କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଇଦାନରେ ୩ ପ୍ରମୁଖ ପ୍ରାର୍ଥୀ

କେନ୍ଦ୍ରାପଡ଼ା,୧୫ା୪ (ଜଗନ୍ନାଥ ଧଳ): ରାଜନୈତିକ ସମ୍ବେଦନଶୀଳ କେନ୍ଦ୍ରାପଡ଼ା ଜିଲାରେ ସାମ୍ପ୍ରତିକ ଖରା ତାତିଠାରୁ ଆହୁରି ଅଧିକ ରାଜନୀତି ତାତି ରହିଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳ ଲୋକ ସଭା ପ୍ରାର୍ଥୀ ଘୋଷଣା ପରେ ପ୍ରାର୍ଥୀମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସାଧାରଣ ନିର୍ବାଚନ ପାଇଁ ବିଜେଡିର ଅଂଶୁମାନ ମହାନ୍ତି, ଭାଜପାର ବୈଜୟନ୍ତ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ ଭାବେ ଇଂ. ସିଦ୍ଧାର୍ଥ ସ୍ବରୂପ ଦାସଙ୍କ ନାମ ଘୋଷଣା ହୋଇଛି। ଇତିମଧ୍ୟରେ ବିଜେଡି ପ୍ରାର୍ଥୀ ଅଂଶୁମାନ ନିର୍ବାଚନମଣ୍ଡଳୀର ୭ ବିଧାନସଭା କ୍ଷେତ୍ରକୁ ଯାଇ ଗୋଟିଏ ରାଉଣ୍ଡ ନିର୍ବାଚନୀ ପ୍ରଚାର ସାରିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ବୈଜୟନ୍ତ ଇତିମଧ୍ୟରେ ୪ଟି ବିଧାନସଭା କ୍ଷେତ୍ରରେ ଭାଜପା ସପକ୍ଷରେ ପ୍ରଚାର କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପଙ୍କ ନାମ ଶନିବାର ଘୋଷଣା ପରେ ରବିବାରଠାରୁ ବିଧିବଦ୍ଧ ଭାବେ କଂଗ୍ରେସର ନେତା ଓ କର୍ମୀଙ୍କୁ ଭେଟିଛନ୍ତି। କେନ୍ଦ୍ରାପଡ଼ା ଜିଲାର ୫ ଓ କଟକ ଜିଲାର ୨ ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ଏହି ଲୋକ ସଭା ଆସନରେ ୧୯୫୨ ମସିହାରେ କଂଗ୍ରେସ ପ୍ରାର୍ଥୀ ଜିତିଥିଲେ। ଏହା ପରଠାରୁ ପ୍ରଜା ସୋସିଆଲ ପାର୍ଟିରୁ ସୁରେନ୍ଦ୍ରନାଥ ଦ୍ୱିବେଦୀ ୩ ଥର ଓ ଉତ୍କଳ କଂଗ୍ରେସରୁ ଥରେ ପ୍ରାର୍ଥୀ ହୋଇ ଜିତିଥିଲେ। ୧୯୭୭ରୁ ୧୯୮୫ ପର୍ଯ୍ୟନ୍ତ ଜନତା ପାର୍ଟି ପ୍ରାର୍ଥୀ ବିଜୁ ପଟ୍ଟନାୟକ, ଜନତା ପାର୍ଟିର ଶରତ ଦେବ, ରବି ରାୟ, ଶ୍ରୀକାନ୍ତ କୁମାର ଜେନା ଓ ପ୍ରଭାତ ସାମନ୍ତରାୟ ଏମ୍‌ପି ହୋଇଛନ୍ତି। ତେବେ ୧୯୯୯ ମସିହାଠାରୁ ଏହି ନିର୍ବାଚନ କ୍ଷେତ୍ର ବିଜେଡିର ଗଡ଼ ଭାବେ ପରିଚିତି ପାଲଟିଛି। ଗତ ସାଧାରଣ ନିର୍ବାଚନରେ ବିଜେଡିର ଅନୁଭବ ମହାନ୍ତିଙ୍କୁ ୫୦.୮୭ ପ୍ରତିଶତ ଭୋଟରଙ୍କ ମତ ମିଳିଥିବା ବେଳେ ଭାଜପାର ବୈଜୟନ୍ତଙ୍କୁ ୩୮.୫୩ ପ୍ରତିଶତ ଓ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକଙ୍କୁ ମାତ୍ର ୯.୨୧ ପ୍ରତିଶତଙ୍କ ସମର୍ଥନ ମିଳିଥିଲା। ଚଳିତ ନିର୍ବାଚନରେ ଦଳ ବଦଳ କଂଗ୍ରେସ ସମର୍ଥନକୁ ହ୍ରାସ କରିବା ଆଶଙ୍କା ପ୍ରକାଶ ପାଇଛି। କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଓ ଅଂଶୁମାନ ମହାନ୍ତି ଦଳବଦଳ କରି ବିଜେଡିରେ ଯୋଗ ଦେଇଛନ୍ତି। ଇତିମଧ୍ୟରେ ଅଂଶୁମାନ ଲୋକ ସଭା ପ୍ରାର୍ଥୀ ଭାବେ ମନୋନୀତ ହୋଇଛନ୍ତି। ଭାଜପା ପକ୍ଷରୁ ଏହି ଜିଲାର କେନ୍ଦ୍ରାପଡ଼ା ଓ ରାଜନଗର ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ବିଳମ୍ବିତ ପ୍ରାର୍ଥୀ ଘୋଷଣାକୁ ନେଇ ଆଶାୟୀ ନେତା ଆଶଙ୍କାରେ ଅଛନ୍ତି। ଅପରପକ୍ଷରେ ବିଜେଡି ପକ୍ଷରୁ କେନ୍ଦ୍ରାପଡ଼ା ବିଧାନସଭା କ୍ଷେତ୍ରକୁ ଛାଡ଼ି ଅନ୍ୟ ୪ଟିରେ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ସରିଛି। ଆଶାୟୀ ପ୍ରାର୍ଥୀଙ୍କ ଦଳୀୟ ଅସନ୍ତୋଷ, ଖରସ୍ରୋତା ପାଣି ବିବାଦ, ଜଙ୍ଗଲ ଜମି ପଟ୍ଟା ସମସ୍ୟା, କୃଷି କ୍ଷେତ୍ରରେ ଜଳ ପରିଚାଳନା, ପାନୀୟ ଜଳ ପ୍ରକଳ୍ପ, ୧୬ ପଞ୍ଚାୟତକୁ ରାସ୍ତା ସହ ଉନ୍ନୟନ କାର୍ଯ୍ୟରେ ଅନିୟମିତତାକୁ ବିରୋଧୀ ଭାଜପା ଓ କଂଗ୍ରେସ ଏବେ ନିର୍ବାଚନୀ ଅସ୍ତ୍ର କରିଛି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ବହୁ ଉନ୍ନୟନ ଯୋଜନା ଓ ଦୀର୍ଘ ୨୪ ବର୍ଷର ନିରବଚ୍ଛିନ୍ନ ସଙ୍ଗଠନକୁ ଗୁରୁତ୍ୱାରୋପ କରିଛି। ଯୁବବର୍ଗ ଓ ପ୍ରବାସୀ ସମସ୍ୟା ଜିଲା ପାଇଁ ଏକ ଚାଲେଞ୍ଜ ହୋଇଥିବା ରାଜନୈତିକ ବିଶ୍ଳେଷକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri