Categories: ଜାତୀୟ

ଜାଣିପାରିଲେନି ଖାଇଦେଲେ ବିଷଧର ମାଛ

ପାଟନା,୨୮।୭: ବିଷଧର ମାଛ ଖାଇବା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ବିହାରର ଛପ୍ରା ଜିଲାର ଦରିୟାପୁରରେ। ମୃତକ (ବାପା, ପୁଅ ଓ ପୁତୁରା)ମାନେ ରାତିରେ ଶୋଇବା ପୂର୍ବରୁ ମାଛ ତରକାରି ଖାଇଥିଲେ। ଆଉ ଜଣେ ଶିଶୁର ଅବସ୍ଥା ସଙ୍କଟାପନ୍ନ ରହିଛି।

ମିଳିଥିବା ଖବର ମୁତାବକ, ଘରେ ରାତ୍ରିଭୋଜନରେ ମାଛ ତରକାରି ରନ୍ଧା ଯାଇଥିଲା। ସମସ୍ତେ ଖୁସିର ସହ ଖାଇ ଶୋଇଥିଲେ। କିଛି ସମୟ ପରେ ଅସୁସ୍ଥ ହୋଇ ପଡ଼ିଥିଲେ ୩ ଜଣ। କେହି କିଛି ବୁଝିବା ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣଙ୍କୁ ଭର୍ତ୍ତି କରାଯାଇଥିଲା ହସ୍ପିଟାଲରେ। ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ବିଷାକ୍ତ ମାଛ ଯୋଗୁ ଏମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁ ପଛର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ପରେ ହିଁ ଜଣାପଡ଼ିବ।

Share