Categories: ଜାତୀୟ

୪ ବର୍ଷରେ ୩ ଦଳ ଛାଡ଼ିଛନ୍ତି ଭାଜପା ଶିବିର,ଏବେ ଏଆଇଏଡିଏମ୍‌କେ ହାତ ଛାଡ଼ିବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୩ : ୧୯୯୮ରେ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୬ଟି ଦଳ ମିଳିତ ଭାବେ ଏନଡିଏ ଗଠନ କରିଥିଲେ। ୨୦୧୯ରେ, ୨୦ଟି ଦଳ ଏନଡିଏରେ ଅନ୍ତର୍ଭୁକ୍ତ ହୋଇଥିଲେ। ତେବେ ବର୍ତ୍ତମାନ ମେଣ୍ଟରେ ସହଯୋଗୀଙ୍କ ସଂଖ୍ୟା ୧୭କୁ ଖସି ଆସିଛି।

ଗତ ୪ ବର୍ଷ ମଧ୍ୟରେ ଭାଜପା ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ଏହି ବର୍ଷଗୁଡିକରେ, ୩ ଟି ବଡ ଦଳ ନ୍ୟାଶନାଲ ଡେମୋକ୍ରାଟିକ ଫ୍ରଣ୍ଟ (ଏନଡିଏ)ରୁ ବାହାରିଛନ୍ତି।

ଶିବସେନା, ଏବଂ ଲୋକ ଜନଶକ୍ତି ପାର୍ଟି ମେଣ୍ଟରୁ ବାହାରି ଯାଇଛନ୍ତି। ହୋଇଛି। ଏପରିସ୍ଥଳେ ସହଯୋଗୀ ଏଆଇଏଡିଏମ୍‌କେ ତାମିଲନାଡୁରେ ଭାଜପାକୁ ମଧ୍ୟ ଝଟକା ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜ୍ୟର ଅନେକ ଜିଲାରେ ସ୍ଥାନୀୟ ରାଜନୀତିରେ ଭାଜପା ଏବଂ ଏଆଇଏଡିଏମକେ କର୍ମୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍‌କେ। ରାଜ୍ୟରେ ମୋଟ ୩୯ ଟି ଲୋକସଭା ଆସନ ରହିଛି। ଯାହା ୟୁପି, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ବିହାର ପରେ ସର୍ବାଧିକ।

୨୦୧୯ରେ ଭାଜପା ଏଆଇଏଡିଏମ୍‌କେ ସହ ମିଳିତ ଭାବେ ରାଜ୍ୟରେ ୫ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତେବେ ଦଳ କୌଣସି ଲାଭ ପାଇ ନ ଥିଲା। ଏଆଇଏଡିଏମ୍‌କେ ମଧ୍ୟ କୌଣସି ଯାଦୁ ଦେଖାଇ ପାରିଲା ନାହିଁ ।

ନିକଟରେ ଏଆଇଏଡିଏମ୍‌କେରେ ଏକ ବିଦ୍ରୋହ ହୋଇଥିଲା ଏବଂ ଇ. ପାଲାନିସାମୀ ଦଳର ମଙ୍ଗ ଧରିଥିଲେ। ଏରୋଡ ପୂର୍ବରେ ହୋଇଥିବା ଉପ-ନିର୍ବାଚନରେ ଏଆଇଏଡିଏମ୍‌କେରେ ପରାଜୟ ହୋଇଛି । ଏହା ପରେ ପଲାନିସାମୀ ଏକ ନୂଆ ରଣନୀତି ଆଧାରରେ କିଛି ଭାଜପା ନେତାଙ୍କୁ ଦଳରେ ସାମିଲ କରିଥିଲେ।

ଗତ କିଛି ଦିନ ତଳେ ରାଜ୍ୟ ଭାଜପା ଆଇଟି ସେଲ ମୁଖ୍ୟ ସି.ଟି. ରବିକୁମାରଙ୍କ ନେତୃତ୍ୱରେ ୧୩ ଜଣ ନେତା ଏଆଇଏଡିଏମ୍‌କେରେ ଯୋଗ ଦେଇଥିଲେ। ଭାଜପା ଏହାକୁ ମେଣ୍ଟ ଧର୍ମର ଉଲ୍ଲଂଘନ ବୋଲି କହି ପାଲାନିସ୍ବାମୀଙ୍କୁ ଟାର୍ଗେଟ କରିଥିଲା। ଭାଜପା କହିଥିଲା ଯେ ଦଳର ସମ୍ପ୍ରସାରଣକୁ ନେଇ ଏଆଇଏଡିଏମ୍‌କେ ଭୟଭୀତ ଅଛି।

ଏହି ବିବାଦ ଏତେ ବଢ଼ି ଯାଇଥିଲା ଯେ ଭାଜପା ସମର୍ଥକମାନେ କୋଲିଭାପଟ୍ଟିରେ ପାଲାନିସାମୀଙ୍କ ପୋଷ୍ଟର ଚିରି ଦେଇଥିଲେ। ଏଆଇଏଡିଏମ୍‌କେରେ ସୂତ୍ରରୁ ପ୍ରକାଶ ଯେ ବିବାଦ ପରେ ପାଲାନିସାମୀ ବର୍ତ୍ତମାନ ଭାଜପାକୁ ଏକ ବୋଝ ଭାବେ ଦେଖୁଛନ୍ତି।

୪ ବର୍ଷ ମଧ୍ୟରେ ଶିରୋମଣି ଅକାଳୀ ଦଳ, ଜେଡ଼ିୟୁ ଏବଂ ଆରଏଲପି ଭାଜପା ମେଣ୍ଟରୁ ବାହାରିଛନ୍ତି। ସେଥିମଧ୍ୟରୁ ଜେଡିୟୁ ଏବଂ ଆରଏଲପି କଂଗ୍ରେସ ସମର୍ଥିତ ମହାମେଣ୍ଟରେ ଯୋଗ ଦେଇଥିବାବେଳେ ଶିରୋମଣି ଅକାଳୀ ଦଳ ନିକଟରେ ବିଏସପି ସହ ଏକ ମେଣ୍ଟ ଗଠନ କରିଛି।

Share