ବଜ୍ରପାତରେ ୩ ଜଣଙ୍କ ଜୀବନ ଗଲା

ଲୋଇସିଂହା,୮ା୯(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଜଡ଼ାମୁଣ୍ଡାରେ ବଜ୍ରପାତ ଘଟି ଜଣେ ନାବାଳକଙ୍କ ସହ ୩ ଜଣଙ୍କ ଜୀବନ ଯାଇଛି। ମୃତକ ହେଲେ ପ୍ରଶାନ୍ତ ମୁଣ୍ଡା(୨୭), କାହ୍ନୁ ତାଣ୍ଡି(୨୦) ଓ ଚନ୍ଦନ ଝାଙ୍କର (୧୨)। ଗୁରୁତର ଅବସ୍ଥାରେ ସେମାନଙ୍କୁ ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଲୋଇସିଂହା ଡାକ୍ତରଖାନାରେପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଆଣ୍ଡ୍‌ କଲେଜକୁ ପଠାଇଛି। ଗୁରୁବାର ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବ। ବୁଧବାର ସନ୍ଧ୍ୟାରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟରେ ସେମାନେ ପୋଖରୀକୁ ଶୌଚ ପାଇଁ ଯାଇ ଥିବାବେଳେ ଗଛ ତଳେ ଆଶ୍ରୟ ନେଇଥିଲେ। ବ୍ରଜପାତ ହେବାରୁ ୩ ଜଣ ଗୁରୁତର ହୋଇଥିଲେ। ଖବର ପାଇ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଡାକ୍ତରଖାନାରେ ପହଞ୍ଚିଥିଲେ।