Categories: ଖେଳ

ଓଡ଼ିଶା ରୋଲର ସ୍କେଟିଂ ଦଳର ୩ ରେକର୍ଡ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): ସ୍ବାଧୀନତା ଦିବସ ଅବସରରେ ମଙ୍ଗଳବାର ଓଡ଼ିଶା ରୋଲର ସ୍କେଟିଂ ଦଳ ଆଉ ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛି। ଓଡ଼ିଶା ସ୍କେଟିଂ ଏକାଡେମୀର ୧୦୨ ସଦସ୍ୟ ବିଶିଷ୍ଟ ଦଳ କଳିଙ୍ଗ ଷ୍ଟାଡିୟମରେ କ୍ରମାଗତ ୫ ଘଣ୍ଟା ରୋଲର ସ୍କେଟିଂ ରିଲେ ମାରାଥନ କରି ଏସିଆ ପାସିଫିକ୍‌ ରେକର୍ଡ, ଏକ୍ସଟ୍ରିମ ରେକର୍ଡ ଏବଂ ଜାତୀୟ ରେକର୍ଡର ଅଧିକାରୀ ହୋଇଛି।

ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଓ ଓଡ଼ିଶା ନାଭାଲ ଟାଟା ହକିର ରାଜୀବ ସେଠ୍‌ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଚଳଚ୍ଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ, ଆପୋଲୋ ହସ୍ପିଟାଲ ସିଓଓ ଆଲୋକ ଶ୍ରୀବାସ୍ତବ ଓ ଉତ୍କଳ କରାଟେ ସ୍କୁଲ ମୁଖ୍ୟ ହରି ପ୍ରସାଦ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଓଡ଼ିଶା ସ୍କେଟିଂ ଏକାଡେମୀ ଏବଂ ରାଜ୍ୟ ସମ୍ପାଦକ ପାର୍ଥ ସାରଥି ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share