ଦଶହରାରେ ରାଜ୍‌ କରିବ ୩ ଓଡ଼ିଆ ସିନେମା

ପୂଜାପର୍ବାଣୀ ଆସିଲେ ଭରପୁର ମନୋରଞ୍ଜନର ମାଧ୍ୟମ ସାଜେ ଚଳଚ୍ଚିତ୍ର। ଆଉ ଏବେ ଓଡ଼ିଆ ଚଳଚ୍ଚିତ୍ର ପୂରା ସେହି ଦମ୍‌ରେ ଆଗେଇ ଚାଲିଛି। ପ୍ରତ୍ୟେକ ସପ୍ତାହରେ ଦର୍ଶକଙ୍କୁ ନୂଆ ନୂଆ ଚଳଚ୍ଚିତ୍ର ଭେଟି ଦେଉଛି ଓଡ଼ିଆ ସିନେ ଜଗତ। ଦଶହରା ପାଖେଇ ଆସୁଥିବାବେଳେ ମାହୋଲ ସରଗରମ କରିବା ପାଇଁ ରିଲିଜ ହେବାକୁ ଯାଉଛି ୩ଟି ଦମ୍‌ଦାର୍‌ ଚଳଚ୍ଚିତ୍ର। ଆକ୍ସନ, ରୋମାନ୍ସ ସହ ଦର୍ଶକମାନେ ଚଳଚ୍ଚିତ୍ରରେ ସେମାନଙ୍କ ଫେଭରାଇଟ୍‌ ଷ୍ଟାର୍‌ଙ୍କୁ ଦେଖିବାକୁ ପାଇବେ। ବାବୁସାନ୍‌ ଓ ଅମ୍ଳାନ୍‌ଙ୍କ ଅଭିନୀତ ‘ମାଲ୍ୟଗିରି’, ସିଦ୍ଧାନ୍ତ ମହାପାତ୍ରଙ୍କ ‘କଟକ: ଶେଷରୁ ଆରମ୍ଭ’ ଓ ଅରିନ୍ଦମଙ୍କ ‘ରାମ୍‌’। ଫିଲ୍ମଗୁଡିକ ପ୍ରେକ୍ଷାଳୟକୁ ଆସିବା ପୂର୍ବରୁ ଏହାର ପୋଷ୍ଟର, ଗୀତ ଆଉ ଆକ୍ସନ ଭରା ସିନ୍‌ର ଝଲକ ଦର୍ଶକଙ୍କୁ ଦ୍ୱନ୍ଦ୍ୱରେ ପକାଇଦେଲାଣି। କେଉଁ ଚଳଚ୍ଚିତ୍ର ପ୍ରଥମେ ଦେଖିବାକୁ ଯିବେ ତାହାକୁ ନେଇ ଉତ୍କଣ୍ଠିତ ହୋଇପଡିଲେଣି ଦର୍ଶକ। ଏଥର ପୂଜା ବଜାରରେ ରାଜ୍‌ କରିବାକୁ ଯାଉଥିବା ଏହି ଚଳଚ୍ଚିତ୍ରଗୁଡିକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।
‘ମାଲ୍ୟଗିରି’

ଫିଲ୍ମ ‘ଦମନ’ ପରେ ଏବେ ‘ମାଲ୍ୟଗିରି’ରେ ଅଭିନେତା ବାବୁଶାନ୍‌ ମହାନ୍ତିଙ୍କୁ ନେଇ ଦର୍ଶକଙ୍କ ମନରେ ଅଧିକ ଆଶା ଓ ଉତ୍ସାହ ଦେଖିବାକୁ ମିଳୁଛି। ସେହିପରି ଅଭିନେତା ଅମ୍ଳାନ ମଧ୍ୟ ଫିଲ୍ମ କରି ନିଜକୁ ଏକ ଭିନ୍ନ ଢଙ୍ଗରେ ଦର୍ଶକଙ୍କ ପାଖେ ଉପସ୍ଥାପିତ କରିସାରିଛନ୍ତି। ରେନ୍‌ଡ୍ରପ୍‌ ପିକର୍ଚ୍‌ସ ଏବଂ କିଭ୍‌ସ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ଏହି ଫିଲ୍ମର ପ୍ରସ୍ତୁତ ହୋଇଛି। ଆସନ୍ତା ୧୯ରେ ଏହି ଫିଲ୍ମ ରିଲିଜ ହେବ। ବାବୁଶାନ୍‌ଙ୍କ ସହ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ଅମ୍ଳାନ୍‌ଙ୍କ ସହ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ଦେଖିବାକୁ ମିଳିବ। ରିଙ୍କୁ ରିନୁ ଜେନା ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୃଥ୍ବୀରାଜ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି। ଗୌରବ ଆନନ୍ଦଙ୍କ ସଙ୍ଗୀତ ଦର୍ଶକଙ୍କୁ ଛୁଇଁବ। ତେବେ ମାସେତଳେ ଏହାର ଟିଜର ଅପଲୋଡ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଜଙ୍ଗଲ ଆଧିବାସୀଙ୍କ ହକ୍‌, ସେମାନଙ୍କ କାହାଣୀ ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ବୋଲି ନିର୍ଦ୍ଦେଶକ ପୃଥ୍ବୀରାଜ ପଟ୍ଟନାୟକ କହିଛନ୍ତି।

କଟକ: ଶେଷରୁ ଆରମ୍ଭ

ଆସନ୍ତା ୨୦ରେ ରିଲିଜ ହେବ ଏହି ଚଳଚ୍ଚିତ୍ର। ଅନ୍‌ସମିସ୍‌ ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ ହେଉଛନ୍ତି ପ୍ରୀତମ୍‌ ସାହୁ। ଏଥିରେ ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ। ସେହିପରି ଦେବାଶିଷ ପାତ୍ରଙ୍କ ସହ ଅଭିନେତ୍ରୀ ପୁନମ୍‌ ରହିଥିବାବେଳେ ପ୍ରସନଜିତ୍‌ ମହାପାତ୍ର, ଚୌଧୁରୀ ବିକାଶ ଦାସ, ଜୟପ୍ରକାଶ ଦାସ, ଜଗନ୍ନାଥ ସେଠ୍‌ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଫିଲ୍ମଟି କଟକର ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ବେଳେ ଅଧିକାଂଶ ଶୁଟିଂ ମଧ୍ୟ ଏଠାରେ କରାଯାଇଛି। ଅସାଦ ନିଜାମ ଏହାର ସଙ୍ଗୀତ ନିର୍ଦ୍ଦେଶନାରେ ରହିଛନ୍ତି। ଆଗରୁ କଟକରେ ଯେଉଁ ଗୁଣ୍ଡାରାଜ ଚାଲିଥିଲା ତାହା ଉପରେ କାହାଣୀଟି ପ୍ରସ୍ତୁତ ହୋଇଛି। କଟକରେ କିଏ ରାଜ୍‌ କରିବ ଆଉ ସେତେବେଳର ସେ ଘଟଣା ସବୁକୁ ଦର୍ଶକ ଦେଖିବାକୁ ପାଇବେ। ଆଗାମୀ ୨ବର୍ଷର ଦଶହରାରେ ଆମେ ଏହାର ଅନନ୍ୟ ୨ଟି ପାର୍ଟ ମଧ୍ୟ ଆଣିବୁ ବୋଲି ପ୍ରଯୋଜକ ପ୍ରୀତମ ସାହୁ କହିଛନ୍ତି।

‘ରାମ୍‌’

ଏକ ସ୍ପାଏର କାହାଣୀକୁ ନେଇ ପ୍ରସ୍ତୁତ ରାମ୍‌ ଚଳଚ୍ଚିତ୍ର ଆସନ୍ତା ୨୦ରେ ରିଲିଜ ହେବ। ଦୀର୍ଘ ୩ରୁ ୪ବର୍ଷ ପରେ ‘ରାମ୍‌’ ଫିଲ୍ମ ମାଧ୍ୟମରେ ଓଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି ଅଭିନେତା ଅରିନ୍ଦମ୍‌। ବଲିଉଡ୍‌ର ଖଳନାୟକ ଅଭିନେତା ରାହୁଲ୍‌ ଦେବଙ୍କ ସହ ତାଙ୍କର ଫାଇଟ୍‌ ସିନ୍‌ ଦର୍ଶକ ଦେଖିବାକୁ ପାଇବେ। ଅରିନ୍ଦମ୍‌ଙ୍କ ବିପକ୍ଷରେ ବଙ୍ଗୀୟ ଅଭିନେତ୍ରୀ ପୂପ୍‌ସା ରହିଛନ୍ତି। ଅଶୋକ ପତି ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିବାବେଳେ ଚିତ୍ରନାଟ୍ୟ ଓ ସଂଳାପରେ ଭରଦ୍ୱାଜ ପଣ୍ଡା ରହିଛନ୍ତି। ନିକଟରେ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏହି ଫିଲ୍ମରେ ରହିଥିବା ଜଣାପଡ଼ିଥିଲା। ଅରିନ୍ଦମ ଓ ଅନୁଭବଙ୍କ ଶୁଟିଂର ଫଟୋ ଭାଇରାଲ୍‌ ହୋଇଥିଲା। ଏହାପୂର୍ବରୁ ଫିଲ୍ମ ‘କାଳିଶଙ୍କର’ରେ ଉଭୟ ଦମ୍‌ଦାର୍‌ ପ୍ରଦର୍ଶନ କରିଥିଲେ। ତେଣୁ ‘ରାମ୍‌’ରେ ସେମାନଙ୍କଠାରୁ ଦର୍ଶକ ଅଧିକ ଆଶା ରଖିଛନ୍ତି ବୋଲି ନିର୍ଦ୍ଦେଶକ ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri