୩ ପ୍ରବାସୀ ଶ୍ରମିକ ମୃତ

ଗ୍ବାଲିଅର, ୨୧ା୪: ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍‌ ମଧ୍ୟପ୍ରଦେଶର ଗ୍ବାଲିଅର ଜିଲାରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଦିଲ୍ଲୀରୁ ମଧ୍ୟପ୍ରଦେଶର ଟିକମ୍‌ଗଡ଼-ଛତ୍ରପୁର ରାସ୍ତାରେ ଯାଉଥିବାବେଳେ ଓଲଟି ପଡ଼ିଥିଲା। ଧାରଣ କ୍ଷମତାଠାରୁ ଅଧିକ ସଂଖ୍ୟାରେ ଯାତ୍ରୀ ସେଥିରେ ଯାଉଥିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପ୍ରାୟ ଶତାଧିକ ଲୋକଙ୍କୁ ନେଇ ଯାଉଥିବା ବସ୍‌ ଡ୍ରାଇଭରଙ୍କ ସମେତ ସମସ୍ତ ଷ୍ଟାଫ୍‌ ମଦ୍ୟପାନ କରିଥିବା ଅଭିଯୋଗ ହୋଇଛି।

Share