Categories: ଜାତୀୟ

୩ ଲୋକ ସଭା-୩୦ ବିଧାନସଭା ଆସନରେ ଉପ ନିର୍ବାଚନ ଅକ୍ଟୋବର ୩୦ରେ…

ନୂଆଦିଲ୍ଲୀ,୨୮।୯: ଦେଶର ୩ ଲୋକ ସଭା ଏବଂ ୩୦ ବିଧାନସଭା ଆସନରେ ଉପ ନିର୍ବାଚନ ଅକ୍ଟୋବର ୩୦ରେ କରାଯିବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଏହା ସହିତ ନିର୍ବାଚନ ସମ୍ପର୍କିତ ନୋଟିସ୍‌ ମଧ୍ୟ ଜାରି ହୋଇଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ମହାମାରୀ ସ୍ଥିତି, ବନ୍ୟା, ପାର୍ବଣ, କେତେକ ଅଞ୍ଚଳରେ ଶୀତଦିନର ପ୍ରବଳ ଥଣ୍ଡା ଆଦି ସମସ୍ୟାକୁ ସମୀକ୍ଷା କରାଯିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
୩ ଟି ଲୋକ ସଭା ଆସନ ମଧ୍ୟରୁ ମଧ୍ୟପ୍ରଦେଶରେ ଗୋଟିଏ, ହିମାଚଳପ୍ରାଦଶରେ ଗୋଟିଏ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦାଦରା ନଗର ହବେଲି ଏବଂ ଡାମନ ଡିୟୁରେ ଗୋଟିଏ ରହିଛି।

ସେହିପରି ୧୪ଟି ରାଜ୍ୟର ୩୦ ଟି ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶରେ ଗୋଟିଏ. ଆସାମରେ ୫, ବିହାରରେ ୨, ହରିୟାଣାରେ ଗୋଟିଏ, ହିମାଚଳପ୍ରଦେଶର ୩, କର୍ନାଟକର ୨, ମଧ୍ୟପ୍ରଦେଶର ୩, ମେଘାଳୟର ୩, ମହାରାଷ୍ଟ୍ରର ଗୋଟିଏ, ମିଜେରାମ୍‌ର ଗୋଟିଏ, ନାଗାଲାଣ୍ଡର ଗୋଟିଏ, ରାଜସ୍ଥାନର ୨ଟି, ତେଲେଙ୍ଗାନାର ଗୋଟିଏ ଏବଂ ପଶ୍ଚିମବଙ୍ଗର ୪ଟି ବିଧାନସଭା ଆସନ ରହିଛି।

 

Share