ହାତୀ ଆକ୍ରମଣରେ ୩ ଗୁରୁତର

ସୋର,୧୪ା୧୦(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ସିନ୍ଧୁଆ ଜଙ୍ଗଲରେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ନାବାଳିକାଙ୍କ ସମେତ ୩ ଜଣ ଗୁରତର ହୋଇଛନ୍ତି। ଶନିବାର ମଧ୍ୟାହ୍ନରେ ସିନ୍ଧୁଆ ଗ୍ରାମର କିଛି ଲୋକଙ୍କ ସହିତ ମୂରଲୀଧର ସିଂ(୫୫), ଦେବକୀ ସିଂ(୧୫) ଏବଂ ଢୁଗୁରି ସିଂ ଗ୍ରାମ ନିକଟ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଜଙ୍ଗଲ ମଧ୍ୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଦେବକୀ ଏବଂ ମୂରଲୀଧର ଗୁରୁତର ଆହତ ହୋଇଥିବା ବେଳେ ଢୁଗୁରିଙ୍କୁ ହାତୀ ଶୁଣ୍ଢରେ ଆକ୍ରମଣ କରିବାରୁ ମୁହଁ ଫାଟିଯାଇଥିଲା। ଦେବକୀ ଏବଂ ମୂରଲୀଧରଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଢୁଗୁରି ଘରେ କେହି ନ ଥିବାରୁ ସେ ଘରେ ଥିବା ଜଣାପଡ଼ିଛି।