ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର…

ଓ୍ବାଶିଂଟନ,୫।୧୦: ପଦାର୍ଥ ବିଜ୍ଞାନରେ ୨୦୨୧ରେ ୩ ଜଣ ବୈଜ୍ଞାନିକଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବାକୁ ମଙ୍ଗଳବାର ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଜାପାନର ସୋୟୁକୁରୁ ମାନାବେ, ଜର୍ମାନୀର କ୍ଲାଉସ୍‌ ହାସେଲମାନ୍ନ ଏବଂ ଇଟାଲୀର ଜିଓର୍ଜିଓ ପାରିସି ରହିଛନ୍ତି।

ଜଟିଳ ଭୌତିକ ପ୍ରଣାଳୀ ଉପରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ମିଳିତ ଭାବେ ସେମାନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ।

ନାମ ଘୋଷଣା କରି ବିଚାରକ ମଣ୍ଡଳୀ ପକ୍ଷରୁ କୁହାଯାଇଛି ଯେ, ମାନାବେ ପରିବେଶରେ ବୃଦ୍ଧି ହେଉଥିବା ଅଙ୍ଗାରକାମ୍ଳ ଦ୍ୱାରା କିଭଳି ବିଶ୍ୱ ତାପନ ବୃଦ୍ଧି ପାଉଛି ସେ ନେଇ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଏହା ସମ୍ପ୍ରତିକ ଜଳବାୟୁ ସୁଧାରିବାରେ ସହାୟକ ହେବ।

Share