ନୂଆଦିଲ୍ଲୀ, ୪ା୭(ପି.ଟି.): ଜନି ବେୟାରଷ୍ଟୋଙ୍କ ବିବାଦୀୟ ରନ୍ ଆଉଟ ମାମଲାରେ କ୍ରିକେଟର ନିୟମ ପ୍ରଣେତା ମେରିଲବୋନ୍ କ୍ରିକେଟ କ୍ଲବ୍(ଏମ୍ସିସି) ପକ୍ଷରୁ ଏହାର ୩ ଜଣ ସଦସ୍ୟଙ୍କୁ ସସ୍ପେଣ୍ଡ କରାଯାଇଛି। ଲଡର୍ସରେ ଅନୁଷ୍ଠିତ ଆଶେସ୍ ସିରିଜ୍ର ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ ଇଂଲଣ୍ଡ ଉଇକେଟକିପର ଜନି ବେୟାରଷ୍ଟୋ ବିବାଦୀୟ ଢଙ୍ଗରେ ରନ୍ ଆଉଟ ହୋଇଥିଲେ। ଏହାପରେ ପଡ଼ିଆରୁ ଫେରୁଥିବା ସମୟରେ ଲଙ୍ଗ ରୁମ୍ରେ ଡେଭିଡ୍ ଓ୍ବାର୍ନର ଓ ଉସ୍ମାନ ଖ୍ବାଜାଙ୍କ ସହ କିଛି ଦର୍ଶକ ଯୁକ୍ତି କରିଥିଲେ। ଉକ୍ତ ଦର୍ଶକ ଷ୍ଟାଣ୍ଡଟି ଏମ୍ସିସି ପାଇଁ ସଂରକ୍ଷିତ ରହିଥିବା ବେଳେ ଏଥିରେ ବସିଥିବା ୩ ଜଣ ବ୍ୟକ୍ତି ଏମ୍ସିସିର ସଦସ୍ୟ ରହିଥିଲେ। ଏହି ଘଟଣାର ଭିଡିଓ ପ୍ରସାରିତ ହେବା ପରେ ତୁରନ୍ତ ଏମ୍ସିସି ପକ୍ଷରୁ ଅଷ୍ଟ୍ରେଲିଆ ଦଳକୁ କ୍ଷମା ପ୍ରାର୍ଥନା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ହସ୍ତକ୍ଷେପ ପରେ ଉଭୟ ଖେଳାଳିଙ୍କୁ ସେଠାରୁ ନିଆଯାଇଥିଲା। ଇଂଲଣ୍ଡ ଦଳର ଉଇକେଟକିପର ବ୍ୟାଟର ଜନି ବେୟାରଷ୍ଟୋ ସପ୍ତମ ଖେଳାଳି ଭାବରେ ବ୍ୟାଟିଂ କରିବାକୁ ଆସିଥିଲେ। ୨୨ ବଲ୍ରୁ ୨ ଚୌକା ସହିତ ୧୦ ରନ୍ କରିଥିବା ବେଳେ ଏକ ବଲ୍କୁ ଛାଡ଼ି ଦେଇଥିଲେ। ବଲ୍ଟିକୁ ସେ ଡକ୍ କରିଥିବା ବେଳେ ଏହା ଆଲେକ୍ସ କେରୀଙ୍କ ହାତକୁ ଯାଇଥିଲା। ବେୟାରଷ୍ଟୋ ଏହା ପରେ କ୍ରିଜ୍ ଛାଡ଼ି ନନ୍ ଷ୍ଟ୍ରାଇକରେ ଥିବା ବେନ୍ ଷ୍ଟୋକ୍ସଙ୍କ ସହିତ ଆଲୋଚନା ପାଇଁ ଆଗକୁ ଯାଇଥିଲେ। ବଲ୍ଟି ଡେଡ୍ ହେବା ପୂର୍ବରୁ ସେ କ୍ରିଜ୍ ବାହାରକୁ ଆସିଥିବାରୁ କେରୀ ଷ୍ଟମ୍ପକୁ ବଲ୍ ଥ୍ରୋ କରିବା ସହିତ ତାଙ୍କୁ ରନ୍ ଆଉଟ କରିଥିଲେ। ଏହାପରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ସହିତ ବେନ୍ ଷ୍ଟୋକ୍ସଙ୍କ ଯୁକ୍ତିତର୍କ ହୋଇଥିଲା। ଏହା ସ୍ପିରିଟ୍ ଅଫ୍ କ୍ରିକେଟର ବିରୋଧୀ ବୋଲି ଯୁକ୍ତି କରିବା ସହିତ ଇଂଲିଶ ଖେଳାଳି ବିରୋଧ କରିଥିଲେ।
ସୋମବାର ଏମ୍ସିସି ପକ୍ଷରୁ ଏହି ଯୁକ୍ତିତର୍କରେ ସମ୍ପୃକ୍ତ ଥିବା ୩ ଜଣ ଏମ୍ସିସି ଅଫିସିଆଲଙ୍କୁ ସସ୍ପେଣ୍ଡ କରାଯାଇଛି। ଏମ୍ସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଗାଏ ଲାଭେଣ୍ଡର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ପଡ଼ିଆରେ ଉକ୍ତ ଘଟଣା ଘଟିବା ପରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ଅଷ୍ଟ୍ରେଲୀୟ ଦଳକୁ ଚିଟର(ଠକ) ବୋଲି କହିଥିଲେ।
ଖ୍ବାଜାଙ୍କ ଅସନ୍ତୋଷ: ଏହି ଘଟଣାକୁ ନେଇ ଅଷ୍ଟ୍ରେଲୀୟ ଓପନିଂ ବ୍ୟାଟର ଉସ୍ମାନ ଖ୍ବାଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଲଡର୍ସ ଏମିତି ଏକ ସ୍ଥାନ, ଯେଉଁଠି କ୍ରିକେଟ ଓ କ୍ରିକେଟରଙ୍କୁ ସମ୍ମାନ ମିଳିଥାଏ। ମାତ୍ର ଲଙ୍ଗରୁମ୍ରେ କିଛି ସଦସ୍ୟ ଯେଉଁଭଳି ବ୍ୟବହାର କଲେ ତାହା ଅଗ୍ରହଣୀୟ ବୋଲି କହିଥିଲେ ଖ୍ବାଜା।
ଲିଫ୍ଟ ଦେବା କହି ଚଳନ୍ତା କାର୍ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…
ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...
ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ
ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...
ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…
ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...
ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...
୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...
ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ
କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...
ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...
ଭିକ୍ଟୋରିଆ ଯୁଗର ଜୋତା ମିଳିଲା
ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍-ବାଇ-ସି ବିଚ୍ରେ...
Archives


