ରାଜ୍ୟରୁ ଆଉ ୩ ସାଇବର ଠକ ଗିରଫ

ଭୁବନେଶ୍ୱର,୨।୭(ସୂର୍ଯ୍ୟକାନ୍ତ ବେହେରା)ସୋସିଆଲ ମିଡିଆରେ ଲିଙ୍କ୍‌ ପଠାଇ ୱାର୍କ ଫ୍ରମ୍‌ ହୋମ୍‌ ଓ ବିଟ୍‌ କଏନ୍‌ରେ ଟଙ୍କା ନିବେଶ ଜରିଆରେ ଜଣେ ବ୍ୟକ୍ତିଙ୍କଠାରୁ ୧୪ ଲକ୍ଷ ଠକିବା ମାମଲାରେ ସାଇବର ଥାନା ପୋଲିସ ଆଉ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁନ୍ଦରଗଡର ରାଜେଶ କୁମାର ବେହେରା, ସମ୍ବଲପୁରର ଦୀପକ କୁମାର ପଟେଲ ଓ କମଳେଶ ପଟେଲ। ସୂଚନାନୁସାରେ, ଅଭିଯୁକ୍ତମାନେ ଅଜଣା ବ୍ୟକ୍ତିଙ୍କ ପାଖକୁ ହ୍ବାଟ୍‌ସଆପ୍‌ ଓ ଟେଲିଗ୍ରାମ ମାଧ୍ୟମରେ ଲିଙ୍କ୍‌ ପଠାଇ ସେଥିରେ ଆସୁଥିବା ଭିଡିଓଗୁଡିକୁ ଲାଇକ୍‌ ଓ ଶେୟାର କଲେ ପ୍ରତି ଭିଡିଓ ପିଛା ୫୦ ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଉଥିଲେ। ଭିଡିଓ କ୍ଲିପ୍‌ ମଝିରେ ମର୍ଚ୍ଚାଣ୍ଟ ବେନିଫିଟ୍‌ ଟାସ୍କ ଓ ଅନ୍ୟାନ୍ୟ ଟାସ୍କ ବାବଦକୁ କ୍ରିପ୍‌ଟୋରେ ଟଙ୍କା ବିନିଯୋଗ କଲେ ଭିଡିଓ କ୍ଲିପ୍‌ର ମୂଲ୍ୟବଢ଼ିବା ସହ ବିନିଯୋଗର ବହୁଗୁଣା ଅର୍ଥ ମାତ୍ର କିଛି ମିନିଟ୍‌ ମଧ୍ୟରେ ମିଳିଯିବ ବୋଲି ପ୍ରଲୋଭନ ଦେଖାଉଥିଲେ। ଏପରିକି ଦୃଢ଼ ବିଶ୍ୱାସ ଜନ୍ମାଇବାକୁ ଏସବୁ କାମ ପାଇଁ ପ୍ରଥମେ ପ୍ରଥମେ ପେମେଣ୍ଟ ଆକାରରେ ମୂଳ ସହ କମିଶନ ଓ ଲାଭ ଟଙ୍କା ମିଶାଇ ଲୋକଙ୍କ ଆକାଉଣ୍ଟକୁ ପଠାଉଥିଲେ। ଫଳରେ ଲୋକେ ଲୋଭରେ ପଡି ଲକ୍ଷଲକ୍ଷ ଟଙ୍କା ବିନିଯୋଗ କରିବା ପରେ ବାରମ୍ବାର ଟାସ୍କ ଦେଇ ଅଧିକରୁ ଅଧିକ ଟଙ୍କା ଲଗାଇବାକୁ ପ୍ରବର୍ତ୍ତାଉଥିଲେ। ମଝିରେ ଲୋକେ ପ୍ରତ୍ୟାହାର କରିବାକୁ ଚାହିଁଲେ ପୁନର୍ବାର ଅଧିକ ଟଙ୍କା ବିନିଯୋଗ କଲା ପରେ ଟାସ୍କ କ୍ଲିୟର ପରେ ସବୁଟଙ୍କା ମିଳିଯିବ ବୋଲି ଆଶ୍ୱାସନା ଦେଉଥିଲେ। ନଚେତ କମ୍ପାନୀର ନିୟମ ଅନୁସାରେ ଟଙ୍କା ଉଠାଇ ପାରିବେ ନାହିଁ ବୋଲି ଡରାଉଥିଲେ। ଏହିପରି ଭାବରେ ସାଇବର ଠକମାନେ ବିଭିନ୍ନ ପ୍ରକାର ବାହାନା ଦେଖାଇ ପ୍ରମୋଦ ସାହୁଙ୍କଠାରୁ ୧୪ ଲକ୍ଷ ୫୩ ହଜାର ୪୩ ଟଙ୍କା ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ଠକି ନେଇଥିଲେ। ଅଭିଯୋଗ ପରେ, ସାଇବର ଥାନା ପୋଲିସ୍‌ ପ୍ରଥମେ ଟଙ୍କା ଯାଇଥିବା ଆକାଉଣ୍ଟଗୁଡିକୁ ଫ୍ରିଜ୍‌ କରିଦେଇଥିଲା। ପରେ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏପରି ଅପରାଧ ଲାଗି ସେମାନେ ବ୍ୟବହାର କରୁଥିବା ସିମ୍‌ଗୁଡିକୁ ମଧ୍ୟ ଜବତ କରି ଅଧିକ ତଦନ୍ତ ଚଳାଇଛନ୍ତି। ତେବେ ଫ୍ରିଜ୍‌ ହୋଇଥିବା ଆକାଉଣ୍ଟଗୁଡିକରେ ମୋଟ ୬ଲକ୍ଷ ୩୨ ହଜାର ୮୦୦ ଟଙ୍କା ରହିଥିବାବେଳେ ଅନ୍ୟସବୁ ଟଙ୍କାକୁ ବିଭିନ୍ନ ମାଧ୍ୟମରେ ଟ୍ରାନ୍ସଫର୍‌ ଓ ଉଠାଇ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri