ଚାକିରି ଦେବା ନାଁରେ ଲୁଟୁଥିଲେ ୩ଭଉଣୀ,ଭାଇ

ଝାରସୁଗୁଡ଼ା ଅଫିସ,୨୫ା୧୦: ସହଜ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର ପାଇଁ ୩ ଭଉଣୀଭାଇ ରଚିଥିଲେ ଯୋଜନା। ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ ନିକଟରୁ ୧୪ଲକ୍ଷ ଟଙ୍କା ଠକିନେଇଥିଲେ। ଯୁବକଙ୍କ ଅଭିଯୋଗ ପରେ ଝାରସୁଗୁଡ଼ା ପୋଲିସ ତଦନ୍ତ କରି ସମ୍ପୃକ୍ତ ଭଉଣୀ ଭାଇଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବଡଭଉଣୀ ଝରଣା ବାଦି (୩୨), ସାନଭଉଣୀ ରାକୁମାରୀ ବାଦି (୧୯) ଓ ଭାଇ ରାଜେଶ ବାଦି (୩୦)। ଏମାନଙ୍କ ଘର ଝାରସୁଗୁଡା ପୁରୁଣାବସ୍ତି ବାବୁପଡା ହୋଇଥିବାବେଳେ କିଛିବର୍ଷ ହେଲା ଏମାନେ ବରଗଡ ଜିଲା ପ୍ରଧାନପାଲି ଛକ ଗଣପତି ଆପାଟମେଣ୍ଟରେ ଭଡ଼ାରେ ରହୁଥିଲେ। ଏମାନଙ୍କ ନିକଟରୁ ପୋଲିସ ୧୨ଲକ୍ଷ ୯୬ହଜାର ଟଙ୍କା, ଓଆର୍‌୦୨ବିଜି୦୫୦୭ନଂ. କାର୍‌, ୩ ମୋବାଇଲ୍‌,୧ ଲାପଟପ୍‌, ନକଲି ଆଧାରକାର୍ଡ, ଭୋଟରକାର୍ଡ, ଲାମିନେଶନ ମେଶିନ, ଟଙ୍କା ଭାବେ ବ୍ୟବହାର କରୁଥିବା ପେପର ବଣ୍ଡଲ୍‌ ଆଦି ଜବତ କରିଛି।
ଏସ୍‌ପି ବିକାଶ ଚନ୍ଦ୍ର ଦାସ କହିଛନ୍ତି, ଠକାମିର ଶିକାର ହୋଇଥିବା ବ୍ରଜରାଜନଗର ଥାନା ଚିଚିଣ୍ଡା ଗ୍ରାମର ମାନସ ରଞ୍ଜନ ପଟେଲଙ୍କ ଅଭିଯୋଗକୁ ନେଇ ଗତ ଶୁକ୍ରବାର ଝାରସୁଗୁଡା ଟାଉନ ଥାନାରେ ମାମଲା (ନଂ୫୨୧/୨୧) ରୁଜୁ ହୋଇଥିଲା। ପୋଲିସ ତଦନ୍ତରୁ ଜଣାପଡିଥିଲା, ମାନସ ୮ମାସ ତଳେ ରେଳବାଇରେ ଚାକିରି କରିବା ପାଇଁ ପରୀକ୍ଷା ଦେଇଥିଲେ । ଏହାର ଫଳ ବାହାରି ନ ଥିବାବେଳେ ୩ମାସ ତଳେ ବଡଭଉଣୀ ଝରଣା ନିଜକୁ ରେଳବାଇର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ମାନସଙ୍କୁ ଫୋନ୍‌ କରିଥିଲେ। ୧୪ଲକ୍ଷ ଟଙ୍କା ଦେଲେ ଚାକିରି ଦିଆଯିବ। ଏଥିରେ ମାନସ ବ୍ୟସ୍ତ ହୋଇ ଟଙ୍କା ଯୋଗାଡରେ ଲାଗିପଡିଲେ। ଟ୍ରାକ୍ଟର ବନ୍ଧକ, ସମ୍ପର୍କୀୟ ବଡଭାଇଙ୍କ ନିକଟରୁ ଧାରଉଧାର କରି ୧୪ଲକ୍ଷ ଟଙ୍କା ଯୋଗାଡ କରିଥିଲେ। ଟଙ୍କା ଦେବାକୁ ଯାଇଥିବା ବେଳେ ତାଙ୍କୁ ଗୋଟିଏ ରୁମ୍‌ରେ ବାହାରୁ ତାଲା ପକାଇ ପଳାଇ ଯାଇଥିଲେ। ଅଭିଯୋଗ ପରେ ପୋଲିସ୍‌ ବରଗଡ ଜିଲା ଗଣପତି ଆପାର୍ଟମେଣ୍ଟରେ ଚଢାଉ କରି ୩ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?