Categories: ବାଣିଜ୍ୟ

ଏକ ରାଷ୍ଟ୍ର ଏକ ରାଶନ କାର୍ଡ ବ୍ୟବସ୍ଥାରେ ଆଉ ୩ ରାଜ୍ୟ

ନୂଆଦିଲ୍ଲୀ,୨।୮: ଦେଶ ମଧ୍ୟରେ ଲାଗୁ କରାଯାଇଥିବା ଏକ ରାଷ୍ଟ୍ର ଏକ ରାଶନ କାର୍ଡ ବ୍ୟବସ୍ଥାରେ ଆଉ ୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଯୋଡି ହୋଇଛନ୍ତି। ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧିନରେ ପ୍ରାୟ ୮୦% ଲୋକଙ୍କୁ ଏହି ସୁବିଧା ସହ ଯୋଡିବା ଲାଗି ସରକାର ପଦକ୍ଷେପ ହାତକୁ ନେଇଛନ୍ତି। ବର୍ତ୍ତମାନ ପ୍ରାୟ ୨୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଲୋକମାନେ ଜାତୀୟ ରାଶନ କାର୍ଡ ପୋର୍ଟେବିଲିଟି ବ୍ୟବସ୍ଥାରେ ଖାଦ୍ୟଶଷ୍ୟ ଉଠାଣ କରିବାର ସୁବିଧା ପାଇପାରିବେ। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାଶ ପାଶ୍ୱାନ ଏହି ବ୍ୟବସ୍ଥାର ଶନିବାର ସମୀକ୍ଷା କରି ଏଭଳି ସୂଚନା ପ୍ରଦାନ କରିଛନ୍ତି। ଯୋଜନାକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ କରାଇବା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ସେ ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ୩ଟି ରାଜ୍ୟ ଯଥା- ମଣିପୁର, ନାଗାଲାଣ୍ଡ ଏବଂ ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଜମ୍ମୁ ଓ କଶ୍ମୀରରେ ଏହି ବ୍ୟବସ୍ଥାକୁ ଲାଗୁ କରାଯାଇଥିବା ଜଣାପଡିଛି।

Share