ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ ଗଡତିଆ ପ୍ରମୁଖ ଯୋଗଦେଇ ଥିଲେ। ବାସ୍ତବ ଶିକ୍ଷା ନିଜ ମାଟି ଓ ଅଞ୍ଚଳର ବିକାଶ ପାଇଁ ପ୍ରେରଣା ଯୋଗାଇଥାଏ ବୋଲି ଅତିଥିବୃନ୍ଦ ମତପ୍ରକାଶ କରିଥିଲେ ।

ସରକାର ଜାତୀୟ ଶିକ୍ଷା ନୀତିକୁ ରାଜ୍ୟରେ ପ୍ରଚଳନ କରିବା ସହିତ ଶିକ୍ଷାର ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ପ୍ରଦାନ କରିବା ସହିତ ରାଜ୍ୟରେ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ପର୍ଯ୍ୟାପ୍ତ ପରିମାଣରେ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ସେମାନେ କହିଥିଲେ । ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ପିଏମଶ୍ରୀ ଉତ୍ସବ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ।

ବିଜ୍ଞାନ ନିରୀକ୍ଷକ ଧିରୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଗୋବିନ୍ଦ ସେଟ୍ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ଼ର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଆକାଂକ୍ଷି ମେଳା, ଇନସ୍ପାୟରିଂ ଓଡ଼ିଶା -୨୦୨୬, ଆକାଂକ୍ଷି ଛାତ୍ର ପରିସର , ଟେଲେଣ୍ଟ ଗ୍ୟାଲେରୀ ଓ ଦୋକାନ ଯାତ୍ରା ପ୍ରମୁଖ ତିନିଟି ପେଭିଲିଅନରେ ୩୩୨ରୁ ଊର୍ଦ୍ଧ୍ବ ପ୍ରକଳ୍ପ ରହିଥିବା ବେଳେ ଅତିଥିବୃନ୍ଦ ଏହି ପ୍ରକଳ୍ପ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଛାତ୍ରୀଛାତ୍ରଙ୍କ ସୃଜନଶୀଳ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ଜିଲାର ସମସ୍ତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକ, ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀବୃନ୍ଦଙ୍କ ସମେତ ରାଣା ପ୍ରତାପ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ବିନୟ ପ୍ରକାଶ ସୟ ଧନ୍ୟବାଦ ଅର୍ପଣ କରିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ପୀଠରେ ଅପବିତ୍ର କାଯର୍ର୍‌ୟ: ଦୀପଘର ପଛପଟେ ଜମୁଥିଲା…

ସମ୍ବଲପୁର,୭ା୩(ପ୍ରମୋଦ ବହିଦାର):ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ପରିସର ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭକ୍ତି ଓ ବିଶ୍ୱାସର ପ୍ରତୀକ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଜଣ୍ଡିସ୍‌ରେ ୬ ସ୍କୁଲ ପିଲା ଆକ୍ରାନ୍ତ

ଖଇରା,୭।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ୍‌ ଝିଙ୍କିରିଆ ପଞ୍ଚାୟତ ଅଧୀନ ଅରଖପଦା ଗଁାରେ ଜଣ୍ଡିସ ଆତଙ୍କ ଦେଖାଦେଇଛି। ପ୍ରଥମେ ଅରଖପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬…

ନୂତନ ପ୍ରଜାତିର ଆମ୍ଫିପୋଡ ଚିହ୍ନଟ: ପ୍ରଥମ ଥର…

ବ୍ରହ୍ମପୁର,୭ା୩(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ନୂତନ ପ୍ରଜାତିର ଉଭୟଚର ପ୍ରାଣୀ ଛୋଟ ଚିଙ୍ଗୁଡ଼ି ଆମ୍ଫିପୋଡ ଚିହ୍ନଟ ହୋଇଛି। ଗତ ଅକ୍ଟୋବରରେ ବିଶ୍ୱବିଦ୍ୟାଳୟ…

ରାସ୍ତା ପ୍ରଶସ୍ତୀକରଣ ପାଇଁ ଜବରଦଖଲ ଉଚ୍ଛେଦ

ନୂଆପଡା/ସିନାପାଲି,୬ା୩(ମକାରୁ ବେମାଲ/ମନଫୁଲ ମେହେର)- ସିନାପାଲି- ଖଡ଼ିଆଳ ମୁଖ୍ୟ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନର ପ୍ରତିଶ୍ରୁତି ମୁତାବକ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ…

ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ଲାଗି ପ୍ରସ୍ତୁତି ବଳି ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ପୁରୁଷୋତ୍ତମପୁର,୬ା୩ (ସବିତା ମିଶ୍ର): ଚଳିତବର୍ଷ ମାର୍ଚ୍ଚ ୧୦ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ ହେବ। ଏନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

କେସିଙ୍ଗା ଆଦର୍ଶ ଥାନା ଉଦ୍‌ଘାଟନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ

କେସିଙ୍ଗା,୬।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନାର ଶୁଭ ଉଦ୍‌ଘାଟନ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା  ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କୋକସରା,୬।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାମଧନ୍ଦା ନ ପାଇ ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri