Posted inଜାତୀୟ

ଗେହଲଟ୍‌ଙ୍କ ୩ ବିଧାୟକ ଦାୟୀ

ନୂଆଦିଲ୍ଲୀ,୨୮।୯: ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ୩ ଅନୁଗତ ବିଧାୟକଙ୍କୁ ଦାୟୀ କରାଯାଇଛି। ସେମାନେ ହେଲେ ବିଧାନସଭାରେ ଦଳର ମୁଖ୍ୟ ହୁଇପ୍‌ ମହେଶ ଜୋଷୀ, ଆର୍‌ଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ପାଠକ ଏବଂ ଶାନ୍ତି ଧରିଓ୍ବାଲ। ସେମାନେ ବିଧାୟକମାନଙ୍କ ସମାନ୍ତରାଳ ବୈଠକ ଡକାଇ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ପ୍ରସ୍ତାବ ଗୃହୀତ କରାଇଥିଲେ। ୩ ନେତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ତେବେ ବିଦ୍ରୋହ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତାଙ୍କ ରିପୋର୍ଟରେ ଗେହଲଟ୍‌ଙ୍କୁ ସିଧାସଳଖ ଦାୟୀ କରିନାହାନ୍ତି। ରବିବାର ଚାଲିଥିବା ଡ୍ରାମାରେ ଉପସ୍ଥିତ ଥିବା ରାଜ୍ୟ ପ୍ରଭାରୀ ଅଜୟ ମାକେନ୍‌ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ୩ ବିଧାୟକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ କରିଥିଲେ।
ରବିବାର ବୈଠକରେ ଗେହଲଟଙ୍କ ସମର୍ଥକ ବିଧାୟକମାନେ ୨୦୨୦ରେ ସଚିନ ପାଇଲଟ୍‌ଙ୍କ ବିଦ୍ରୋହ ପ୍ରସଙ୍ଗ ଉଠାଇ ସେହି ସମୟରେ ସରକାରଙ୍କୁ ସମର୍ଥନ କରିଥିବା ବିଧାୟକଙ୍କ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ପ୍ରସ୍ତାବ ଗୃହୀତ କରାଇଥିଲେ। ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନ ଦେବା ଲାଗି ସେମାନେ ସମୂହ ଇସ୍ତଫା ଧମକ ଦେଇଥିଲେ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜଣ ଜଣକରି ବିଧାୟକଙ୍କୁ ଭେଟିବା ଲାଗି ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ ହେଁ ଗେହଲଟ୍‌ଙ୍କ ଅନୁଗତମାନେ ତାହାକୁ ଅବଜ୍ଞା କରିଥିଲେ। ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବା ପର୍ଯ୍ୟନ୍ତ ରାଜ୍ୟରେ ସ୍ଥିତାବସ୍ଥା ଜାରି ରଖିବା ପାଇଁ ସେମାନେ ଦାବି କରିଥିଲେ। ଯାହା ଫଳରେ ଗେହଲଟ୍‌ ଅଧ୍ୟକ୍ଷ ହୋଇଥିଲେ ମୁଖ୍ୟମନ୍ତ୍ରୀ ଚୟନ କ୍ଷମତା ତାଙ୍କୁ ମିଳିଯାଇଥାନ୍ତା। ବିଧାୟକମାନେ ବିଶୃଙ୍ଖଳା ସୃଷ୍ଟି କରିବା ସହ ସ୍ଥିତାବସ୍ଥା ଜାରି ଲାଗି ଦାବି କରିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ସୃଷ୍ଟି କରିଥାନ୍ତା ବୋଲି ମାକେନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
ସେପଟେ ରାଜସ୍ଥାନ ସଙ୍କଟର ସମାଧାନ ପାଇଁ ଦଳର କେତେଜଣ ବରିଷ୍ଠ ନେତା ଉଦ୍ୟମ ଆରମ୍ଭ କରିଛନ୍ତି। ଅମ୍ବିକା ସୋନି ଏବଂ ଆନନ୍ଦ ଶର୍ମା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ ଗେହଲଟ୍‌ଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଖୁବ୍‌ଶୀଘ୍ର ଗେହଲଟ୍‌ ସୋନିଆଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ବିଦ୍ରୋହ ପାଇଁ ଦାୟୀ ଗେହଲଟ୍‌ଙ୍କ ଅନୁଗତ ନେତାଙ୍କୁ ଚେତାବନୀ ଦିଆଯିବ। ଏବେ ବି ଗେହଲଟ୍‌ଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦୌଡ଼ରୁ ବାଦ୍‌ ଦିଆଯାଇ ନ ଥିବା ଦଳୀୟ ସୂତ୍ରରୁ କୁହାଯାଇଛି। ଅନ୍ୟପକ୍ଷରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ସଚିନ ପାଇଲଟ୍‌ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚତ୍ଥିଲେ ମଧ୍ୟ ସୋନିଆଙ୍କ ସହ ତାଙ୍କ ବୈଠକ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri