ବିଧବା ମା’ଙ୍କୁ ଘରୁ ତଡ଼ିଦେଲେ ୩ ପୁଅ

ବରୀ,୩ା୪(ଡି.ଏନ.ଏ.): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଭଅଁରା ପଞ୍ଚାୟତର ଜଣେ ବିଧବା ସଜନୀ କରଙ୍କୁ ତାଙ୍କ ୩ ପୁଅ ଘରୁ ତଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏବେ ସଜନୀଙ୍କୁ ଯାଜପୁର ଜିଲା ମହିଳା ସହାୟତା କେନ୍ଦ୍ରରେ ରଖାଯାଇଛି। ପୁଅମାନେ ଅଣଦେଖା କରିବାରୁ ସଜନୀ ପୁତୁରାଙ୍କ ଘରେ ଆଶ୍ରୟ ନେଇଥିଲେ। ମାତ୍ର ପୁତୁରାଙ୍କ ପରିବାର ତାଙ୍କୁ ଦୀର୍ଘଦିନ ଧରି ରଖିବାକୁ ଅକ୍ଷମତା ପ୍ରକାଶ କରିବାରୁ ସେ ଅସହାୟ ହୋଇପଡ଼ିଥିବା ରବିବାର ପୋଲିସ ଆଗରେ ପ୍ରକାଶ କରିଛନ୍ତି।
ସଜନୀଙ୍କ ଚାରି ପୁଅ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି। ୩ ପୁଅ ବିଗତ ଦିନରେ ମା’ଙ୍କୁ ପାଖରେ ନ ରଖିବାରୁ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଥାନା ଅଧିକାରୀଙ୍କ ଉପସ୍ଥିତିରେ ୩ ପୁଅ ତାଙ୍କୁ ପାଳିକରି ୪ ମାସ ଲେଖା ରଖିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଘଟଣାର ଆପୋଷ ସମାଧାନ ହୋଇଥିଲା। ମାତ୍ର ୩ ପୁଅଙ୍କ ମଧ୍ୟରେ ତିକ୍ତତା ଯୋଗୁ ସଜନୀ ଅସହାୟ ହୋଇ ପଡ଼ିଥିଲେ। ଏକଥା ଜାଣିବା ପରେ ତାଙ୍କ ଝିଅ ଜିଲା ମହିଳା ସହାୟତା କେନ୍ଦ୍ରକୁ ଫୋନ୍‌ କରିଥିଲେ। ଖବର ପାଇ ଏହି କେନ୍ଦ୍ରର ନିବେଦିତା ଶରଣ, ରଞ୍ଜିତା ବାରିକ ପହଞ୍ଚତ୍ ସଜନୀଙ୍କୁ ଉଦ୍ଧାର କରିବା ପରେ ଥାନାକୁ ଆଣି ଥାନା ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ନିରାଶ୍ରୟ ସଜନୀ ଶନିବାର ରାତିରୁ ଖାଇ ନ ଥିବା ଥାନା ଅଧିକାରୀଙ୍କ ନିକଟରେ ପ୍ରକାଶ କରିଥିଲେ। ପରେ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ତାଙ୍କୁ ବିସ୍କୁଟ ଖାଇବାକୁ ଦେବା ସହ ତାଙ୍କ ଦୁଃଖ କଥା ଶୁଣି ଭାବବିହ୍ବଳ ହୋଇ ପଡ଼ିଥିଲେ। ଏ ସମ୍ପର୍କରେ ଥାନା ଅଧିକାରୀ ସ୍ବାଇଁଙ୍କୁ ପଚାରିବାରେ ସେ କହିଛନ୍ତି, ମହିଳା ସହାୟତା କେନ୍ଦ୍ର ତରଫରୁ ସଜନୀଙ୍କୁ ଥାନାକୁ ଅଣାଯାଇଥିଲା। ତାଙ୍କର ରହିବା ଖାଇବାର ଦାୟିତ୍ୱ ଉକ୍ତ କେନ୍ଦ୍ର ପକ୍ଷରୁ ନିଆଯିବାକୁ କୁହାଯିବାରୁ ସଜନୀଙ୍କୁ ତାଙ୍କ ଦାୟିତ୍ୱରେ ଛଡ଼ାଯାଇଛି। ମହିଳା ସହାୟତା କେନ୍ଦ୍ରର ମୁଖ୍ୟ ପରିଚାଳକ ନିବେଦିତା ଶରଣଙ୍କୁ ଫୋନଯୋଗେ ପଚାରିବାରେ ସେ କହିଛନ୍ତି, ଥାନା ମାଧ୍ୟମରେ ସଜନୀଙ୍କୁ ଆମେ ଦାୟିତ୍ୱରେ ଆଣିଛୁ। ତାଙ୍କର ସ୍ବାସ୍ଥ୍ୟ ବ୍ୟବସ୍ଥାଠାରୁ ଆରମ୍ଭ କରି ଖାଇବା ପିଇବା ଏବଂ ସମସ୍ତ ଦାୟିତ୍ୱ ବହନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri