ଲକ୍ଷ୍ୟଠାରୁ ଦୂରରେ ୩ ସାମୁଦ୍ରିକ ଥାନା

କେନ୍ଦ୍ରାପଡ଼ା ଅଫିସ, ୨୩ା୧:କେନ୍ଦ୍ରାପଡ଼ା ଜିଲାର ମାତ୍ର ୪୮ କିଲୋମିଟର ତଟାଞ୍ଚଳରେ ୩ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ଅନୁପ୍ରବେଶ ରୋକିବା ସହିତ ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଗଳା ପରିସ୍ଥିତିର ସମୀକ୍ଷା ସହ କାର୍ଯ୍ୟାନୁଷ୍ଠାନ ନେବା ଏହାର ଲକ୍ଷ୍ୟ ଥିଲା। ତେବେ ଥାନା ପ୍ରତିଷ୍ଠାର ଦୀର୍ଘଦିନ ବିତିବା ସତ୍ତ୍ୱେ ବିଭିନ୍ନ କାରଣରୁ ଏହାର ପରିଚାଳନାରେ ତ୍ରୁଟି ହେଉଛି। ଏହି ଥାନାଗୁଡିକର ଅଞ୍ଚଳ ବଙ୍ଗଭାଷୀ ଅଧ୍ୟ୍ୟୁଷିତ ହୋଇଥିବାବେଳେ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଅବାଧ ପ୍ରବେଶ ଜାରି ରହିଛି। କର୍ମଚାରୀ ସମେତ ଭିତ୍ତିଭୂମି ଅଭାବ ମଧ୍ୟରେ ଏହି ୩ ସାମୁଦ୍ରିକ ଥାନା ନିଜର ଲକ୍ଷ୍ୟଠାରୁ ଦୂରରେ ଅଛିି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ କହିଛନ୍ତି, ୨୦୦୮ ନଭେମ୍ବର ୨୬ରେ ଆତଙ୍କବାଦୀମାନେ ଜଳପଥ ମାଧ୍ୟମରେ ଆସି ମୁମ୍ବାଇରେ ଆକ୍ରମଣ କରିଥିଲେ। ସାମୁଦ୍ରିକ ଜଳପଥକୁ ନଜର ରକ୍ଷା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଦେଶର ବିଭିନ୍ନ ସ୍ଥାନରେ ସାମୁଦ୍ରିକ ଥାନା ପ୍ରତିଷ୍ଠା ହେଲା। ଏହି କାରଣ ପାଇଁ ଜିଲାର ଜମ୍ବୁ, ତାଳଚୁଆ ଓ ତନ୍ତିଆପାଳଠାରେ ଥାନା ପ୍ରତିଷ୍ଠା ହେଲା। ଥାନା ପ୍ରତିଷ୍ଠା ସତ୍ତ୍ୱେ ଏହାର ଉଦ୍ଦେଶ୍ୟ ସଫଳ ହୋଇନାହିଁ। ବର୍ଷରେ ୨ଥର ମକ୍‌ଡ୍ରିଲରେ ଭାଗ ନେବା ବ୍ୟତୀତ ଭିତ୍ତିଭୂମିର ଅଭାବ ପାଇଁ ସମୁଦ୍ର ଆଡକୁ ନଜରରେ ରଖାଯାଇ ପାରୁନାହିଁ। ଏହି ୩ ସାମୁଦ୍ରିକ ଥାନା ମଧ୍ୟରେ ଜମ୍ବୁ ଥାନା ବୋଟ୍‌ ଜେଟିଠାରୁ ଅନୂ୍ୟନ ୫ କିଲୋମିଟର ଦୂରରେ ଅଛି। ୨୦୦୯ ମସିହାରେ ଖରିନାସୀଠାରେ ଥାନା ଆରମ୍ଭ ହୋଇଥିଲା। ୨୦୧୨ରେ ଜମ୍ବୁଠାରେ ନୂତନ ଥାନା ଗୃହ ପ୍ରତିଷ୍ଠା ହୋଇଛି। ତେବେ ଏହି ଥାନା ନିକଟକୁ ବର୍ଷାଦିନେ ୨ ଚକିଆ ଗାଡି ଯିବା ଅସମ୍ଭବ ହୋଇପଡୁଛି। ସେହିପରି ସମୁଦ୍ର ପଥ ନଜର ପାଇଁ ଆବଶ୍ୟକ ସ୍ପିଡ୍‌ ବୋଟ ଓ କର୍ମଚାରୀ ଅଭାବ ଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧିଜୀବୀ ଲକ୍ଷ୍ମୀଧର ସ୍ବାଇଁ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶ ସମସ୍ୟା ରହିଛି। ଏଥିସହ ଗହୀରମଥା ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ଅତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ପ୍ରତ୍ୟେକ ଥାନାରେ ୮୧ ଜଣ କର୍ମଚାରୀ ରହିବାକୁ ନିୟମ ଅଛି। ତେବେ ୩ ଥାନାରେ ନାମକୁମାତ୍ର ପୋଲିସ କର୍ମଚାରୀ ଅଛନ୍ତି। ନାଭାଲ ଅଫିସର, ବୋଟ ଚାଳକ ସହ ସ୍ପିଡ୍‌ ବୋଟର ଅଭାବ ରହିଛି। ଗତ ନଭେମ୍ବରରୁ ମେ’ ଶେଷ ପର୍ଯ୍ୟନ୍ତ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପାଇଁ ସାମୁଦ୍ରିକ ଅଞ୍ଚଳକୁ କଟକଣା ବଳୟରେ ରଖାଯାଇଛି। ତେବେ ଏହି କାର୍ଯ୍ୟକୁ ଏବେ ବନ ବିଭାଗ କରୁଛି। ସାମୁଦ୍ରିକ ଥାନା ପୋଲିସ ଏଥିରେ ସହାୟକ ହୋଇପାରୁନାହାନ୍ତି। ଅପରପକ୍ଷରେ ଖୋଲାମେଲା ସମୁଦ୍ର ତଟ ଅନୁପ୍ରବେଶକାରୀଙ୍କ ପାଇଁ ସୁଯୋଗ ଦେଇଛି। ରାତି ଅନ୍ଧାରରେ ସମୁଦ୍ର ମଧ୍ୟ ଦେଇ ଅନୁପ୍ରବେଶକାରୀ ଏଠାକୁ ଆସୁଥିବା ବେଳେ ଦେଶର ସୁରକ୍ଷା ଏବେ ପ୍ରଶ୍ନବାଚୀ ହୋଇଛି। ଭିତ୍ତିଭୂମି ସଜାଡି ସାମୁଦ୍ରିକ ଥାନାକୁ କାର୍ଯ୍ୟକ୍ଷମ କରିବାକୁ ସେ ଦାବି କରିଛନ୍ତି। ସ୍ଥାନୀୟ ଅଞ୍ଚଳର ପ୍ରଭୁପ୍ରସାଦ ମହାପାତ୍ର କହିଛନ୍ତି, ସାମୁଦ୍ରିକ ଥାନା ହୋଇଥିଲେ ମଧ୍ୟ ସ୍ଥାନୀୟ କେତେଗୋଟି ରାଜସ୍ବ ଗ୍ରାମର ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଜିଲା ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଅଛି। ଏହି ନିର୍ଦ୍ଦେଶକୁ ପାଳନରେ ସାମୁଦ୍ରିକ ଥାନା କର୍ମଚାରୀମାନେ ବ୍ୟସ୍ତ ରହୁଛନ୍ତି। ଅଧିକ କର୍ମଚାରୀ ଓ ଭିତ୍ତିଭୂମି ଯୋଗାଇ ଦିଆଗଲେ ଅନୁପ୍ରବେଶ ରୋକିବା ସହ ସାମୁଦ୍ରିକ ଅଞ୍ଚଳର ସୁରକ୍ଷା ହୋଇପାରିବ। ଏ ସମ୍ପର୍କରେ ଏସ୍‌ପି ମଡକର ସମ୍ବିତ ସମ୍ପଦଙ୍କୁ ପଚାରିବାରେ ଚଳିତ ଆର୍ଥିକ ବର୍ଷରେ ସାମୁଦ୍ରିକ ଥାନା କର୍ମଚାରୀଙ୍କ ସଂଖ୍ୟା ବଢ଼ାଯାଇଛି। ଖାଲିଥିବା ପଦବୀ ଓ ଆବଶ୍ୟକ ସ୍ପିଡ୍‌ ବୋଟ ପାଇଁ ଯୋଜନା ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଟ୍ରେନ୍‌ ଟ୍ରାକ୍‌ରେ ପଡ଼ିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ, ହାତରେ ଲେଖା ଅଛି ଏମିତି, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର,୩ା୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଖୁଜେନପାଲି ରେଳ ଫାଟକ ନିକଟରେ ଜଣେ ଯୁବତୀଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଶୁକ୍ରବାର ଦେଖାଯାଇଛି। ମୃତ ଯୁବତୀଙ୍କ ପରିଚୟ ମିଳିଥିବା ବେଳେ…

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri