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ପରିମାଣ ୨.୭୧ ଗ୍ରାମ।

ଏହି ମାମଲାରେ ୩ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ଜୟପୁର ସହରର ପାରାବେଢ଼ାର ଶିଶିର କୁମାର ବେହେରା (୨୩), କୁମ୍ଭାରସାହିର ଶୁଭମ ପଣ୍ଡା(୨୭), ପାରାବେଡ଼ା ଏଲ୍‌ଆଇସି କଲୋନିର ଶ୍ରୀହରି ବିଷୋୟୀ (୨୧) ା ଶିଶିର ଆଇଟିଆଇରେ ପଢୁଥିବା ବେଳେ ଶ୍ରୀହରି ଯୁକ୍ତ ୩ , ଶୁଭମ ପଣ୍ଡା ବିଟେକ୍‌ର ପଢୁଛନ୍ତି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୧ ହଜାର ଟଙ୍କା ହେବ ା ଏହାସହ ଅଭିଯୁକ୍ତଙ୍କଠାରୁ ୧୪ ଶହ ଟଙ୍କା, ୩ ଟି ମୋବାଇଲ ଫୋନ, ୨ଟି ବାଇକ ଜବତ ହୋଇଛି ା ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ତଦନ୍ତ ପରେ ଏହି ଘଟଣାର ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଟାଉନ ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି ା