Posted inଖେଳ

ଏମ୍‌ସିସିର ୩ ସଦସ୍ୟ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୪ା୭(ପି.ଟି.): ଜନି ବେୟାରଷ୍ଟୋଙ୍କ ବିବାଦୀୟ ରନ୍‌ ଆଉଟ ମାମଲାରେ କ୍ରିକେଟର ନିୟମ ପ୍ରଣେତା ମେରିଲବୋନ୍‌ କ୍ରିକେଟ କ୍ଲବ୍‌(ଏମ୍‌ସିସି) ପକ୍ଷରୁ ଏହାର ୩ ଜଣ ସଦସ୍ୟଙ୍କୁ ସସ୍‌ପେଣ୍ଡ କରାଯାଇଛି। ଲଡର୍‌ସରେ ଅନୁଷ୍ଠିତ ଆଶେସ୍‌ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ ଇଂଲଣ୍ଡ ଉଇକେଟକିପର ଜନି ବେୟାରଷ୍ଟୋ ବିବାଦୀୟ ଢଙ୍ଗରେ ରନ୍‌ ଆଉଟ ହୋଇଥିଲେ। ଏହାପରେ ପଡ଼ିଆରୁ ଫେରୁଥିବା ସମୟରେ ଲଙ୍ଗ ରୁମ୍‌ରେ ଡେଭିଡ୍‌ ଓ୍ବାର୍ନର ଓ ଉସ୍‌ମାନ ଖ୍ବାଜାଙ୍କ ସହ କିଛି ଦର୍ଶକ ଯୁକ୍ତି କରିଥିଲେ। ଉକ୍ତ ଦର୍ଶକ ଷ୍ଟାଣ୍ଡଟି ଏମ୍‌ସିସି ପାଇଁ ସଂରକ୍ଷିତ ରହିଥିବା ବେଳେ ଏଥିରେ ବସିଥିବା ୩ ଜଣ ବ୍ୟକ୍ତି ଏମ୍‌ସିସିର ସଦସ୍ୟ ରହିଥିଲେ। ଏହି ଘଟଣାର ଭିଡିଓ ପ୍ରସାରିତ ହେବା ପରେ ତୁରନ୍ତ ଏମ୍‌ସିସି ପକ୍ଷରୁ ଅଷ୍ଟ୍ରେଲିଆ ଦଳକୁ କ୍ଷମା ପ୍ରାର୍ଥନା କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ହସ୍ତକ୍ଷେପ ପରେ ଉଭୟ ଖେଳାଳିଙ୍କୁ ସେଠାରୁ ନିଆଯାଇଥିଲା। ଇଂଲଣ୍ଡ ଦଳର ଉଇକେଟକିପର ବ୍ୟାଟର ଜନି ବେୟାରଷ୍ଟୋ ସପ୍ତମ ଖେଳାଳି ଭାବରେ ବ୍ୟାଟିଂ କରିବାକୁ ଆସିଥିଲେ। ୨୨ ବଲ୍‌ରୁ ୨ ଚୌକା ସହିତ ୧୦ ରନ୍‌ କରିଥିବା ବେଳେ ଏକ ବଲ୍‌କୁ ଛାଡ଼ି ଦେଇଥିଲେ। ବଲ୍‌ଟିକୁ ସେ ଡକ୍‌ କରିଥିବା ବେଳେ ଏହା ଆଲେକ୍ସ କେରୀଙ୍କ ହାତକୁ ଯାଇଥିଲା। ବେୟାରଷ୍ଟୋ ଏହା ପରେ କ୍ରିଜ୍‌ ଛାଡ଼ି ନନ୍‌ ଷ୍ଟ୍ରାଇକରେ ଥିବା ବେନ୍‌ ଷ୍ଟୋକ୍ସଙ୍କ ସହିତ ଆଲୋଚନା ପାଇଁ ଆଗକୁ ଯାଇଥିଲେ। ବଲ୍‌ଟି ଡେଡ୍‌ ହେବା ପୂର୍ବରୁ ସେ କ୍ରିଜ୍‌ ବାହାରକୁ ଆସିଥିବାରୁ କେରୀ ଷ୍ଟମ୍ପକୁ ବଲ୍‌ ଥ୍ରୋ କରିବା ସହିତ ତାଙ୍କୁ ରନ୍‌ ଆଉଟ କରିଥିଲେ। ଏହାପରେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ସହିତ ବେନ୍‌ ଷ୍ଟୋକ୍ସଙ୍କ ଯୁକ୍ତିତର୍କ ହୋଇଥିଲା। ଏହା ସ୍ପିରିଟ୍‌ ଅଫ୍‌ କ୍ରିକେଟର ବିରୋଧୀ ବୋଲି ଯୁକ୍ତି କରିବା ସହିତ ଇଂଲିଶ ଖେଳାଳି ବିରୋଧ କରିଥିଲେ।
ସୋମବାର ଏମ୍‌ସିସି ପକ୍ଷରୁ ଏହି ଯୁକ୍ତିତର୍କରେ ସମ୍ପୃକ୍ତ ଥିବା ୩ ଜଣ ଏମ୍‌ସିସି ଅଫିସିଆଲଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏମ୍‌ସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଗାଏ ଲାଭେଣ୍ଡର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ପଡ଼ିଆରେ ଉକ୍ତ ଘଟଣା ଘଟିବା ପରେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ଅଷ୍ଟ୍ରେଲୀୟ ଦଳକୁ ଚିଟର(ଠକ) ବୋଲି କହିଥିଲେ।
ଖ୍ବାଜାଙ୍କ ଅସନ୍ତୋଷ: ଏହି ଘଟଣାକୁ ନେଇ ଅଷ୍ଟ୍ରେଲୀୟ ଓପନିଂ ବ୍ୟାଟର ଉସ୍‌ମାନ ଖ୍ବାଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଲଡର୍‌ସ ଏମିତି ଏକ ସ୍ଥାନ, ଯେଉଁଠି କ୍ରିକେଟ ଓ କ୍ରିକେଟରଙ୍କୁ ସମ୍ମାନ ମିଳିଥାଏ। ମାତ୍ର ଲଙ୍ଗରୁମ୍‌ରେ କିଛି ସଦସ୍ୟ ଯେଉଁଭଳି ବ୍ୟବହାର କଲେ ତାହା ଅଗ୍ରହଣୀୟ ବୋଲି କହିଥିଲେ ଖ୍ବାଜା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri