Posted inଜାତୀୟ

୪ ବର୍ଷରେ ୩ ଦଳ ଛାଡ଼ିଛନ୍ତି ଭାଜପା ଶିବିର,ଏବେ ଏଆଇଏଡିଏମ୍‌କେ ହାତ ଛାଡ଼ିବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ,୯।୩ : ୧୯୯୮ରେ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୬ଟି ଦଳ ମିଳିତ ଭାବେ ଏନଡିଏ ଗଠନ କରିଥିଲେ। ୨୦୧୯ରେ, ୨୦ଟି ଦଳ ଏନଡିଏରେ ଅନ୍ତର୍ଭୁକ୍ତ ହୋଇଥିଲେ। ତେବେ ବର୍ତ୍ତମାନ ମେଣ୍ଟରେ ସହଯୋଗୀଙ୍କ ସଂଖ୍ୟା ୧୭କୁ ଖସି ଆସିଛି।

ଗତ ୪ ବର୍ଷ ମଧ୍ୟରେ ଭାଜପା ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ଏହି ବର୍ଷଗୁଡିକରେ, ୩ ଟି ବଡ ଦଳ ନ୍ୟାଶନାଲ ଡେମୋକ୍ରାଟିକ ଫ୍ରଣ୍ଟ (ଏନଡିଏ)ରୁ ବାହାରିଛନ୍ତି।

ଶିବସେନା, ଏବଂ ଲୋକ ଜନଶକ୍ତି ପାର୍ଟି ମେଣ୍ଟରୁ ବାହାରି ଯାଇଛନ୍ତି। ହୋଇଛି। ଏପରିସ୍ଥଳେ ସହଯୋଗୀ ଏଆଇଏଡିଏମ୍‌କେ ତାମିଲନାଡୁରେ ଭାଜପାକୁ ମଧ୍ୟ ଝଟକା ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଜ୍ୟର ଅନେକ ଜିଲାରେ ସ୍ଥାନୀୟ ରାଜନୀତିରେ ଭାଜପା ଏବଂ ଏଆଇଏଡିଏମକେ କର୍ମୀଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍‌କେ। ରାଜ୍ୟରେ ମୋଟ ୩୯ ଟି ଲୋକସଭା ଆସନ ରହିଛି। ଯାହା ୟୁପି, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ବିହାର ପରେ ସର୍ବାଧିକ।

୨୦୧୯ରେ ଭାଜପା ଏଆଇଏଡିଏମ୍‌କେ ସହ ମିଳିତ ଭାବେ ରାଜ୍ୟରେ ୫ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ତେବେ ଦଳ କୌଣସି ଲାଭ ପାଇ ନ ଥିଲା। ଏଆଇଏଡିଏମ୍‌କେ ମଧ୍ୟ କୌଣସି ଯାଦୁ ଦେଖାଇ ପାରିଲା ନାହିଁ ।

ନିକଟରେ ଏଆଇଏଡିଏମ୍‌କେରେ ଏକ ବିଦ୍ରୋହ ହୋଇଥିଲା ଏବଂ ଇ. ପାଲାନିସାମୀ ଦଳର ମଙ୍ଗ ଧରିଥିଲେ। ଏରୋଡ ପୂର୍ବରେ ହୋଇଥିବା ଉପ-ନିର୍ବାଚନରେ ଏଆଇଏଡିଏମ୍‌କେରେ ପରାଜୟ ହୋଇଛି । ଏହା ପରେ ପଲାନିସାମୀ ଏକ ନୂଆ ରଣନୀତି ଆଧାରରେ କିଛି ଭାଜପା ନେତାଙ୍କୁ ଦଳରେ ସାମିଲ କରିଥିଲେ।

ଗତ କିଛି ଦିନ ତଳେ ରାଜ୍ୟ ଭାଜପା ଆଇଟି ସେଲ ମୁଖ୍ୟ ସି.ଟି. ରବିକୁମାରଙ୍କ ନେତୃତ୍ୱରେ ୧୩ ଜଣ ନେତା ଏଆଇଏଡିଏମ୍‌କେରେ ଯୋଗ ଦେଇଥିଲେ। ଭାଜପା ଏହାକୁ ମେଣ୍ଟ ଧର୍ମର ଉଲ୍ଲଂଘନ ବୋଲି କହି ପାଲାନିସ୍ବାମୀଙ୍କୁ ଟାର୍ଗେଟ କରିଥିଲା। ଭାଜପା କହିଥିଲା ଯେ ଦଳର ସମ୍ପ୍ରସାରଣକୁ ନେଇ ଏଆଇଏଡିଏମ୍‌କେ ଭୟଭୀତ ଅଛି।

ଏହି ବିବାଦ ଏତେ ବଢ଼ି ଯାଇଥିଲା ଯେ ଭାଜପା ସମର୍ଥକମାନେ କୋଲିଭାପଟ୍ଟିରେ ପାଲାନିସାମୀଙ୍କ ପୋଷ୍ଟର ଚିରି ଦେଇଥିଲେ। ଏଆଇଏଡିଏମ୍‌କେରେ ସୂତ୍ରରୁ ପ୍ରକାଶ ଯେ ବିବାଦ ପରେ ପାଲାନିସାମୀ ବର୍ତ୍ତମାନ ଭାଜପାକୁ ଏକ ବୋଝ ଭାବେ ଦେଖୁଛନ୍ତି।

୪ ବର୍ଷ ମଧ୍ୟରେ ଶିରୋମଣି ଅକାଳୀ ଦଳ, ଜେଡ଼ିୟୁ ଏବଂ ଆରଏଲପି ଭାଜପା ମେଣ୍ଟରୁ ବାହାରିଛନ୍ତି। ସେଥିମଧ୍ୟରୁ ଜେଡିୟୁ ଏବଂ ଆରଏଲପି କଂଗ୍ରେସ ସମର୍ଥିତ ମହାମେଣ୍ଟରେ ଯୋଗ ଦେଇଥିବାବେଳେ ଶିରୋମଣି ଅକାଳୀ ଦଳ ନିକଟରେ ବିଏସପି ସହ ଏକ ମେଣ୍ଟ ଗଠନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri