ଧାମନଗର ଉପଡାକଘର ସହ ଯୋଡ଼ିହେଲା ଆଉ ୩ ଶାଖା ଡାକଘର

ଧାମନଗର,୧୦।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଉପଡାକଘର ସହ ଆଉ ୩ଟି ଶାଖା ଡାକଘର ଯୋଡ଼ି ହୋଇଛି। ଏହାକୁ ମିଶାଇ ମୋଟ ଧାମନଗର ଉପଡାକଘର ସଂଖ୍ୟା ୧୭ରେ ପହଞ୍ଚିଛି। ମିଶ୍ରିତ ୩ ଡାକଘର ହେଲା ଦିହୁଡ଼ି ଆନନ୍ଦପୁର, କଣ୍ଟାପାରୀ ଓ ମମଦୁଲା। ଏହି ୩ ଡାକଘର ଧାମନଗର ଅଞ୍ଚଳରେ ହୋଇଥିଲେ ମଧ୍ୟ ଯାଜପୁର ଜିଲା ଦଶରଥପୁର ଉପଡାକଘର ଅଧୀନରେ କାର୍ଯ୍ୟ କରିଆସୁଥିଲା। ଦଶରଥପୁରରୁ ବାହାର କରାଯାଇ ଧାମନଗର ଉପଡାକଘର ସହ ଯୋଡ଼ିବା ଲାଗି ଓଡ଼ିଶା ମହାଡାକପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତବର୍ଷ ଚିଠି ହୋଇଥିଲା। ଗତବର୍ଷ ଏପ୍ରିଲରେ ମହାଡାକପାଳଙ୍କ ଭୁବନେଶ୍ବର କାର୍ଯ୍ୟାଳୟ ଯାଜପୁର ପୋଷ୍ଟାଲ ଡିଭିଜନ, ଭଦ୍ରକ ଡିଭିଜନ, ଦଶରଥପୁର ଉପଡାକଘର ଓ ଧାମନଗର ଉପଡାକଘରକୁ ଚିଠି କରିବା ସହ ତୁରନ୍ତ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ପରାମର୍ଶ ଦିଆଯାଇଥିଲା। ତିନି ଡାକଘରେ ଥିବା ସମସ୍ତ ଜମାକାରୀଙ୍କ ଜମାବହି ସେ ଉପଡାକଘରୁ ଏ ଉପଡାକଘରକୁ ଆଣିବାକୁ ପଡ଼ିଲା। ସେହିପରି ୱେବସାଇଟରେ ପ୍ରଦର୍ଶନ ଲାଗି ପ୍ରୋଗ୍ରାମିଂ କରାଗଲା। ଶେଷରେ ଚଳିତମାସ ୨ ତାରିଖରେ ତିନି ଡାକଘରକୁ ଧାମନଗର ସହ ଯୋଡ଼ିବା ଲାଗି ସମସ୍ତ ପ୍ରକ୍ରିୟା ସରିଥିବା ନେଇ ଓଡ଼ିଶା ମହାଡାକପାଳଙ୍କ ପକ୍ଷରୁ ସମସ୍ତ ବିଭାଗ, ଦୁଇ ଉପଡାକଘର, ଦୁଇ ଡିଭିଜନ ଓ ତିନି ଉପଡାକଘରକୁ ଜଣାଇ ଦିଆଯାଇଥିଲା। ବିଭାଗୀୟ ଚିଠି ଆସିବା ପରେ ୯ ତାରିଖରୁ ତିନି ଡାକଘରେ କୌଣସି ପ୍ରକାର କାରବାର ସାମୟିକ ବନ୍ଦ ରହିଛି। କେବଳ ଜରୁରୀ କାରବାର ଚାଲୁ ଅଛି। ଆସନ୍ତା ୧୩ ତାରିଖରୁ ତିନି ଡାକଘରୁ ଚିଠି ଦଶରଥପୁର ବଦଳରେ ଧାମନଗର ଉପଡାକଘରକୁ ପଠାଇବା ଲାଗି କୁହାଯାଇଛି। ଏହାସହ ତିନି ଡାକଘର ଉପରେ ନିର୍ଭର କରୁଥିବା ଲୋକେ ପିନ୍‌କୋଡ୍‌ ୭୫୫୦୦୬ ପରିବର୍ତ୍ତେ ୭୫୬୧୧୭ ଲେଖିବେ। ଦଶରଥପୁର ଉପଡାକଘର ଅଧୀନରେ ଥିବାରୁ ଲୋକେ ବହୁତ ହଇରାଣ ହେଉଥିଲେ। ଦୀର୍ଘଦିନ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବାରୁ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri