ଇସ୍ରାଏଲ୍‌ ଆକ୍ରମଣରେ ୩ ପାଲେଷ୍ଟିନୀୟଙ୍କ ମୃତ୍ୟୁ

ତେଲ୍‌ ଆଭିଭ, ୨୩ା୫: ଓ୍ବେଷ୍ଟ ବ୍ୟାଙ୍କ୍‌ର ଏକ ଶରଣାର୍ଥୀ ଶିବିର ଉପରେ ସୋମବାର ଭୋର ସମୟରେ ଇସ୍ରାଏଲ୍‌ ସେନା ଆକ୍ରମଣ କରିବାରୁ ୩ ଜଣ ପାଲେଷ୍ଟାଇନ୍‌ ନାଗରିକ ନିହତ ହୋଇଛନ୍ତି। ଇସ୍ରାଏଲ୍‌ର ଏଭଳି କାର୍ଯ୍ୟକୁ ଆମେରିକା ନିନ୍ଦା କରିଛି। ନାବ୍‌ଲୁସ୍‌ ସହର ନିକଟରେ ଥିବା ବାଲାଟା ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ୍‌ ସେନା ଚଢ଼ାଉ ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ପାଲେଷ୍ଟାଇନ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିରେ ଅନ୍ୟ ୬ ଜଣ ଆହତ ହୋଇଥିବାବେଳେ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକମାନେ ଅଲ୍‌ ଅକ୍‌ସା ମାର୍ଟାୟର୍ସ ବ୍ରିଗେଡ୍‌ ନାମକ ଉଗ୍ରପନ୍ଥୀ ସଂଗଠନରଥ ସଦସ୍ୟ ବୋଲି ଚିହ୍ନଟ କରାଯାଇଛି। ଏହି ସଂଗଠନର ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ଦଳ ସହ ସମ୍ପର୍କ ରହିଛି।

Share