ସମସ୍ୟା ଘେରରେ ରାଉରକେଲା ସହରର ୩ ଡାକଘର

ରାଉରକେଲ ଅଫିସ,୧୫।୩: ରାଉରକେଲା ସହରର ପ୍ରମୁଖ ତିନି ମୁଖ୍ୟ ଡାକଘର ଏବେ ନାନା ସମସ୍ୟା ଦେଇ ଗତି କରୁଛି। ଫଳରେ ଏହି ସବୁ ଡାକଘରକୁ ଆସୁଥିବା ଲୋକମାନେ ଉପଯୁକ୍ତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ସୂଚନା ଅନୁସାରେ, ରାଉରକେଲା ସହରରେ ଉଦିତନଗର ଏଚ୍‌ଓ, ରାଉରକେଲା ଏଚ୍‌ଓ ଓ ପାନପୋଷ ଏଚ୍‌ଓ ରହିଛି। ଏହି ଡାକଘର ଜରିଆରେ ପାଖାପାଖି ୫ଲକ୍ଷ ଲୋକ ସେବା ପାଇଥାନ୍ତି। ବର୍ତ୍ତମାନ ଡାକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଡିଜିଟାଲ ହୋଇସାରିଛି। ବ୍ୟାଙ୍କମାନଙ୍କ ଭଲି ପୋଷ୍ଟାଲ ସିଷ୍ଟମରେ ମଧ୍ୟ ଅନେକ ଉନ୍ନତି ଘଟିଛି। ଏବେ ପୋଷ୍ଟାଲ ସମ୍ପୂର୍ଣ୍ଣ ବ୍ୟାଙ୍କିଙ୍ଗ କ୍ଷେତ୍ର ପାଲଟି ଯାଇଥିବା ବେଳେ ଟଙ୍କା ଜମା କରିବାଠୁ ଆରମ୍ଭ କରି ନେଣଦେଣ, ବୀମା, ଅନ୍‌ଲାଇନ୍‌ ଆଧାରକାର୍ଡ ପଞ୍ଜୀକରଣ ସହ ବାଳିକାମାନଙ୍କ ପାଇଁ ସୁକନ୍ୟା ଯୋଜନା ମଧ୍ୟ ପୋଷ୍ଟାଲରେ କରାଯାଉଛି। ଏଥିସହିତ ସରକାରୀ ଓ ବେସରକାରୀ ଜରୁରୀ ଚିଠିପତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଠିକ୍‌ ସ୍ଥାନରେ ପହଞ୍ଚାଇବା, ପାର୍ସଲ ପଠାଇବା ଭଳି ଅନେକ ବହୁମୁଖି କାମ ମଧ୍ୟ ଡାକଘରେ କରାଯାଉଛି। ଏସବୁ ସେବା ପ୍ରଦାନ କରୁଥିବା ରାଉରକେଲାର ଉଦିତନଗର ଏଚ୍‌ଓର ପୁରୁଣା ଅଚଳ ଜେନେରେଟରକୁ ବଦଳା ଯାଉନାହିଁ। ଫଳରେ ବିଦ୍ୟୁତ୍‌ କାଟ୍‌ ହେଲେ ଅଫିସରେ ନିୟୋଜିତ କର୍ମଚାରୀ ଓ ପୋଷ୍ଟାଲ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନି। ପୁରୁଣା ଟ୍ରାନ୍ସଫର୍ମର ମରାମତି କରି ଯେନତେନ ପ୍ରକାରେ କାମ ଚାଲିଛି। ଏ ସମ୍ପର୍କରେ ଉଦିତନଗର ଏଚ୍‌ଓ ପୋଷ୍ଟମାଷ୍ଟର ଦୀନବନ୍ଧୁ ସାଙ୍କୁ ପଚାରିବାରୁ ସେ କହିଥିଲେ, ନୂଆ ଜେନେରେଟର ୧୫ଦିନ ମଧ୍ୟରେ ଆସିବ ବୋଲି ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି। ଆଗରୁ ପୁରୁଣା ଜେନେରେଟରେ କାମ ଚାଲୁଥିଲା। ବର୍ତ୍ତମାନ ଖରା ଅଧିକ ହେଲାଣି। ନୂଆ ଜେନେରେଟର ଲାଗିଲେ କର୍ମଚାରୀ ଆଶ୍ୱସ୍ତି ହେବା ସହ ଗ୍ରାହକ ମଧ୍ୟ ଉପକୃତ ହେବେ ବୋଲି ସେ କହିଥିଲେ।
ରାଉରକେଲା ଏଚ୍‌ଓ ବିଲ୍ଡିଂ ଦିନକୁ ଦିନ ଜରାଜୀର୍ଣ୍ଣ ହେଉଥିଲେ ମଧ୍ୟ ପୁନରୁଦ୍ଧାର କରାଯାଉନାହିଁ। ଏଥିସହିତ ରାଉରକେଲା ଏଚ୍‌ଓରେ ଅନେକ ପଦବୀ ଖାଲି ରହିଛି। ଏହି ପଦବୀ ପୂରଣ କରାଯାଉ ନ ଥିବାରୁ ଲୋକଙ୍କୁ ସେବା ଯୋଗାଣରେ ସମସ୍ୟା ହେଉଛି। ଏ ସମ୍ପର୍କରେ ରାଉରକେଲା ଏଚ୍‌ଓ ପୋଷ୍ଟମାଷ୍ଟର ନିରଞ୍ଜନ ଶତପଥି କୁହନ୍ତି, ରାଉରକେଲା ଏଚ୍‌ଓ ବିଲ୍ଡିଂ ବହୁ ପୁରୁଣା। ଦୀର୍ଘଦିନ ହେଲା ମରାମତି ହୋଇନାହିଁ। ଏହି ଡାକଘର ଉନ୍ନତୀକରଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କୁହାଯାଇଛି। ତେବେ ଉକ୍ତ ପୁରୁଣା ବିଲ୍ଡିଂକୁ ତୁରନ୍ତ ମରାମତି କରାଯିବ ବୋଲି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଶତପଥି କହିଛନ୍ତି।
ସେହିପରି ବ୍ରିଟିଶ ଅମଳର ପାନପୋଷ ଡାକଘରେ ମଧ୍ୟ ବିଭିନ୍ନ ପଦବୀରେ ଥିବା କର୍ମଚାରୀଙ୍କୁ ଡେପୁଟେଶନରେ ଅନ୍ୟତ୍ର ପଠାଯାଉଛି। ଫଳରେ ସେଠାରେ ମଧ୍ୟ ଅଧିକାଂଶ ସମୟରେ ଜଣେ ପୋଷ୍ଟ ମାଷ୍ଟରଙ୍କୁ ସବୁ କାର୍ଯ୍ୟ ତୁଲାଇବାକୁ ପଡୁଛି। ଏହି ଡାକଘରେ ଦୀର୍ଘବର୍ଷ ହେଲା ଜେନସେଟ୍‌ ନାହିଁ କି ପାଚେରି ମଧ୍ୟ ନାହିଁ। ଫଳରେ ଅଫିସ ବନ୍ଦ ହେଲେ ଅସାମାଜିକଙ୍କ ଆଡ୍ହା ଜମୁଛି। ଝିଅର ସୁକନ୍ୟା ଯୋଜନା ଖାତାରେ ଟଙ୍କା ଜମା କରିବାକୁ ଅନେକ ଦିନ ହେଲା ଡାକଘରକୁ ଧାଉଁଥିଲେ ମଧ୍ୟ ବିଦ୍ୟୁତ୍‌ କାଟ୍‌, ଲିଙ୍କ୍‌ ବିଚ୍ଛିନ୍ନ ଓ ସର୍ଭର ଡାଉନ୍‌ ଯୋଗୁ କାମ ହେଉନାହିଁ ବୋଲି ପୋଷ୍ଟାଲ ଗ୍ରାହକ ମନୋଜ ବେହେରା କହିଛନ୍ତି। ଏ ନେଇ ପୋଷ୍ଟ ମାଷ୍ଟର ମୃତ୍ୟୁଞ୍ଜୟ ବାରିକଙ୍କୁ ପଚାରିବାରୁ ସେ କହିଥିଲେ, ପାଚେରି ନ ଥିବାରୁ ପୋଷ୍ଟ ଅଫିସ ଆଗରେ ଅସାମାଜିକ ତତ୍ତ୍ୱଙ୍କ ପ୍ରାଦୁର୍ଭାବ ରହୁଛି। ପାଚେରି ପାଇଁ ଅନୁଦାନ ମିଳିଛି। ତୁରନ୍ତ କାମ ଆରମ୍ଭ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri