ପ୍ରକାଶ ପାଇଲା ଯୁକ୍ତ ୩ ମେଧା ତାଲିକା: ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହେଲେ ୩୯,୮୮୪ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୭।୯(ବ୍ୟୁରୋ): ଯୁକ୍ତ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଶନିବାର ପ୍ରକାଶ ପାଇଛି। ଏଥିରେ ମୋଟ ୩୯,୮୮୪ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରେ ୨୧,୧୬୫ଜଣ ଛାତ୍ରୀ ଥିବାବେଳେ ୧୮,୭୧୭ ଛାତ୍ର ଏବଂ ୨ କିନ୍ନର ରହିଛନ୍ତି। କଳାରେ ୨୧,୦୪୧ଜଣ ଥିବାବେଳେ ସେଲ୍‌ଫ ଫାଇନାନ୍ସିଂରେ ୫୩୭, ବାଣିଜ୍ୟରେ ୩,୪୦୦, ଶାସ୍ତ୍ରୀରେ ୪୨୩, ଫିଜିକାଲ ସାଇନ୍ସରେ ୭,୭୦୭ ଓ ବାୟୋଲୋଜିକାଲ ସାଇନ୍ସରେ ୬,୭୭୬ ଜଣ ଛାତ୍ରୀଛାତ୍ର ରହିଛନ୍ତି। ଏମାନେ ଆସନ୍ତା ୧୯ ତାରିଖ ଅପରାହ୍ନ ୫ଟାରେ ମଧ୍ୟରେ ନାମ ଲେଖାଇବେ। ୨୦ତାରିଖ ଅପରାହ୍ନ ୨ଟାରେ ସାମ୍ସ ୱେବ୍‌ସାଇଟ୍‌ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ଇ-ସ୍ପେସ୍‌ରେ ବଳକା ସିଟ୍‌ ତାଲିକା ପ୍ରକାଶ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।