ସୁଧାର ଗୃହରୁ ଚମ୍ପଟ ମାରିଲେ

ରାଉରକେଲା ଅଫିସ,୬।୧୦: ରାଉରକେଲା ବାଳ ସୁଧାର ଗୃହରୁ ୩ ଜଣ ନାବାଳକ ଫେରାର ହୋଇଯାଇଛନ୍ତି। ଦୀର୍ଘ ୮ ମାସରୁ ଊର୍ଦ୍ଧ୍ୱ ହେବ ଛେଣ୍ଡ ଟିସ୍କୋ ସ୍ଥିତ ବାଳ ସୁଧାର ଗୃହରେ ଏହି ୩ ଜଣ ନାବାଳକ ଥିଲେ। ସୋମବାର ବିଳମ୍ବିତ ରାତିରେ ସେମାନେ ରହୁଥିବା ଗୃହର ଝରକା ଭାଙ୍ଗି କୌଣସି ମତେ ଫେରାର ହୋଇଯାଇଥିଲେ। ଫେରାର ଥିବା ଜଣେ ନାବାଳକ କେ. କଲାଙ୍ଗ ଥାନା ଅଞ୍ଚଳର ଏବଂ ଅନ୍ୟ ଦୁଇଜଣ କେନ୍ଦୁଝର ଜିଲାର ଅଟନ୍ତି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ଥାନାକୁ ଅବଗତ କରାଯାଇଥିବା ବାଳ ସୁଧାର ଗୃହର ସୁପରିଣ୍ଟେଣ୍ଡେଣ୍ଟ ସୋମନାଥ ମୁର୍ମୁ ସୂଚନା ଦେଇଛନ୍ତି।