ଖାଦ୍ୟ ବିଷାକ୍ତରୁ ୩ ଭାଇଭଉଣୀଙ୍କ ଜୀବନ ଗଲା, ଦୁଇ ଗୁରୁତର

ମାଲକାନଗିରି,୧୫ା୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା କଚେଲି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଦ୍ୟ ବିଷାକ୍ତରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଭଉଣୀ ଓ ଜଣେ ଭାଇ ରହିଛନ୍ତି। ଗୁରୁତର ଦୁଇଜଣଙ୍କ ମଧ୍ୟରେ ମା’ ଏବଂ ଝିଅ ଥିବା ଜଣାପଡ଼ିଛିା ଗୁରୁତର ମା’-ଝିଅଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଗ୍ରାମରେ ଡାକ୍ତରୀ ଟିମ୍‌ ପହଛି ପଚରା ଉଚରା କରୁଛନ୍ତି। ମୃତକମାନେ ହେଲେ ସୁକାନ୍ତି ମାଢ଼ି, ସୀତାରାମ ମାଢ଼ି ଓ ଅଳି ମାଢ଼ି।