ଆଜି ପ୍ରକାଶ ପାଇବ ଯୁକ୍ତ ତିନି ସ୍ପଟ୍‌ ମେଧା ତାଲିକା

ଭୁବନେଶ୍ବର,୨୪।୧୦(ବ୍ୟୁରୋ): ଯୁକ୍ତ ତିନି ସ୍ପଟ୍‌ ନାମଲେଖା ମେଧା ତାଲିକା ରବିବାର ପ୍ରକାଶ ପାଇବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ବୟଂଶାସିତ ଓ ଡିଗ୍ରୀ କଲେଜରେ ଖାଲି ଥିବା ଯୁକ୍ତ ତିନି ସିଟରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଆସନ୍ତା ୨୭ ଏବଂ ୨୮ ତାରିଖ ସ୍ପଟ୍‌ ନାମଲେଖା ଆରମ୍ଭ ହେବ ।

ଯୁକ୍ତ ତିନିରେ ଖାଲିଥିବା ୧ ଲକ୍ଷ ୩ ହଜାର ସିଟ୍‌ରେ ସ୍ପଟ୍‌ ନାମଲେଖା ହେବ । ଆଜି କଲେଜର ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପିଲାଙ୍କ ତାଲିକା ପ୍ରକାଶ ପାଇବ। ଆସନ୍ତାକାଲିଠୁ ୨୭ ତାରିଖ ଭିତରେ ଅନଲାଇନରେ ଛାତ୍ରୀଛାତ୍ର ଫି ଦାଖଲ କରିବେ । ନାମଲେଖା ସମୟରେ ଛାତ୍ରୀଛାତ୍ରଙ୍କ ଡକ୍ୟୁମେଣ୍ଟ୍‌ ଯାଞ୍ଚ କରାହେବ ।